ETV Bharat / state

ମହଙ୍ଗା ପଡିଲା ବ୍ଲାକମେଲିଂ, ଜେଲ୍ ଗଲା ପାଗଳ ପ୍ରେମିକ - women

ପୂର୍ବତନ ପ୍ରେମିକାକୁ ବ୍ଲାକମେଲ କରିବା ଅଭିଯୋଗରେ ପ୍ରଥମେ ଗିରଫ ପରେ ଜେଲ ଗଲା ପାଗଳ ପ୍ରେମିକ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗି ଗ୍ରାମରେ ।

ଫଟୋ ସୌଜନ୍ୟ:ପ୍ରତିନିଧି, ରାଇରଙ୍ଗପୁର
author img

By

Published : Jul 10, 2019, 9:09 PM IST

ରାଇରଙ୍ଗପୁର: ପୂର୍ବତନ ପ୍ରେମିକାକୁ ବ୍ଲାକମେଲ କରିବା ପଡ଼ିଲା ମହଙ୍ଗା । ଶେଷରେ ପାଗଳ ପ୍ରେମିକ ଗଲା ଜେଲ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗି ଗ୍ରାମରେ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁଯାୟୀ, ବାସିଙ୍ଗି ଗ୍ରାମର ଯଶୋବନ୍ତ ଭଞ୍ଜ ନାମକ ଜଣେ ଯୁବକ ଉକ୍ତ ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । କିନ୍ତୁ ଯୁବତୀଙ୍କ ସହିତ ଯଶୋବନ୍ତର ବାହାଘର କଥା ଉଠିବାରୁ ଯଶୋବନ୍ତର ଘର ଲୋକେ ରାଜି ହୋଇନଥିଲେ । ପରେ ଜନୈକ ଯୁବତୀଙ୍କୁ ପରିବାର ଲୋକେ ଅନ୍ୟ ଜାଗାରେ ବିବାହ କରିଦେଇଥିଲେ ।

ତେବେ ଯୁବତୀଙ୍କ ବିବାହର ତିନି ମାସ ପରେ ପ୍ରେମିକ ଯଶୋବନ୍ତ ପ୍ରତିଶୋଧ ପରାୟଣ ହୋଇ ଯୁବତୀଙ୍କୁ ଫୋନରେ ମାରି ଦେବାର ଧମକ ଦେଉଥିଲେ । ଏଥିସହ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଯୁବତୀଙ୍କ ଶାଶୁ ଘର କାନ୍ଥରେ ନିଜ ଫୋଟ ସହ ଯୁବତୀଙ୍କ ଫଟୋକୁ ଲଗାଇ ବ୍ଲାକମେଲ କରୁଥିଲା ।

ଏହାପରେ ଯୁବତୀ ଜଣକ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବୁଧବାର ବହଳଦା ପୋଲିସ ପାଗଳ ପ୍ରେମିକକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଚନ୍ଦନେଶ୍ଵର ବିଜୁଳି ବିଭାଗର କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ମହାନ୍ତଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ ନଥିବାରୁ ଭୋଗରାଇ ବିଦ୍ୟୁତ ବିଭାଗ ତରଫରୁ ଭୋଗରାଇ ଥାନା ଘେରାଉ କରାଯାଇଥିଲା।

Body:ଘଟଣାରୁ ପ୍ରକାଶ ଯେ, ଚନ୍ଦନେଶ୍ଵର ବିଜୁଳି ବିଭାଗର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ମହାନ୍ତ ଓ ସହଯୋଗୀ ଲାଇନମେନ ଗତକାଲି ଶଙ୍ଖାଝୁରି ଗ୍ରାମକୁ ବିଜୁଳି ଲାଇନ କାମରେ ଯାଇଥିବା ବେଳେ ସେଠାରେ ଜନ୍ମେଜୟ ଜେନା ଓ ଅନ୍ୟମାନେ ମିଳିତ ଭାବରେ କନିଷ୍ଠ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ୲ ପୂର୍ବରୁ ବିଜୁଳି ବିଭାଗ ତରଫରୁ ଜନ୍ମେଜୟ ଜେନାଙ୍କ ଲାଇନ କଟା ହୋଇ ଥିବାରୁ ସେହି ରାଗରେ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଏଯାଏଁ ଅଭିଯୁକ୍ତ କୁ ଗିରଫ କରାଯାଇନାହିଁ । ତେବେ ଆଗାମୀ ଦିନରେ ଅଭିଯୁକ୍ତକୁ ଗିରଫ କରା ନ ଗଲା ପର୍ଯ୍ୟନ୍ତ ଭୋଗରାଇ ଅଂଚଳରେ ବିଦ୍ୟୁତ୍ କାମ ବନ୍ଦ ରହିବ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଥିବା ବେଳେ ଥାନା ଅଧିକାରୀ ଖୁବ ଶୀଘ୍ର ଅଭିଯୁକ୍ତ କୁ ଗିରଫ କରାଯିବ ବୋଲି ବିଜୁଳି ବିଭାଗ ଅଧିକାରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.