ETV Bharat / state

ଚାଲିଛି ମା' ଦୁର୍ଗାଙ୍କ ମହାଷ୍ଟମୀ ପୂଜା, ଚଳଚଞ୍ଚଳ ମଣ୍ଡପ

author img

By

Published : Oct 13, 2021, 1:36 PM IST

ଆଜି ମା' ଦୁର୍ଗାଙ୍କ ମହାଅଷ୍ଟମୀ ପୂଜା। ତେବେ କୋଭିଡ ଗାଇଡ ଲାଇନ ଅନୁ‌ଯାୟୀ ରାଇରଙ୍ଗପୁର ସହରର ସମସ୍ତ ମଣ୍ଡପ ଗୁଡିକରେ ନିରାଡମ୍ବର ଭାବରେ ଜଗତ ଜନନୀ ମା' ଦୁର୍ଗାଙ୍କ ମହାଷ୍ଟମୀ ପୂଜା ପାଳନ କରାଯାଉଛି। ଅଧିକ ପଢନ୍ତୁ...

ମା' ଦୁର୍ଗାଙ୍କ ମହାଅଷ୍ଟମୀ ପୂଜା
ମା' ଦୁର୍ଗାଙ୍କ ମହାଅଷ୍ଟମୀ ପୂଜା

ରାଇରଙ୍ଗପୁର: ଆଜି ମା' ଦୁର୍ଗାଙ୍କ ମହାଅଷ୍ଟମୀ ପୂଜା। ତେବେ କୋଭିଡ ଗାଇଡ ଲାଇନ ଅନୁ‌ଯାୟୀ ରାଇରଙ୍ଗପୁର ସହରର ସମସ୍ତ ମଣ୍ଡପଗୁଡିକରେ ନିରାଡମ୍ବର ଭାବରେ ଜଗତ ଜନନୀ ମା' ଦୁର୍ଗାଙ୍କ ମହାଷ୍ଟମୀ ପୂଜା ପାଳନ କରାଯାଉଛି। ଏନେଇ ରାଇରଙ୍ଗପୁର ସହର ତଥା ଆଖପାଖ ଅଞ୍ଚଳ ବେଶ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କୁ ନେଇ ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳିଛି।

ମା' ଦୁର୍ଗାଙ୍କ ମହାଅଷ୍ଟମୀ ପୂଜା

ସକାଳୁ ସୂର୍ଯ୍ୟ ଦେବତାଙ୍କ ପୂଜାର୍ଚ୍ଚନା କରାଯାଇ ମଣ୍ଡପରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ମହିଳା ଶ୍ରଦ୍ଧାଳୁମାନେ ମା' ଙ୍କ ପୂଜାର୍ଚ୍ଚନା କରି ବ୍ରତ ଧାରଣ କରିଥିଲେ। ଏହି ଦିନ ପ୍ରାୟତଃ ବ୍ରତଧାରୀ ମହିଳାମାନେ ନିର୍ଜଳା ଉପାସ ରହିଥାନ୍ତି। ମହାଅଷ୍ଟମୀର ପୂଜା , ହୋମ, ପୁଷ୍ପାଞ୍ଜଳି ପ୍ରକ୍ରିୟା ଚାଲିଥିବାବେଳେ ପୂର୍ବାହ୍ନରେ ଚଣ୍ଡିପୂଜା ଓ ସନ୍ଧ୍ୟା ସମୟରେ ସନ୍ଧି ପୂଜା ସହିତ ମା'ଙ୍କ ପାଖରେ ବଳି ଅର୍ପଣ କରାଯିବ ବୋଲି ମୁଖ୍ୟ ପୂଜକ ସୂଚନା ଦେଇଛନ୍ତି।

ସେପଟେ ଢୋଲ, ଶଙ୍ଖ, ଘଣ୍ଟ ଘଣ୍ଟା ଶବ୍ଦରେ କମ୍ପି ଉଠୁଛି ମା' ଦୁର୍ଗାଙ୍କ ପୀଠ। ମଣ୍ଡପରେ ମହାଷ୍ଟମୀ ପୂଜା ଅବସରରେ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହୋଇଉଠୁଛି ଚଉଦିଗ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.