ETV Bharat / state

ଡ଼ିଜେ ଗାଡ଼ିକୁ ଧକ୍କା ଦେଲା ବାଇକ, ଜଣେ ମୃତ

ବାରିପଦା ଟାଉନ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ର ଗୋଲେଇ ନିକଟରେ ସଡ଼କ ଦୁର୍ଘଟଣା । ବାଇକ ଆରୋହୀ ମୃତ । ଅଧିକ ପଢ଼ନ୍ତୁ

author img

By

Published : Jan 16, 2023, 12:57 PM IST

road accident
ସଡ଼କ ଦୁର୍ଘଟଣା

ବାରିପଦା : ମୟୂରଭଞ୍ଜ ବାରିପଦା ଟାଉନ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ର ଗୋଲେଇ ଛକ ନିକଟରେ ବାଇକ ଓ ଡିଜେ ଗାଡି ମଧ୍ୟରେ ଧକ୍କା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ଗତ ରବିବାର ସନ୍ଧ୍ୟାରେ କୃଷ୍ଣଚନ୍ଦ୍ର ଗୋଲେଇ ଛକ ନିକଟରେ ଜଣେ ବାଇକ ଆରୋହୀ ନିକଟସ୍ଥ ପୋଲ ପାଖରେ ଠିଆ ହୋଇଥିବା ଏକ ଡିଜେ ଗାଡିକୁ ଧକ୍କା ଦେଇଥିଲେ ।

ଏହାମଧ୍ୟ ପଢ଼ନ୍ତୁ. ସଡ଼କ ଦୁର୍ଘଟଣାରେ ହରାଇଛନ୍ତି କି ପରିଜନ, ୨ ଲକ୍ଷ ଯାଏଁ ମିଳିବ କ୍ଷତିପୂରଣ

ଏହି ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଳକ ପଛରେ ବସିଥିବା ଅନ୍ୟଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ବାଙ୍ଗିରିପୋଷି ଥାନା ଅର୍ନ୍ତଗତ ଭୁଆଶୁଣି ଗ୍ରାମପଞ୍ଚାୟତ ଟିଲ ଗ୍ରାମର ମଙ୍ଗଲ ମାରାଣ୍ଡିଙ୍କ ପୁଅ ବିମଲ ମାରାଣ୍ଡି ବୋଲି ଜଣା ପଡ଼ିଛି । ବିମଲ ଓ ତାଙ୍କ ସାଥୀ ଏକ ବ୍ୟକ୍ତିଗତ କାମରେ ବାହାରକୁ ଯାଉଥିଲେ । କାମ ସାରି ଘରକୁ ଫେରୁଥିଲେ । ହେଲେ ଘରକୁ ଫେରୁଥିବା ସମୟରେ କୃଷ୍ଣଚନ୍ଦ୍ର ଗୋଲେଇ ନିକଟସ୍ଥ ପୋଲ ପାଖରେ ବିମଲ ବାଇକ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ଫଳରେ ପୋଲ ପାଖରେ ଛିଡ଼ା ହୋଇଥିବା ଏକ ଡିଜେ ଗାଡି ସହ ଧକ୍କା ହୋଇଥିଲା । ତେବେ ଏଥିରେ ଉଭୟ ଅର୍ଥାତ ବିମଲ ଓ ତାଙ୍କ ସାଥୀ ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ଉଭୟଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଦୁହିଁଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ହିଁ ବିମଲଙ୍କର ମୃତ୍ୟୁ ଘଟିଥିଲା ।

ତେବେ ବିମଲ ସାଥୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପକ୍ଷରେ ବିମଲଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ବଡ଼ ପୁଅକୁ ହରାଇ ପରିବାର ସ୍ତବ୍ଧ ପାଲଟିଯାଇଛି

ସେପଟେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ପଣ୍ଡଲୋଇରେ ବି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଅଜଣା ଟ୍ରକ ଧକ୍କାରେ ମାଆ ଝିଅଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ରାସ୍ତା ଜାମ ହୋଇଥିଲା । ଫଳରେ ଅନେକ ଗାଡ଼ି ଅଟକି ରହିଥିଲା । ସୂଚନା ଅନୁସାରେ, ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଗାଁରୁ ଏକ ବାଇକ ଯୋଗେ ସ୍ୱାମୀ ସ୍ତ୍ରୀ ଓ ତାଙ୍କର 4ବର୍ଷର ଝିଅ ସମ୍ବଲପୁର ଜିଲ୍ଲା ମାଝିପାଲୀ ଗାଁକୁ ଯାଉଥିଲେ । ପାଣ୍ଡଲୋଇ ଠାରେ ହଠାତ୍‌ ଏକ ଟ୍ରକ ଆସି ବାଇକକୁ ପଛପଟୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଏହି ଦୁର୍ଘଟଣାରେ ବାଇକ ଚାଳକ ସହ ୨ ଆରୋହୀ ଛିଟିକି ପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ ମାଆ, ଝିଅଙ୍କ ମୃତ୍ୟୁ ହୋଇଛି । ତେବେ ବାଇକ ଚାଳକ ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.