ETV Bharat / state

ଭାଉଜଙ୍କୁ ହତ୍ୟା ମାମଲାରେ ଦିଅରକୁ ଆଜୀବନ କାରାଦଣ୍ଡାଦେଶ

author img

By

Published : May 9, 2023, 8:57 PM IST

ଅଭିଯୁକ୍ତ ଦିଅର ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରୀଆ ଥାନା ଅନ୍ତର୍ଗତ ପାକଟିଆ ଗ୍ରାମର ଜଗନ୍ନାଥ ନାଏକ (୩୩)। ସୂଚନା ଅନୁଯାୟୀ, ଭାଉଜଙ୍କ ବାପ ଘରର ଜମିକୁ ଦିଅର ଜଗନ୍ନାଥ ଚାଷ କରୁଥିଲା। ଜମିରୁ ଚାଷ ହୋଇଥିବା ଧାନକୁ ବିକିବା ପରେ ଉପାର୍ଜିତ ଅର୍ଥ ପ୍ରଦାନ କରିବା ପାଇଁ ଭାଉଜ କହିଥିଲେ। ଅଧିକ ପଢନ୍ତୁ

ଭାଉଜଙ୍କୁ ହତ୍ୟା ମାମଲାରେ ଦିଅରକୁ ଆଜୀବନ କାରାଦଣ୍ଡାଦେଶ
ଭାଉଜଙ୍କୁ ହତ୍ୟା ମାମଲାରେ ଦିଅରକୁ ଆଜୀବନ କାରାଦଣ୍ଡାଦେଶ
ଭାଉଜଙ୍କୁ ହତ୍ୟା ମାମଲାରେ ଦିଅରକୁ ଆଜୀବନ କାରାଦଣ୍ଡାଦେଶ

ରାଇରଙ୍ଗପୁର: ଭାଉଜଙ୍କୁ ହତ୍ୟା ମାମଲାରେ ଦିଅରକୁ ଆଜୀବନ କାରାଦଣ୍ଡାଦେଶ । ମୟୂରଭଞ୍ଜର ଅତିରିକ୍ତ ଜିଲା ଓ ଦୌରା ଜଜ(୧) କୋର୍ଟ ଆଜି ମଙ୍ଗଳବାର ଏକ ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ କରିଛନ୍ତି । ବିଚାରପତି ସୁରେଶ ଚନ୍ଦ୍ର ପ୍ରଧାନ ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହା ସହିତ ୫ହଜାର ଟଙ୍କା ଜରିମାନା କରିଥିବା ବେଳେ ଜରିମାନା ଅନାଦେୟ ଅଧିକ ୬ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି ।

ଅଭିଯୁକ୍ତ ଦିଅର ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରୀଆ ଥାନା ଅନ୍ତର୍ଗତ ପାକଟିଆ ଗ୍ରାମର ଜଗନ୍ନାଥ ନାଏକ (୩୩)। ସୂଚନା ଅନୁଯାୟୀ, ଭାଉଜଙ୍କ ବାପ ଘରର ଜମିକୁ ଦିଅର ଜଗନ୍ନାଥ ଚାଷ କରୁଥିଲା। ଜମିରୁ ଚାଷ ହୋଇଥିବା ଧାନକୁ ବିକିବା ପରେ ଉପାର୍ଜିତ ଅର୍ଥ ପ୍ରଦାନ କରିବା ପାଇଁ ଭାଉଜ କହିଥିଲେ।

ଏହାକୁ ନେଇ ଯୁକ୍ତିତର୍କ ହେବାରୁ ଗତ ୨୦୧୯ ମସିହା ଜାନୁଆରୀ ମାସ ୧୩ ତାରିଖ ରେ ରାତି ପ୍ରାୟ ୯ଟା ବେଳେ ଜଗନ୍ନାଥ ଓ ତାଙ୍କ ମା ରାଇମଣି ଏକ ମାରଣାସ୍ତ୍ର ରେ ଭାଉଜ କୁ ଅତର୍କିତ ଭାବେ ଆକ୍ରମଣ କରି ହତ୍ୟା କରିଥିଲେ। ତେବେ ଘଟଣାସ୍ଥଳ ରେ ଭାଉଜର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଝାରପୋଖରିଆ ଥାନାରେ ମୃତକଙ୍କ ମା ବାସନ୍ତୀ ସିଂ ୨୦୧୯ ମସିହା ଜାନୁଆରୀ ମାସ ୧୪ ତାରିଖ ରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ କେଶ ନମ୍ବର ୩/୨୦୧୯ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଘଟଣାରେ ୧୮ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୋଲିସର ତଦନ୍ତ ରିପୋର୍ଟକୁ ଭିତ୍ତି କରି ଜଜ ଉପରୋକ୍ତ ରାୟ ଶୁଣାଇଛନ୍ତି । ରାୟ ପ୍ରକାଶ ପାଇବା ପରେ ଅଭିଯୁକ୍ତ ଜଗନ୍ନାଥ ନାଏକକୁ ବାରିପଦା ସ୍ଥିତ ମଣ୍ଡଳ କାରାଗାର ପଠାଇ ଦିଆଯାଇଛି। ମାମଲାକୁ ଅତିରିକ୍ତ ସରକାରୀ ଆଇନଜୀବୀ କୃଷ୍ଣଚନ୍ଦ୍ର ଦାସ ପରିଚାଳନା କରୁଥିଲେ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.