ETV Bharat / state

ଭାରତ ବନ୍ଦ ସଫଳ କରିବାକୁ ବାମପନ୍ଥୀ ଦଳଙ୍କ ଆହ୍ବାନ ଓ ପ୍ରତିବାଦ ସଭା - left party preparation meeting

ଆସନ୍ତା ୨୬ ତାରିଖ ଭାରତ ବନ୍ଦ ସଫଳ କରିବାକୁ ବାମପନ୍ଥୀ ଦଳ ଆହ୍ବାନ ଦେବା ସଙ୍ଗେ ସଙ୍ଗେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା । ଅଧିକ ପଢନ୍ତୁ...

left party preparation meeting for bharat bandh
ଭାରତ ବନ୍ଦ ସଫଳ କରିବାକୁ ବାମପନ୍ଥୀ ଦଳଙ୍କ ଆହ୍ବାନ ଓ ପ୍ରତିବାଦ ସଭା
author img

By

Published : Nov 20, 2020, 6:52 PM IST

ରାଇରଙ୍ଗପୁର: ଭାରତ ବନ୍ଦ ସଫଳ କରିବାକୁ ବାମପନ୍ଥୀ ଦଳଙ୍କ ଆହ୍ବାନ । ଆସନ୍ତା ୨୬ ତାରିଖ ଭାରତ ବନ୍ଦ ସଫଳ କରିବାକୁ ବାମପନ୍ଥୀ ଦଳ ଆହ୍ବାନ ଦେବା ସଙ୍ଗେ ସଙ୍ଗେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।

ଭାରତ ବନ୍ଦ ସଫଳ କରିବାକୁ ବାମପନ୍ଥୀ ଦଳଙ୍କ ଆହ୍ବାନ ଓ ପ୍ରତିବାଦ ସଭା

ନଭେମ୍ବର ୨୬ ତାରିଖରେ ଦେଶବ୍ୟାପୀ ହେବାକୁ ଥିବା ଧର୍ମଘଟକୁ ସଫଳ କରିବା ପାଇଁ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାଧାରଣ ଜନତାଙ୍କୁ ଅବଗତ କରିବା ପାଇଁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ, ମହିଳା, ଯୁବ, ଦଳିତ ବିରୋଧି ନୀତି ବିରୁଦ୍ଧରେ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହି ଆନ୍ଦୋଳନକୁ ବିପୁଳ ସଂଖ୍ୟାରେ ସମର୍ଥନ ଦେଇ ବନ୍ଦରେ ସାମିଲ ହୋଇ ଧର୍ମଘଟକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ଆହ୍ବାନ ଦିଆଯାଇଛି ।

ଏହି ପ୍ରତିବାଦ ସଭାରେ ଯଶିପୁର ପୂର୍ବତନ ବିଧାୟକ ଶମ୍ଭୁନାଥ ନାଏକ, ଜିଲ୍ଲାର ବରିଷ୍ଠ ସିପିଆଇ ନେତା ଜଗବନ୍ଧୁ ମିଶ୍ର, ରାଇରଙ୍ଗପୁରର ବରିଷ୍ଠ ସିପିଆଇ ନେତା ତ୍ରିନାଥ ପାତ୍ର ପ୍ରମୁଖ ଧର୍ମଘଟ ସଂପର୍କରେ ଜନସାଧାରଣଙ୍କ ନିକଟରେ ଉପସ୍ଥାପନା କରିଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.