ETV Bharat / state

Panchayat Poll: ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ରାଜ୍ୟ ସରକାରଙ୍କୁ ଟାର୍ଗେଟ - ମୟୂରଭଞ୍ଜ ୩୨ ନଂ ଜିଲ୍ଲାପରିଷଦ ଜୋନ ବିଜେପି ପ୍ରଚାର

ମୟୂରଭଞ୍ଜ ଜିଲ୍ଲା ୩୨ ନଂ ଜିଲ୍ଲାପରିଷଦ ଜୋନରେ ବିଜେପି ଦଳ ପକ୍ଷରୁ ଗାଁକୁ ଗାଁ, ଘରକୁ ଘର ଯାଇ ପ୍ରଚାରକୁ ଜୋରଦାର କରାଯାଉଥିବା ଦେଖିବାକୁ ମିଳିଛି । ୩୨ ନଂ ଜୋନରେ ବିଜେପି ଦଳ ପକ୍ଷରୁ ସରୋଜ କୁମାର ମହାନ୍ତ ଜିଲ୍ଲାପରିଷଦ ପ୍ରାର୍ଥୀ ଭାବେ କଣ୍ଟେଷ୍ଟ କରୁଛନ୍ତି । ଅଧିକ ପଢନ୍ତୁ

Panchayat Poll: ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ

author img

By

Published : Feb 17, 2022, 8:34 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ୩୨ ନଂ ଜିଲ୍ଲାପରିଷଦ ଜୋନରେ ବିଜେପି ଦଳ ପକ୍ଷରୁ ଗାଁକୁ ଗାଁ, ଘରକୁ ଘର ଯାଇ ପ୍ରଚାରକୁ ଜୋରଦାର କରାଯାଉଥିବା ଦେଖିବାକୁ ମିଳିଛି । ୩୨ ନଂ ଜୋନରେ ବିଜେପି ଦଳ ପକ୍ଷରୁ ସରୋଜ କୁମାର ମହାନ୍ତ ଜିଲ୍ଲାପରିଷଦ ପ୍ରାର୍ଥୀ ଭାବେ କଣ୍ଟେଷ୍ଟ କରୁଛନ୍ତି । ୩୨ ନଂ ଜୋନଟି ୦୫ ଟି ଗ୍ରାମପଞ୍ଚାୟତ, ୮୨ଟି ୱାର୍ଡ ଓ ୨୧୬୦୯ ଭୋଟରଙ୍କ ଦ୍ଵାରା ଗଠିତ । ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ୩୨ ନଂ ଜୋନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ । ତେଣୁ, ଚଳିତ ନିର୍ବାଚନରେ ବିଜେଡି ଓ ଜେଏମଏମ ମଧ୍ୟ ରେସରେ ରହିଥିବାବେଳେ ବିଜେପି ଦଳ ପୁଣିଥରେ ଏହି ଜୋନ୍ ଦଖଲ କରିବା ପାଇଁ ପ୍ରୟାସ ଜାରି ରଖିଛି ।

Panchayat Poll: ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ

୩୨ ନଂ ଜୋନ୍ ବିଜେପି ପ୍ରାର୍ଥୀ ତାଙ୍କ ସମର୍ଥକଙ୍କ ସହିତ ଗାଁଗାଁ ଘର ଘର ବୁଲି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରିବା ପାଇଁ ଜୋରଦାର ପ୍ରଚାର କରିବା ସହ ଭୋଟ ଭିକ୍ଷା କରୁଛନ୍ତି । ତେବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ବିଜାତଳା ବ୍ଲକରେ ହେଉଥିବା ଦୁର୍ନୀତିକୁ ନେଇ ଶାସକ ଦଳ ଉପରେ ବର୍ଷିଛନ୍ତି ଜିଲ୍ଲାପରିଷଦ ପ୍ରାର୍ଥୀ ସରୋଜ।‍ ରାଜ୍ୟ ସରକାରଙ୍କ ଯେତେ ସବୁ ଜନହିତକର ଯୋଜନା ରହିଛି ତାହା ଦୁର୍ନୀତିଖୋର ନେତା ଓ ଅଫିସର ମାନଙ୍କ ପାଇଁ ଗ୍ରାମାଞ୍ଚଳର ଲୋକଙ୍କ ପାଖକୁ ପହଞ୍ଚି ପାରୁନାହିଁ ବୋଲି ସେ କହିଛନ୍ତି । ତେଣୁ, ଚଳିତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଜନସାଧାରଣଙ୍କ ବିଜେପି ପ୍ରତି ବିପୁଳ ସମର୍ଥନ ରହିଛି ଓ ଜନସାଧାରଣ ବିଜେପିକୁ ଭୋଟ ଦେଇ ଜୟଯୁକ୍ତ କରାଇବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପି ଦଳର ଜିଲ୍ଲାପରିଷଦ ପ୍ରାର୍ଥୀ ସରୋଜ ମହାନ୍ତ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.