ETV Bharat / state

ଲୁଇପା କଲେଜ ଦୁର୍ନୀତି ମାମଲା, ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପଦଯାତ୍ରା

author img

By

Published : Sep 22, 2020, 10:41 PM IST

ତେଜିଲା ଲୁଇପା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଆସିଥିବା ଟଙ୍କା ହଡପ ଓ ଦୁର୍ନୀତି ଘଟଣା । ପୂର୍ବରୁ ମହାବିଦ୍ୟାଳୟର ଛାତ୍ରମାନେ ସମୂହ ଧାରଣା ଦେଇଥିବାବେଳେ ଏବେ ରାସ୍ତାକୁ ଓହ୍ଲାଇଛନ୍ତି କୃଷକ ସଂଗଠନ ଓ ସ୍ଥାନୀୟ ଗ୍ରାମବାସୀ ।

Luipa college corruption issue, local people demands for high-level investigation
ଲୁଇପା କଲେଜ ଦୁର୍ନୀତି ମାମଲା, ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ପଦଯାତ୍ରା

ବାରିପଦା: ତେଜିଲା ଲୁଇପା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଆସିଥିବା ଟଙ୍କା ହଡପ ଓ ଦୁର୍ନୀତି ଘଟଣା । ପୂର୍ବରୁ ମହାବିଦ୍ୟାଳୟର ଛାତ୍ରମାନେ ସମୂହ ଧାରଣା ଦେଇଥିବାବେଳେ ଏବେ ରାସ୍ତାକୁ ଓହ୍ଲାଇଛନ୍ତି କୃଷକ ସଂଗଠନ ଓ ସ୍ଥାନୀୟ ଗ୍ରାମବାସୀ ।

ଅଭିଯୋଗ ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଢୋ ଲୁଇପା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଆଦିକନ୍ଦ ଦେ ଛାତ୍ରମାନଙ୍କ ଷ୍ଟାଇପେଣ୍ଡ, କର୍ମଚାରୀଙ୍କ ଏରିଅର ଓ କଲେଜର ଡେଭଲମେଣ୍ଟ ଅର୍ଥ ହଡ଼ପ କରିଛନ୍ତି ।

ଘଟଣା ଜଣାପଡିବା ପରେ ଛାତ୍ରମାନେ ଧାରଣା ଦେବା ସହ ତଦନ୍ତ ଦାବି କରିଥିଲେ । ତେବେ ଏଯାବତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଫଳରେ ମଙ୍ଗଳବାର ନବନିର୍ମାଣ କୃଷକ ସଙ୍ଗଠନ ଓ ଗ୍ରାମବାସୀ ରାଢୋ କଲେଜରୁ ପ୍ରାୟ ୮ କିଲୋମିଟର ପଦଯାତ୍ରାରେ ଆସିବା ସହ ଉଦଳା ଉପ-ଜିଲ୍ଲାପାଳଙ୍କୁ ପୁନର୍ବାର ତଦନ୍ତ ପାଇଁ ଦାବିପତ୍ର ଦେଇଛନ୍ତି ।

ଦୁଇ ମାସ ଭିତରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କୃଷକ ସଂଗଠନ ଚେତାବନୀ ଦେଇଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.