ETV Bharat / state

ମୟୂରଭଞ୍ଜରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ - first dengue patient identified

ମୟୂରଭଞ୍ଜ ଜିଲ୍ଲାରେ ଚଳିତ ବର୍ଷର ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି । ଜିଲ୍ଲାର ସଲମା ମୁର୍ମୁ ଡେଙ୍ଗୁରେ ଆକ୍ରାନ୍ତ ଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Oct 1, 2019, 8:04 PM IST

ରାଇରଙ୍ଗପୁର: ଚଳିତ ବର୍ଷ ମୟୂରଭଞ୍ଜ ଜିଲ୍ଲାର ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ । ତିରିଂ ବ୍ଲକ ଅନ୍ତର୍ଗତ ବଡନାରାଣି ଗାଁର ସଲମା ମୁର୍ମୁ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତାଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସ୍ବାସ୍ଥବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁଯାୟୀ, ଗତ କିଛି ମାସ ତଳେ ସଲମା କାମ ପାଇଁ ଝାଡଖଣ୍ଡର ଆଦିତ୍ୟପୁର ଅଞ୍ଚଳକୁ ଯାଇଥିଲେ । ସେଠାରେ କିଛି ଦିନ ଧରି ତାଙ୍କୁ ଜ୍ବର ହୋଇଥିଲା । ଜ୍ବର ଭଲ ନ ହେବାରୁ ରକ୍ତ ପରୀକ୍ଷା କରିଥିଲେ । ରକ୍ତ ପରୀକ୍ଷାରୁ ତାଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡିଥିଲା । ସେଠାରୁ ଚାଲିଆସି ସେ ପ୍ରଥମେ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ପିଆରଏମକୁ ସ୍ଥାନାନ୍ତର କରାଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଚଳିତ ବର୍ଷ ମୟୁରଭଞ୍ଜ ଜିଲ୍ଲାରେ ପ୍ରଥମ ଡେ଼ଙ୍ଗୁ ରୋଗୀ ଚିହ୍ନଟ। ମୟୁରଭଞ୍ଜ ଜିଲ୍ଲା ତିରିଂ ବ୍ଲକ ଅନ୍ତର୍ଗତ ବଡନାରାଣି ଗ୍ରାମର ବାରିଆଲ ମୁର୍ମୁ ଙ୍କ ସ୍ତ୍ରୀ ସଲମା ମୁର୍ମୁ (୩୨) ଡେଙ୍ଗୁ ରୋଗରେ ଆକ୍ରାନ୍ତ। ସୂଚନା ଅନୁଯାୟୀ କିଛି ମାସ ପୂର୍ବରୁ କାମ କରିବା ପାଇଁ ସଲମା ମୁର୍ମୁ ଝାଡ଼ଖଣ୍ଡ ରାଜ୍ୟର ଆଦିତ୍ୟପୁର ଅଞ୍ଚଳକୁ ଯାଇଥିଲେ। ସେ ସେଠାରେ ରହି କାମ ଦାମ କରୁଥିଲେ। ତେବେ କିଛି ଦିନ ଧରି ଜ୍ବର ନ ଛାଡିବାରୁ ଗତ ଦୁଇ ଦିନ ତଳେ ସେଠାରେ ରକ୍ତ ପରିକ୍ଷା କରିବାରୁ ଡେଙ୍ଗୁ ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ଆଜି ସଲମା ଙ୍କ ସ୍ବାମୀ ବାରିଆଲ ମୁର୍ମୁ ତାଙ୍କୁ ଝାଡ଼ଖଣ୍ଡ ରୁ ନେଇଆସି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଏଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ବାରିପଦା ପି ଆର୍ ଏମ୍ ସ୍ଥାନାନ୍ତର କରିଥିଲେ।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.