ETV Bharat / state

ଗଲୱାନ ସଂଘର୍ଷକୁ ପୁରିଲା ଦୁଇବର୍ଷ, ସହିଦଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମନ୍ତ୍ରୀ - ଗଲୱାନ ସଂଘର୍ଷରେ ସହିଦଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମନ୍ତ୍ରୀ

ଗଲୱାନ ଘାଟି ସଂଘର୍ଷକୁ ପୂରିଲା ଦୁଇ ବର୍ଷ । ସହୀଦ ନୁଦୁରାମଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରାଇରଙ୍ଗପୁର ବସଷ୍ଟାଣ୍ଡ ଛକରେ ତାଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ ହୋଇଯାଇଛି । ଅଧିକ ପଢନ୍ତୁ

ଗଲୱାନ ସଂଘର୍ଷକୁ ପୁରିଲା ଦୁଇବର୍ଷ, ସହିଦଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମନ୍ତ୍ରୀ

author img

By

Published : Jun 17, 2022, 6:54 AM IST

ରାଇରଙ୍ଗପୁର: ଗଲୱାନ ଘାଟି ସଂଘର୍ଷକୁ ପୂରିଲା ଦୁଇ ବର୍ଷ । ଜୁନ 15 ତାରିଖ ସନ୍ଧ୍ୟାରେ ଗଲୱାନ ଉପତ୍ୟକାରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଚୀନ ସେନା । ଯେଉଁଥିରେ ଦେଶ ହରାଇଥିଲା ଅନେକ ବୀରପୁତ୍ର । ସଂଘର୍ଷ ମଧ୍ୟରେ ଶହୀଦ ହୋଇଯାଇଥିଲେ 20 ବୀର ସୈନିକ । ଆଉ ସେମାନଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ବୀର ଯବାନ ‘ବୀର ଚକ୍ର’ ସହିଦ୍‌ ନୁଦୁରାମ ସୋରେନ ମଧ୍ୟ ରହିଥିଲେ l

ଗଲୱାନ ସଂଘର୍ଷକୁ ପୁରିଲା ଦୁଇବର୍ଷ, ସହିଦଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମନ୍ତ୍ରୀ

ସହିଦ ନୁଦୁରାମଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରାଇରଙ୍ଗପୁର ବସଷ୍ଟାଣ୍ଡ ଛକରେ ତାଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ ହୋଇଯାଇଛି । ଏହି ଅନାବରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱନୀ ପାତ୍ର ଯୋଗ ଦେଇ ପ୍ରତିମୂର୍ତ୍ତିର ଅନାବରଣ କରିଥିଲେ । ଏହି ଅବସରରେ ସମ୍ମାନୀୟ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ପ୍ରମୁଖ ଯୋଗ ଦେଇଥିଲେ । ଦୁଇ ମିନିଟର ନିରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ଆୟୋଜିତ ସଭାରେ ସହିଦଙ୍କ ସ୍ମୃତିଚାରଣ କରାଯାଇଥିଲା । ଏହି ଅବସରରେ 16 ବିହାର ରେଜିମେଣ୍ଟ, ହାଇଦ୍ରାବାଦ ପକ୍ଷରୁ ସହିଦଙ୍କ ପତ୍ନୀକୁ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.