ETV Bharat / state

ବାପା ଓ ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

author img

By

Published : Oct 26, 2022, 11:08 PM IST

ମୟୂରଭଞ୍ଜରେ ନିଜ ବାପା ଓ ଭାଇକୁ ହତ୍ୟା କରିଥିବା ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ନିଜ ଘରେ ମଦ ପ୍ରସ୍ତୁତ କରୁଥିଲା ଅଭିଯୁକ୍ତ । ବିରୋଧ କରିବାରୁ ନିଜ ବାପା ଓ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ଅଧିକ ପଢ଼ନ୍ତୁ

ବାପା ଓ ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ
ବାପା ଓ ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ବାରିପଦା: ମୟୂରଭଞ୍ଜରେ ୨୦୧୪ରେ ଘଟିଥିବା ଏକ ଜଘନ୍ୟ ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି । ନିଜ ବାପା ଓ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତକୁ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ବିଚାରପତି ଚୌଧୁରୀ ପ୍ରବୀର କୁମାର ଏହାର ବିଚାର କରି ଦୋଷୀକୁ ଆଜୀବନ କାରାଦଣ୍ଡ ସହିତ ୮ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ ରାୟ ଦେଇଛନ୍ତି କୋର୍ଟ ।

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ତଳପୋଖରୀଆ ଗ୍ରାମର ଶୁକଦେବ ସିଂ ନିଜ ଘରେ ବେଆଇନ ଭାବେ ମଦ ପ୍ରସ୍ତୁତ କରୁଥିଲା । ପରିବାର ଲୋକେ ବିରୋଧ କରିବାରୁ ଏହାକୁ ନେଇ ବାପା ରେଙ୍ଗା ସିଂ ଓ ଭାଇ ବାସୁ ସିଂଙ୍କ ସହିତ ଶୁକଦେବର ସବୁବେଳେ ପାଟିତୁଣ୍ଡ ହେଉଥିଲା । ତେବେ ଗତ ୨୦୧୪ ଅକ୍ଟୋବର ୧୮ ତାରିଖ ସକାଳ ସମୟରେ ବାପା ଓ ପୁଅ ମଧ୍ୟରେ ପାଟିତୁଣ୍ଡ ଉଗ୍ର ରୂପ ନେଇଥିଲା । ଯେଉଁଥିରେ ଉତ୍‌କ୍ଷିପ୍ତ ହୋଇ ଶୁକଦେବ ଏକ ଟାଙ୍ଗିଆରେ ବାପା ରେଙ୍ଗା ସିଂ ଓ ଭାଇ ବାସୁ ସିଂକୁ ଆକ୍ରମଣ କରିଥିଲା । ଏଥିରେ ବାପାର ମୁଣ୍ଡ ଓ ଭାଇର ବେକରେ ଗଭୀର ଆଘାତ ହେବାରୁ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟ ଘଟିଥିଲା ।

ଏହାକୁ ନେଇ ଅଭିଯୁକ୍ତଙ୍କ ଭାଉଜ ସ୍ଥାନୀୟ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ କପ୍ତିପଦା ଥାନାରେ ୯୬/୨୦୧୪ ମାମଲା ରୁଜୁ ହେବା ସହ ଅଭିଯୁକ୍ତ ଶୁକଦେବ ସିଂକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରିଥିଲା । ତେବେ ମାମଲାର ବିଚାର ସମୟରେ ୧୪ ଜଣ ସାକ୍ଷୀ, ମେଡ଼ିକାଲ ରିପୋର୍ଟ ଓ ବିଭିନ୍ନ ପ୍ରମାଣକୁ ଆଧାର କରି ବିଚାରପତି ମାମଲାର ରାୟ ପ୍ରକାଶ କରିଛନ୍ତି । ଉକ୍ତ ମାମଲାକୁ ସରକାରୀ ଆଇନଜୀବୀ କୃଷ୍ଣଚନ୍ଦ୍ର ଦାସ ପରିଚାଳନା କରୁଥିଲେ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.