ETV Bharat / state

11କେଭି ବିଦ୍ୟୁତ ତାର ଛିଣ୍ଡି ଅଗ୍ନିକାଣ୍ଡ

author img

By

Published : Aug 4, 2019, 5:55 AM IST

ମୟୂରଭଞ୍ଜ ଅସ୍ତିଆ ନରୁସାହିରେ ଶନିବାର ସନ୍ଧ୍ୟାରେ 11 କେଭି ବିଦ୍ୟୁତ ତାର ଛିଣ୍ଡି ଅଗ୍ନିକାଣ୍ଡ ଘଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜ: ଜିଲ୍ଲାର ଅସ୍ତିଆ ନରୁସାହିରେ ଶନିବାର ସନ୍ଧ୍ୟାରେ 11 କେଭି ବିଦ୍ୟୁତ ତାର ଛିଣ୍ଡି ଅଗ୍ନିକାଣ୍ଡ ଘଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ନିଶାମଣି ମହାନ୍ତଙ୍କ ଘର ଉପରେ 11 କେଭି ବିଦ୍ୟୁତ ତାର ଛିଣ୍ଡି ପଡିବାରୁ ଘରଟି ସମ୍ପୂର୍ଣ୍ଣ ଭାବେ ଜଳି ପୋଡି ପାଉଁଶ ହୋଇଯାଇଛି । ତେବେ ନିଶାମଣିଙ୍କ ଘର ଭିତରେ ଥିବା ସମସ୍ତ ଆସବାବପତ୍ର ଜଳି ଯାଇଛି । ବିଦ୍ୟୁତ ତାର ଛିଣ୍ଡି ପଡିବାର ଅଧଘଣ୍ଟାରୁ ଊର୍ଦ୍ଧ୍ବ ସମୟ ପରେ ବିଦ୍ୟୁତ ବିଭାଗ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ଘରଟି ସମ୍ପୂର୍ଣ୍ଣ ଭାବେ ଜଳି ପୋଡି ପାଉଁଶ ହୋଇଯାଇଥିଲା । ବିଦ୍ୟୁତ ବିଭାଗର ଅବହେଳା ପାଇଁ ଅଗ୍ନିକାଣ୍ଡ ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅସହାୟ ନିଶାମଣିଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:

ଗଡ଼ସେ ମୁରଦାବାଦ କହିବାକୁ ବିଜେପିର ପଛଘୁଞ୍ଚା 

ଭୁବନେଶ୍ୱର () ପୁଣି ଗୃହରେ ନଥୁରାମ ଗଡ଼ସେକ ତାତି। କଂଗ୍ରେସ ବିଜେପି ମୁହାଁମୁହିଁ। ଗତକାଲି ବିରୋଧୀଦଳ ନେତାଙ୍କ ବକ୍ତବ୍ୟକୁ ଆଧାର କରି କଂଗ୍ରେସ ବିଧାୟକ ଦଳ ନେତା କହିଥିଲେ ଯେ, କଂଗ୍ରେସ ବନ୍ଦେ ମାତାରମ କି ଭାରତ ମାତାକି ଜୟ କହିବାକୁ କେବେ କିଣ୍ଠାବୋଧ କରିନାହିଁ । କିନ୍ତୁ କାହାକୁ ଏହା କହିବାକୁ ବାଧ୍ୟ କରାଯାଇ ପାରିବ ନାହିଁ। କିନ୍ତୁ ବିଜେପି ସଦସ୍ୟ ମହାତ୍ମା ଗାନ୍ଧୀଙ୍କ  ଯିଏ ହତ୍ୟାକାରୀ ନାଥରମ ଗଡ଼ସେ ତାଙ୍କୁ ମୁରଦବାଦ କହିବେ ତ। ବିଜେପିର କିଛି ନେତା ନଥୁରାମ ଗଡ଼ସେକକୁ ଦେଶ ପ୍ରେମୀ କହୁଛନ୍ତି। କିଛି ଲୋକ ଭଗବାନ କହି ମନ୍ଦିର କରୁଛନ୍ତି। ଏହି ପ୍ରସଙ୍ଗ ନରସିଂହ ମିଶ୍ର ଉଠେଇବା ବେଳେ  ବିଜେପି ସଦସ୍ୟମାନେ ବିରୋଧ କରିଥିଲେ। ଜାଣିଶୁଣି ଏହି ପ୍ରସଙ୍ଗ ଉଠାଇ ଗୃହର ସମୟ ନଷ୍ଟ କରୁଛନ୍ତି  ବୋଲି ବିଜେପି ସଦସ୍ୟ ଅଭିଯୋଗ କରିଛନ୍ତି । ରାଜନୀତି କରୁଛନ୍ତି। ବିଜେପି ରାଜି ଅଛି ଗଡ଼ସେକ ମୁରଦବଡ଼ କବିବାକୁ ବୋଲି ନିଜ ଆସନରେ ବସି ବିଜେପିର କିଛି ବିଧାୟକ କହୁଥିଲେ । 

ହେଲେ ନରସିଂହ ମିଶ୍ରଙ୍କୁ କଡା ଜବାବ ଦେବା ବେଳେ ବିରୋଧୀଦଳ ଉପନେତା ବିଷ୍ଣୁସେଠୀ ଗଡ଼ସେ ମୁରଦାବାଦ ବୋଲି କହିଲେ ନାହିଁ।  ସେ କହିଥିଲେ ଯେ, ପ୍ରଣବ ମୁଖାର୍ଜୀଙ୍କ ଭଲି ନେତା ଆରଏସଏସ କର୍ମୀଙ୍କୁ ଦିଗଦର୍ଶନ ଦେବା ପାଇଁ ସଙ୍ଘ କାର୍ଯ୍ୟାଳୟ ନାଗପୁର ଯାଇଥିଲେ। ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ଏହାକୁ ବିରୋଧ କରୁଥିଲା। କଂଗ୍ରେସ ନା ନନେଇ ନରସିଂହଙ୍କ ଆଡକୁ ଇଙ୍ଗିତ କରିଥିଲେ ବିଷ୍ଣୁ। ସେ କହିଥିଲେ ମହାତ୍ମା ଗାନ୍ଧୀ ମଧ୍ୟ ଆରଏସଏସ କ୍ୟାମ୍ପକୁ ଯାଇ ସାମାଜିକ ସମାରସଜା ଦେଖି ମୁଗ୍ଧ ହୋଇ ଫେରିଥିଲେ।  ଦେଶ ବିଭାଜନ ବେଳେ ନୂଆଖଳିରେ ବସି ଗାନ୍ଧୀ କାହିଁକି କାନ୍ଦୁଥିଲେ ବୋଲି ପ୍ରଶ୍ନ ଛଳରେ କଂଗ୍ରେସକୁ ତୀର ମାରିଥିଲେ ବିଜେପି ଉପନେତା। 

ବାଇଟ - ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା

ବାଇଟ - ବିଷ୍ଣୁ ସେଠୀ, ବିରୋଧୀ ଦଳ ଉପନେତା

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.