ETV Bharat / state

ସରକାରୀ ଉଦାସୀନତାର ଶିକାର ଲୋଧା ସମ୍ପ୍ରଦାୟ - SC

ବଦଳିଛି ସମୟ, ବଦଳୁଛି ସରକାର । କିନ୍ତୁ ମୟୂରଭଞ୍ଜ ଜିଲ୍ଲାରେ ରହୁଥିବା ଲୋଧା ଆଦିବାସୀଙ୍କ ଅବସ୍ଥାରେ ସାମାନ୍ୟ ପରିବର୍ତ୍ତନ ଆସିନାହିଁ । ସରକାରୀ ଯୋଜନା ସତେ ଯେପରି ଏମାନଙ୍କ ପାଇଁ ଅଲୋଡ଼ା । ସେପଟେ କିନ୍ତୁ ଏମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ଯୋଜନା, ବ୍ୟବସ୍ଥା ସବୁ ଗ୍ରହଣ କରାଯାଇଥିବା କୁହାଯାଇଛି । ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖିଲା ଇଟିଭି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Jun 13, 2019, 5:00 PM IST

ବାରିପଦା: ଆଦିବାସୀ ବହୁଳ ଜିଲ୍ଲା ମୟୁରଭଞ୍ଜ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଜିଲ୍ଲାରେ କିନ୍ତୁ ଗରିବିର ମାତ୍ରା ବି କିଛି କମ ନୁହେଁ । ଏଠି ଲୋଧା ଓ ଖଡ଼ିଆ ସମ୍ପ୍ରଦାୟଙ୍କ ସଂଖ୍ୟା ଅଧିକ । ବଣ ଜଙ୍ଗଲଘେରା ପରିବେଶ ମଧ୍ୟରେ ଲୋଧା ସମ୍ପ୍ରଦାୟଙ୍କ ବସବାସ । ନୁଆଁଣିଆ ଚାଳ ଛପର ଘରେ ବସବାସ କରୁଥିବା ଲୋଧା ଆଦିବାସୀ ଜଙ୍ଗଲରୁ କାଠ କାଟିଲେ ଗୁଜୁରାଣ ମେଣ୍ଟେ । ତେବେ ସମସ୍ତଙ୍କର ସମାନ ଅବସ୍ଥା ନୁହେଁ । କିଏ ସମ୍ପର୍କୀୟଙ୍କ ଘର ବାରଣ୍ଡାରେ ତ ଆଉ କିଏ ଦଦରା ଚାଳ ଘରେ ରହିଆସୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସେପଟେ ସରକାରୀ ଯୋଜନାକୁ ନେଇ ଏମାନଙ୍କ ଅଭିଯୋଗର ଫର୍ଦ୍ଦ ବହୁ ଲମ୍ବା । କାହାକୁ ଘର ଖଣ୍ଡିଏ ମିଳିନି ତ ଆଉ କିଏ ଅନ୍ତୋଦୟ ଯୋଜନାରୁ ବଞ୍ଚିତ । ଗାଁକୁ ବିଦ୍ୟୁତ ସଂଯୋଗ ପାଇଁ ପ୍ରାଥମିକ ସୁବିଧା ରହିଛି । ଖୁଣ୍ଟ ପଡ଼ିଛି, ଟ୍ରାନ୍ସଫର୍ମର ମଧ୍ୟ ବସିଛି ମାତ୍ର ସରକାରୀ ଯୋଜନା ସବୁ ଏଠି ଅପହଞ୍ଚ । ନା ଅଛି ବିଜୁ ଜ୍ୟୋତି ଯୋଜନା ନା ଅଛି ବିଦ୍ୟୁତ ବିଭାଗର ଅନ୍ୟ କୌଣସି ସୁବିଧା ସୁଯୋଗ । ସରକାରୀ ବାବୁ ଆସୁଥିଲେ ମଧ୍ୟ ଏମାନଙ୍କ ଗରିବୀ ଅବସ୍ଥାରେ କୌଣସି ପ୍ରକାର ପରିବର୍ତ୍ତନ ହୋଇନାହିଁ ।

ସେହିପରି ପାନୀୟ ଜଳ ପ୍ରକଳ୍ପ ପକ୍ଷରୁ ଗାଁରେ ପାଣିଟାଙ୍କି ଲାଗିଛି । ପିଇବା ପାଇଁ ପାଇପ ମଧ୍ୟ ରହିଛି । ହେଲେ କାମ କରୁ ନଥିବାରୁ ଲୋକେ ନିଜେ ଖୋଲିଥିବା କୂଅରୁ ପାଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି । ଆଦିମ ଜନଜାତି ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଏ ସବୁ ଅଞ୍ଚଳରେ ୩ଟି ଏନଜିଓ ମଧ୍ୟ କାମ କରୁଛି ।

କେନ୍ଦ୍ର ଠାରୁ ରାଜ୍ୟ ସରକାର ଙ୍କ ପର୍ଯ୍ୟନ୍ତ ଏ ପ୍ରକାର ଅବହେଳିତ ଜନଜାତିଙ୍କ ବିକାଶ ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଅଧିକାରୀମାନେ ଟଙ୍କାର ବିନିଯୋଗ କରି ସରକାରଙ୍କୁ କେବଳ ବିନିଯୋଗ ପତ୍ର ଲେଖି ନିଜ ଦାୟିତ୍ୱ ହସ୍ତାନ୍ତର କରିବା ସହିତ ଏ ସବୁ ପ୍ରକଳ୍ପର ବାସ୍ତବତାକୁ ଅନୁଧ୍ୟାନ କଲେ ଏ ପ୍ରକାର ସମସ୍ୟାର ସମାଧାନ ହେବାସହ ଏହି ଆଦିମ ଜନଜାତିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିହୁଅନ୍ତା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:+2 ରେଜଲ୍ଟ ନାହିଁ,ଠକ ସକ୍ରିୟ,ସବୁ ସୂଚନା ପାଇଲେ କେଉଁଠୁ
ରାଉରକେଲା- ଓଡିଶା CHSE ଦ୍ୱାରା +2 କଲା ତଥା କମର୍ଷ ର ରିଜଲ୍ଟ ବିଳମ୍ବ ହେବାରୁ ଛାତ୍ର ଛାତ୍ରୀ ମାନେ ଚିନ୍ତା ରେ। ଅନ୍ୟ ବିଶ୍ବବିଦ୍ୟାଳୟ ରେ ନାମ ଲେଖାଇବାରୁ ସେମାନେ ବଂଚିତ। ଅନ୍ୟପଟେ ଛାତ୍ର ଛାତ୍ରୀ ମାନଙ୍କ ସମ୍ପୂର୍ଣ ସୂଚନା ନେଇ ଠକ ମାନେ ସକ୍ରିୟ ହୋଇଛନ୍ତି।

Body:ଠକମାନଙ୍କ ପାଖରର କଲା ତଥା ବାଣିଜ୍ୟ ରେ +2 ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଙ୍କ ମୋବାଇଲ ନମ୍ବର ଠାରୁ ଆରମ୍ଭ କରି ତାଙ୍କ ର୍କଲ ନମ୍ବର ତଥା ତାଙ୍କ ମା ବାପାଙ୍କ ସମ୍ପର୍କ ରେବିସୂଚନା ରହିଛି। 15 ତାରିଖ ମଧ୍ୟ ରେ ରସାଳଟ ବାହାରିବ ବୋଲି ସୂଚନା ଦେବା ସହିତ ଛାତ୍ର ଛାତ୍ରୀ ମାନେ କେତେ ବିଷୟ ରେ ଫେଲ କରିଛନ୍ତି ତାହା ସୂଚନା ପ୍ରଦାନ କରୁଛନ୍ତି ଠକ ମାନେ। ସେମାନେ ଏକାଉଣ୍ଟ ନମ୍ବର ତାଙ୍କ ପାଇଁ ଦେଇ 10 ହଜ଼ାର ତାଙ୍କ ଜମା କରିଲେ ପାସ କରାଇବା ତଥା 20 ହଜ଼ାର ଟଙ୍କା ଦେଲେ ବେଷ୍ଟ 10 କରିବା ଆଶ୍ୱାସନା ଦେଉ ଛନ୍ତି। ଆମ ପ୍ରତିନିଧି ରାଜେନ୍ଦ୍ର ମିଶ୍ର ଏହି ଫୋନ କରୁ ଥିବା ଲୋକ ସହିତ କଥା ହେଲେ ତଥା ସ୍ପଷ୍ଟ ହେଲା କି ସେମାନଙ୍କୁ ଓଡିଶା ସମ୍ପର୍କ ରେ ଜ୍ଞାନ ନାହିଁ।କାରଣ ଭୁବନେଶ୍ୱର କୁ ସେମାନେ ଛତିଶଗଡ ର ରାୟଗଡ ସାମ୍ନା କହୁଥିଲେ। ସେମାନେ 8298841201 ନମ୍ବର ସହିତ ଅନ୍ୟ କେତୋଟି ନମ୍ବର ରୁ ଫୋନ କରୁଛନ୍ତି। ଟଙ୍କା ଜମା କରିବା ପାଇଁ a/c ନ. 37767565262 ତଥା ifsc sbin0000158 ଦେଇଛନ୍ତି।

Conclusion:ବଡ଼ କଥା ହେଉଛି ଠକ ଦଳକୁ ଛାତ୍ର ଛାତ୍ରୀ ମାନଙ୍କ ସମ୍ପର୍କ ରେ ସୂଚନା ମିଳିଲା କେଉଁଠୁ। କଲେଜ କିମ୍ବା chse ର କିଏ ଏହି ଗ୍ୟାଙ୍ଗ ସହିତ ରହି ବିସ୍ତୃୟ ସୂଚନା ଏମାନଙ୍କୁ ପ୍ରଦାନ କରି ନାହିଁ ତ। ପୁରା ଘଟଣା ତଦନ୍ତ ସାପେକ୍ଷ।
ବାଇଟ-ଏସକେ ପାଣିଗ୍ରାହୀ, ପ୍ରିନ୍ସିପାଳ,ମୁନିସିପଲ କଲେଜ
one to one
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.