ETV Bharat / state

ଗହଣା ଲୁଟ ଘଟଣା, 3 ଲୁଟେରାଙ୍କୁ ନିସ୍ତୁକ ଛେଚିଲେ ଲୋକେ - ଦିନ ଦ୍ବିପ୍ରହରରେ ଗୁଳିକାଣ୍ଡ ଓ ଏସିଡ୍ ମାଡ

ଦିନ ଦ୍ବିପ୍ରହରରେ ଗହଣା ଦୋକାନରେ କଳାକନା ବୁଲାଇଲେ 6 ଦୁର୍ବୃତ୍ତ । ଏହାସହ ଦୋକାନର ମାଲିକଙ୍କୁ ଗୁଳିମାଡ ଓ ତାଙ୍କ ପୁଅକୁ ଏସିଡ ମାଡ ହୋଇଛି । ଘଟଣାରେ ସମ୍ପୃକ୍ତ 3 ଜଣ ଲୁଟେରାଙ୍କୁ ସ୍ଥାନୀୟ ଲୋକ କାବୁ କରିବା ସହ ନିସ୍ତୁକ ଛେଚିଲେ । ଅଧିକ ଖବର ପଢନ୍ତୁ...

ଦିନ ଦ୍ବିପ୍ରହରରେ ଗୁଳିକାଣ୍ଡ ଓ ଏସିଡ୍ ମାଡ, 3 ଲୁଟେରାଙ୍କୁ ନିସ୍ତୁକ ଛେଚିଲେ ଲୋକେ
author img

By

Published : Nov 8, 2019, 9:08 PM IST

ବାରିପଦା: ଦିନ ଦ୍ବିପ୍ରହରରେ ଗହଣା ଦୋକାନରୁ ଲୁଟ୍ । ସମସ୍ତଙ୍କୁ ଚକମା ଦେଇ ଦୋକାନରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଏହି ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ବଜାରରେ ଥିବା ବିଶ୍ଵକର୍ମା ଜୁଏଲାରୀ ଦୋକାନରେ ।

ଦିନ ଦ୍ବିପ୍ରହରରେ ଗୁଳିକାଣ୍ଡ ଓ ଏସିଡ୍ ମାଡ, 3 ଲୁଟେରାଙ୍କୁ ନିସ୍ତୁକ ଛେଚିଲେ ଲୋକେ

ଅପରାହ୍ନ ସମୟରେ ୨ଟି ପଲସରେ ୬ ଜଣ ଡ଼କାୟତ ଗହଣା ଦୋକାନରେ ପହଞ୍ଚିଥିଲେ । ଏହାପରେ ଦୋକାନରେ ଥିବା ବାପା ଓ ପୁଅଙ୍କୁ ବନ୍ଧୁକ, ମାରଣାସ୍ତ୍ର ଏବଂ ଏସିଡ ଆକ୍ରମଣ କରି ସୁନାରୂପା ଗହଣା ଓ ନଗଦ ଟଙ୍କା ନେଇ ଚମ୍ପଟ ମାରିଥିଲେ ।

ଗହଣା ଦୋକାନୀ ଡ଼କାୟତମାନଙ୍କୁ ପ୍ରତିରୋଧ କରିବାକୁ ଯାଇଥିବା ବେଳେ ଦୋକାନୀ ମାଲିକଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ମାଲିକଙ୍କ ପୁଅକୁ ଏସିଡ ମାଡ ହୋଇଛି ।

ଆହତ ବାପା ଓ ପୁଅକୁ ପ୍ରଥମେ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ପରେ ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି ।

ଦୁର୍ବୃତ୍ତମାନେ ଡକାୟତି କରି ଖସି ପାଳାଉଥିବା ସମୟରେ ପାଖ ଦୋକାନୀ ମାନେ ଗୋଟିଏ ବାଇକକୁ ଅଟକ ରଖିବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି । ସେଥିରେ ଥିବା 3 ଜଣ ଦୁର୍ବୃତ୍ତଙ୍କୁ ସ୍ଥାନୀୟ ଲୋକେ କାବୁ କରି ନିସ୍ତୁକ ମାଡ ମାରିଛନ୍ତି । ପୋଲିସ ପହଞ୍ଚି ଆହତଙ୍କୁ ଡାକ୍ତରଖାନାକୁ ନେଇଛି ।

ମୟୂରଭଞ୍ଜ ଏସପି ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରିରଖିଛନ୍ତି । ଏହାସହ ଅନ୍ୟ ତିନିଜଣ ଡକାୟତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତିନିଟି ଟିମ ଗଠନ କରାଯାଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ବୋଲି କହିଛନ୍ତି ମୟୁରଭଞ୍ଜ ଏସପି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ମୟୂରଭଞ୍ଜ ଜିଲା ବୈଶିଙ୍ଗା ବଜାରରେ ଥିବା ବିଶ୍ଵକର୍ମା ଜୁଏଲାରୀ ଦୋକାନରୁ ଆଜି ଦିନ ଦ୍ବିପ୍ରହର ରେ ଦୁର୍ବୃତ୍ତମାନେ ଡ଼କାୟତି କରିଛନ୍ତି । ଅପରାହ୍ନ ସମୟରେ ୨ଟି ପଲସର ବାଇକରେ ୬ଜଣ ଡ଼କାୟତ ପହଞ୍ଚି ଦୋକାନୀର ବାପା ଓ ପୁଅଙ୍କୁ ବନ୍ଧୁକ, ମାରଣାସ୍ତ୍ର ଓ ଏସିଡ଼ ଦ୍ବାରା ଆକ୍ରମଣ କରି ସୁନାରୂପା ଗହଣା ଓ ନଗଦ ଟଙ୍କା ନେଇ ପଳାଇଛନ୍ତି । ଗହଣା ଦୋକାନୀ ଡ଼କାୟତ ମାନଙ୍କୁ ପ୍ରତିରୋଧ କରିବାକୁ ଯାଇଥିବା ବେଳେ ଦୋକାନୀ ମାଲିକ ଙ୍କୁ ଗୋଡ଼ରେ ଗୁଳି ବାଜିଛି। ଗହଣା ଦୋକାନୀ ମାଲିକ ଙ୍କ ପୁଅକୁ ଏସିଡ ମାଡ ହୋଇଅଛି। ଉଭୟ ବାପା ଓ ପୁଅକୁ ପ୍ରଥମେ ବୈଶିଙ୍ଗା ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ପରେ ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଦିଆଯାଇଛି। ଦୁର୍ବୃତ୍ତମାନେ ଡକାୟତି କରି ଖସି ପାଳାଉଥିବା ସମୟରେ ପାଖ ଦୋକାନୀ ମାନେ ଗୋଟିଏ ବାଇକକୁ ଅଟକ ରଖିବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି । ତିନି ଜଣ ଦୁର୍ବୁର୍ତ୍ତ ଙ୍କୁ ସ୍ଥାନୀୟ ଲୋକେ କାବୁ କରି ନିସ୍ତୁକ ମାଡ ମାରିଛନ୍ତି । ପୁଲିସ ପହଞ୍ଚି ଆହତଙ୍କୁ ଡାକ୍ତରଖାନାକୁ ନେଇଛି । ମୟୂରଭଞ୍ଜ ଏସପି ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜରିରଖିଥିବା ବେଳେ ଅନ୍ୟ ତିନିଜଣ ଡକାୟତ ଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତିନି ଟି ଟିମ ଗଠନ କରାଯାଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ ଜରିରହିଛି ବୋଲି କହିଛନ୍ତି ମୟୁରଭଞ୍ଜ ଏସ ପି। ଘଟଣା ଘଟିଥିବା ବେଳେ ପାଖ ଦୋକାନୀ ଙ୍କ ସାହସିକ ଉଦ୍ୟମ ପାଇଁ ଡ଼କାୟତ ମାନେ ଧରାପଡିଥିବା କହିଛନ୍ତି ସ୍ଥାନୀୟ ଲୋକେ।
ବାଇଟ-1-କ୍ରୀଷ୍ଣା ଜେନା-ପ୍ରତ୍ୟକ୍ଷଦର୍ଶୀ
ବାଇଟ-2-ବାବୁଲି ବାବୁ-ପ୍ରତ୍ୟକ୍ଷଦର୍ଶୀ
ବାଇଟ-3-ପରମାର ସ୍ମିଥ ପୁରୁଷୋତ୍ତମ ଦାସ- ଏସ ପି-ମୟୁରଭଞ୍ଜConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.