ETV Bharat / state

ବିବାହର ପ୍ରତିଶ୍ରୁତି ଦେଇ ଧୋକା, ଯୁବକଙ୍କୁ ଗିରଫ କଲା ପୋଲିସ

ବିବାହର ପ୍ରତିଶୃତି ଦେଇ ନାବାଳିକାକୁ ଗର୍ଭବତୀ କରିଥିବା ଅଭିଯୋଗରେ ଯୁବକ ଗିରଫ । ଅଧିକ ପଢନ୍ତୁ

author img

By

Published : Apr 1, 2023, 12:34 PM IST

rairangpur news
rairangpur news

ରାଇରଙ୍ଗପୁର: ପ୍ରେମରେ ଧୋକ୍କା । ବିବାହର ପ୍ରତିଶୃତି ଦେଇ ନାବାଳିକାଙ୍କ ଶାରୀରିକ ସମ୍ପର୍କ । ଗର୍ଭବତୀ ହେବା ପରେ ଧୋକା ଦେଲେ ଯୁବକ । ଏନେଇ ଥାନାରେ ଅଭିଯୋଗ ପରେ କରଞ୍ଜିଆ ଥାନା ଅଞ୍ଚଳର ଯୁବକକୁ ଗିରଫ କରିଛି ପୋଲିସ । ଏପରି ଏକ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଅଞ୍ଚଳରେ।

ମିଳିଥିବା ସୂଚନା ଅନୁଯାୟୀ, କରଞ୍ଜିଆ ଥାନା ଅଧିନସ୍ଥ ଜଣେ ନାବାଳିକାଙ୍କୁ ଭଲପାଇ ବସିଥିଲେ ଅଭିଯୁକ୍ତ ଯୁବକ । ପରବର୍ତ୍ତୀ ସମୟରେ ଜନୈକ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା ଉକ୍ତ ଯୁବକ । ପରେ ନାବାଳିକା ଜଣକ ଗର୍ଭବତୀ ହେବା ପରେ ପ୍ରେମିକକୁ ବିବାହ କରିବା ପାଇଁ ଜିଦ ଧରିଥିଲେ । କିନ୍ତୁ ଯୁବକ ଜଣକ ବିବାହ ପାଇଁ ରାଜି ହୋଇନଥିଲେ ।

ଏ ଘଟଣା ସମ୍ପର୍କରେ ନାବାଳିକା ଜଣକ ନିଜ ପରିବାରକୁ ଜଣାଇଥିଲେ । ପରେ ପୀଡିତା ନାବାଳିକା ଏନେଇ କରଞ୍ଜିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ କରଞ୍ଜିଆ ଥାନା ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା । ଯୁବକଙ୍କୁ ଗିରଫ କରିବା ପରେ ପଚରାଉଚରା ପରେ କରିଥିଲା ପୋଲିସ । ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ବାରିପଦା ପୋସ୍କୋ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-ପୂରଣ ହେବ ରାଜ୍ୟବାସୀଙ୍କ ସ୍ୱପ୍ନ ! ଟ୍ୱିନ୍ ସିଟିରେ ପ୍ରସ୍ତାବିତ ମେଟ୍ରୋ ଚଳାଚଳ ପାଇଁ ପ୍ରକ୍ରିୟା ଆରମ୍ଭ

ସେହିପରି ଗତ କିଛି ଦିନ ପୂର୍ବରୁ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗର୍ଭବତୀ କରିଥିବା ଘଟଣାରେ ଜଣେ ଶିକ୍ଷକଙ୍କୁ ଗିରଫ କରିଥିଲା ପୋଲିସ । ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ପୁରୁଣାପାଣି ଗ୍ରାମର ଶିକ୍ଷକ ରବିନ୍ଦ୍ର କୁମାର ମହାନ୍ତ କେନ୍ଦୁଜିଆଣୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଡିବିଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ଏହି ସମୟରେ ସେ ନିଜ ଘରେ କିଛି ଛାତ୍ରଛାତ୍ରୀଙ୍କୁ ନେଇ ଟିଉସନ ଆରମ୍ଭ କରିଥିଲେ ।

ତେବେ ଟିଉସନ କରୁଥିବା ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ଧମକ ଚମକ ଦେଇ ଦୁଷ୍କର୍ମ କରିଥିଲେ ଶିକ୍ଷକ ଜଣଙ୍କ । ପରେ ଗର୍ଭବତୀ ହେବାରୁ ପୀଡିତା ଜଣଙ୍କ ଠାକୁରମୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଥିଲେ । କରଞ୍ଜିଆ ଏସଡିପିଓ ସୁଦର୍ଶନ ଗାଙ୍ଗୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଠାକୁରମୁଣ୍ଡା ଥାନା ପୋଲିସ ଝାଡ଼ଖଣ୍ଡ-ଓଡିଶା ସୀମାନ୍ତ ବଡ଼ବିଲ ଅଞ୍ଚଳରୁ ଶିକ୍ଷକ ରବିନ୍ଦ୍ର କୁମାର ମହାନ୍ତଙ୍କୁ ଗିରଫ କରିଥିଲା । ପରେ ଗିରଫ ଶିକ୍ଷକ ରବିନ୍ଦ୍ର ମହାନ୍ତଙ୍କୁ ବାରିପଦା ପୋକ୍ସୋ କୋର୍ଟ ଚାଲାଣ କରାଯାଇଥିଲା ।

ଇଟିଭି ଭାରତ,ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.