ETV Bharat / state

ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : May 30, 2021, 3:56 PM IST

ପାହାଡ ନିକଟରୁ ଝୁଲନ୍ତା ଅବସ୍ଥାରେ ବିବାହିତ ମହିଳାଙ୍କ ମୃତଦେହ ଉଦ୍ଧାର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

married women hanging deadbody found in rairangpur
ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଇରଙ୍ଗପୁର: ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଗଡେଗା ଗ୍ରାମରେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଗ୍ରାମବାସୀ ଗୋରୁ ଚରାଇବାକୁ ଯାଇଥିବା ବେଳେ ପାହାଡ ନିକଟରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ପାହାଡ ନିକଟରେ ଥିବା ଏକ ଗଛରେ ଲୁଗା ସାହାଯ୍ୟରେ ମହିଳା ଜଣକ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏହାପରେ ପୋଲିସ ମୃତ ମହିଳାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ମୃତ ବିବାହିତା ମହିଳା ଜଣକ ବାଗଡେଗା ଗ୍ରାମର ରୁପାଇ ଟୁଡୁଙ୍କ ସ୍ତ୍ରୀ ନାଗି ଟୁଡୁ (୨୦) ବୋଲି ଜଣାପଡିଛି।

ସେପଟେ ମୃତ ମହିଳାଙ୍କ ପାଦ ଦୁଇଟି ମାଟିରେ ଲାଗିଥିବା ବେଳେ ହତ୍ୟା ହୋଇଥିବା ଅନୁମାନ କରିଛନ୍ତି ଗ୍ରାମବାସୀ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ଛାନଭିନ ଆରମ୍ଭ କରିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.