ETV Bharat / state

ଶିମିଳିପାଳ ଭାରପ୍ରାପ୍ତ ରେଞ୍ଜରଙ୍କ ହତ୍ୟା ଘଟଣା, ୧୦ ଗିରଫ

author img

By

Published : Jun 24, 2023, 8:56 PM IST

ମୟୂରଭଞ୍ଜ ପୋଲିସକୁ ମିଳିଛି ବଡ଼ ସଫଳତା । ଶିମିଳିପାଳ ଭାରପ୍ରାପ୍ତ ରେଞ୍ଜର ମାଥି ହାଁସଦାଙ୍କ ହତ୍ୟା ଘଟଣାରେ ୧୦ ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢ଼ନ୍ତୁ

similipal ranger murder case
ଶିମିଳିପାଳ ଭାରପ୍ରାପ୍ତ ରେଞ୍ଜରଙ୍କ ହତ୍ୟା ଘଟଣା

ରାଇରଙ୍ଗପୁର: ଶିମିଳିପାଳ ଭାରପ୍ରାପ୍ତ ରେଞ୍ଜର ମାଥି ହାଁସଦାଙ୍କ ହତ୍ୟା ଘଟଣା । ୧୦ ଜଣ ଶିକାରୀଙ୍କୁ ଗିରଫ କଲା ମୟୂରଭଞ୍ଜ ପୋଲିସ । ସର୍ଚ୍ଚ ଅପରେସନ ପରେ ୧୦ ଜଣଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ, ଧନୁ, ତୀର, କୁରାଢ଼ୀ, ଲୁହା ରଡ଼ ଓ ବାରୁଦ ସମେତ ଆଉ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ସମସ୍ତ ଗିରଫ ଅଭିଯୁକ୍ତ ଠାକୁରମୁଣ୍ଡା ଥାନା ଅଞ୍ଚଳର ଥିବା ମୟୂରଭଞ୍ଜ ଏସପି ସୂଚନା ଦେଇଛନ୍ତି ।

ଗିରଫ ଅଭିଯୁକ୍ତମାନେ ହେଲେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଏଦେଲବେଡା ଗ୍ରାମର ଗୋପବନ୍ଧୁ କାନ୍ଦେୟାନ, ଦିଲ୍ଲୀପ କାନ୍ଦେୟାନ, ରାମସିଂ ଗୁଣ୍ଡୁଆ, ସିଙ୍ଗା ହୋ, ଗାମେୟ ହୋ, ଚମ୍ପାଇ ହୋ, ତୁରୀକ କାନ୍ଦେୟାନ, ରାମାଇ କାନ୍ଦେୟାନ, ମୋରା ହୋ ଓ ମାନିକରାମ କାନ୍ଦେୟାନ । ଏମାନଙ୍କ ମଧ୍ୟରୁ ୫ ଜଣ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଠାକୁରମୁଣ୍ଡା ଥାନାରେ ମାମଲା ରୁଜୁ ଥିବା ଜଣାପଡ଼ିଛି । ଏବେ ବି ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ମୟୂରଭଞ୍ଜ ଏସପି ବି.ଗଙ୍ଗାଧର ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ଶିମିଳିପାଳ ଅଭୟାରଣ୍ୟର ଉପର ବରାହାକାମୁଡ଼ା ରେଞ୍ଜର ଭାରପ୍ରାପ୍ତ ରେଞ୍ଜର ମାଥି ହାଁସଦା ଗତ ଜୁନ ୧୬ ତାରିଖ ବିଳମ୍ବିତ ରାତିରେ ଗାମୁଛାଝରଣ ବିଟ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ । ସେହି ସମୟରେ ଶିକାରୀ ମାନଙ୍କ ସହ ବନବିଭାଗ କର୍ମଚାରୀ ମାନେ ମୁହାଁମୁହିଁ ହୋଇଥିଲେ । ଅତର୍କିତ ଭାବେ ଶିକାରୀ ମାନେ ଦେଶୀ ବନ୍ଧୁକରୁ ଗୁଳି ଚାଳନା କରିଥିଲେ । ମାଥିଙ୍କ ଛାତିରେ ଗୋଟିଏ ଗୁଳି ବାଜିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ମେଡିକାଲକୁ ଅଣା ଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ଠାକୁରମୁଣ୍ଡା ଥାନାରେ ଏକ ମାମଲା ରୁଜୁ କରା ଯାଇଥିଲା । ପରବର୍ତ୍ତୀ ସମୟରେ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ମୟୂରଭଞ୍ଜ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟିମ ଗଠନ କରା ଯାଇଥିଲା । ଘଟଣାର ଯାଞ୍ଚ ନେଇ ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ଥିବା ଏଦେଲବେଡା, କାଶିବେଡା, ସାଲେଇବେଡା ଇତ୍ୟାଦି ଗ୍ରାମରେ ଚଢ଼ାଉ କରାଯାଇଥିଲା । ଏହି କ୍ରମରେ ସାଲେଇବେଡା ଗ୍ରାମର ଜେନାମଣି ସୟଙ୍କ ଘରୁ ଦୁଇଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ଏଥିସହ ବିଭିନ୍ନ ଅଞ୍ଚଳରୁ ୧୦ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ଇଟିିଭି ଭାରତ, ରାଇରଙ୍ଗପୁର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.