ETV Bharat / state

କାଲି ପୌର ଭୋଟ: ପ୍ରସ୍ତୁତ ରାଇରଙ୍ଗପୁର, ସ୍ଥିତି ପରଖିଲେ ଜିଲ୍ଲାପାଳ - ପୌର ନିର୍ବାଚନ ପାଇଁ ରାଇରଙ୍ଗପୁର ପ୍ରଶାସନର ପ୍ରସ୍ତୁତି

ରାଇରଙ୍ଗପୁର ପୌରପରିଷଦର ସମସ୍ତ ୧୫ ଗୋଟି ୱାର୍ଡ ପାଇଁ ୨୨ଟି ବୁଥରେ ଆସନ୍ତାକାଲି ଅନୁଷ୍ଠିତ ହେବ ପୌର ନିର୍ବାଚନ । ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ ମୟୂରଭଞ୍ଜ ଏସପି ରିଶିକେଶ ଖିଲାରୀ ଧ୍ୟାନଦେଓ ରାଇରଙ୍ଗପୁର ପରିଦର୍ଶନରେ ଆସି ନିର୍ବାଚନ କାର୍ଯ୍ୟର ତଦାରଖ କରି ଶାନ୍ତି ଶୃଙ୍ଖଳା ସହ ସୁରୁଖୁରୁରେ କିପରି ମତଦାନ ସମ୍ପନ୍ନ ହୋଇ ପାରିବ ସେ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଅଧିକ ପଢନ୍ତୁ

ପୌର ନିର୍ବାଚନ ପାଇଁ ରାଇରଙ୍ଗପୁର ଉପଖଣ୍ଡ ପ୍ରଶାସନର ପ୍ରସ୍ତୁତି ଶେଷ

author img

By

Published : Mar 23, 2022, 4:16 PM IST

ରାଇରଙ୍ଗପୁର: ଆସନ୍ତାକାଲି(ଗୁରୁବାର) ଅନୁଷ୍ଠିତ ହେବ ପୌର ନିର୍ବାଚନ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦରେ ହେବ ପୌର ନିର୍ବାଚନ। ପୌରାଞ୍ଚଳର ଲୋକେ ନିଜ ନିଜର ମତଦାନ ସାବ୍ୟସ୍ତ କରିବେ । ଏନେଇ ରାଇରଙ୍ଗପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ସମସ୍ତ ପୁଲିଙ୍ଗ ଅଫିସର, ପୁଲିଙ୍କ ପାର୍ଟି ଇଭିଏମ ମେସିନ ଧରି ନିଜ ନିଜ ବୁଥ ରେ ପହଞ୍ଚି ଯାଇଛନ୍ତି । ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ ମୟୂରଭଞ୍ଜ ଏସପି ରିଶିକେଶ ଖିଲାରୀ ଧ୍ୟାନଦେଓ ରାଇରଙ୍ଗପୁର ପରିଦର୍ଶନରେ ଆସି ନିର୍ବାଚନ କାର୍ଯ୍ୟର ତଦାରଖ କରିଥିଲେ ।

ପୌର ନିର୍ବାଚନ ପାଇଁ ରାଇରଙ୍ଗପୁର ଉପଖଣ୍ଡ ପ୍ରଶାସନର ପ୍ରସ୍ତୁତି ଶେଷ

ତେବେ ଶାନ୍ତି ଶୃଙ୍ଖଳା ସହ ସୁରୁଖୁରୁରେ କିପରି ମତଦାନ ସମ୍ପନ୍ନ ହୋଇ ପାରିବ ସେ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସେପଟେ ରାଇରଙ୍ଗପୁର ପୌରପରିଷଦର ସମସ୍ତ ୧୫ ଗୋଟି ୱାର୍ଡ ପାଇଁ ୨୨ଟି ବୁଥ ରହିଥିବା ବେଳେ ସେଥି ମଧ୍ୟରୁ ୩ଟି ପିଙ୍କ ବୁଥ ଓ ୩ଟି ମଡେଲ ବୁଥ ରହିଛି। ତେବେ ପୁରୁଣାଘାଟି ୮ ନଂ ୱାର୍ଡରେ ଦୁଇଟି, ରାଇରଙ୍ଗପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଗୋଟିଏ ପିଙ୍କ ବୁଥ କରାଯାଇଛି ।

ତା ସହିତ ମହୁଲଡିହା ୧ ନଂ ୱାର୍ଡରେ ଗୋଟିଏ ମଡେଲ ବୁଥ ଓ ୧୦ ନଂ ୱାର୍ଡ ଅଁଳାଡୁବାରେ ଦୁଇଟି ମଡେଲ ବୁଥ କରାଯାଇଛି । ସମସ୍ତ ବୁଥ ଏବଂ ସମ୍ବେଦନଶୀଳ ବୁଥ ଗୁଡିକରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ତେବେ ରାଇରଙ୍ଗପୁର ପୌରପରିଷଦର ଅଧ୍ୟକ୍ଷ ପ୍ରାର୍ଥୀ ଓ ୧୫ ଟି ୱାର୍ଡର କାଉନସିଲର ପ୍ରାର୍ଥୀ ମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ରାଇରଙ୍ଗପୁର ପୌରପରିଷଦର ୧୮୯୪୧ ଜଣ ଭୋଟର ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.