ETV Bharat / state

Suicide Attempt For No Aadhaar Card: ଆଧାର କାର୍ଡ ପାଇଁ ଆତ୍ମହତ୍ୟା ଉଦ୍ୟମ - ମୟୂରଭଞ୍ଜ କ୍ରାଇମ ନ୍ୟୁଜ

ସରକାରୀ ଯୋଜନାରୁ ବଞ୍ଚିତ ହୋଇଥିବାରୁ ଆତ୍ମହତ୍ୟା ଉଦ୍ୟମ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପରିସରରେ । ଅଧିକ ପଢନ୍ତୁ

Suicide Attempt : ଆଧାର କାର୍ଡ ପାଇଁ ଆତ୍ମହତ୍ୟା ଉଦ୍ୟମ

author img

By

Published : Dec 10, 2021, 5:03 PM IST

ରାଇରଙ୍ଗପୁର : ସରକାରୀ ଯୋଜନାରୁ ବଞ୍ଚିତ ହୋଇଥିବାରୁ ଆତ୍ମହତ୍ୟା ଉଦ୍ୟମ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପରିସରରେ ।

ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ତେଲେଇଘୁଟୁ ଗାଁର ଲକ୍ଷ୍ମୀକାନ୍ତ ବାସ୍କେ । ତାଙ୍କର ଆଧାର କାର୍ଡ ନ ଥିବାରୁ ସେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିଲେ । ଶେଷରେ ନିରାଶ ହୋଇ ଆଧାର କାର୍ଡ ପାଇଁ ସେ ଜୀବନ ହାରି ଦେବାକୁ ପଛେଇ ନଥିଲେ (Suicide attempt for not having Aadhaar card in odisha) ।

Suicide Attempt : ଆଧାର କାର୍ଡ ପାଇଁ ଆତ୍ମହତ୍ୟା ଉଦ୍ୟମ

ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏକ ଗଛରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଦେଖଣାହାରୀ ସାଜିଥିଲେ । ହେଲେ ସେମାନଙ୍କ ମଧ୍ୟରୁ କେହି ତାଙ୍କ ପାଖକୁ ଯାଇ ବଞ୍ଚେଇବାକୁ ଚେଷ୍ଟା କରିନଥିଲେ। ଶେଷରେ ଖବର ପାଇ ରାଇରଙ୍ଗପୁର ଟାଉନ ଥାନା ପୋଲିସ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେପଟେ ଏପରି ଘଟଣା ଏବେ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.