ETV Bharat / state

ଅଧ୍ୟାପିକା ମୃତ୍ୟୁ ଘଟଣା:କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ - student protest

ରାଇରଙ୍ଗପୁର ମହିଳା ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ।

lecture suicide case
କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
author img

By

Published : Dec 2, 2019, 8:35 PM IST

ରାଇରଙ୍ଗପୁର: ମହିଳା ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଲେଜ ଛାତ୍ରଛାତ୍ରୀ। ଏ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନରେ ଅସନ୍ତୋଷ ପ୍ରକାଶ କରି ପୋଲିସ ଓ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ଝାରପୋଖରିଆ ପୋଲିସର ଶିଥିଳତା ଓ ତଦନ୍ତରେ ଅବହେଳା ଯୋଗୁଁ ଗୋଟିଏ ନିରୀହ ଜୀବନ ଚାଲିଯାଇଥିବାର ଅଭିଯୋଗ କରିଥିଲେ ଛାତ୍ରଛାତ୍ରୀ। ଏପରିକି ସରକାରଙ୍କ 5T ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ସେପଟେ ଏହାକୁ ନେଇ କଲେଜ ପରିସରରେ ଯେପରି ଶାନ୍ତି ଶୃଙ୍ଖଳା ଭଙ୍ଗ ନହୁଏ ସେ ନେଇ ମୟୂରଭଞ୍ଜ ଏସପି ରାଇରଙ୍ଗପୁର କଲେଜକୁ ଆସି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ।

କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଏ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୟୁରଭଞ୍ଜ ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସଙ୍କୁ ଏକ ଦାବିପତ୍ର ମଧ୍ୟ ଦେଇଥିଲେ । ଏହାପରେ ଏସପି ଛାତ୍ରୀ ନିବାସକୁ ଯାଇ ମୃତ ଅଧ୍ୟାପିକାଙ୍କ ରୁମ୍ ଅନୁଧ୍ୟାନ କରିବା ସହ ରାଇରଙ୍ଗପୁର ଟାଉନ ଥାନା ଫେରି ଏସଡିପିଓଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଗତ ଶନିବାର ରାତିରେ ରାଇରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଥିବା ଛାତ୍ରୀ ନିବାସରୁ ଫିଜିକ୍ସ ଅଧ୍ୟାପିକା ରୁକ୍ମଣୀ ମଣ୍ଡଳ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯିବା ପରେ ଘଟଣାଟି ଏକ ଭିନ୍ନ ମୋଡ ନେଇଥିଲା।ମୃତ ଅଧ୍ୟାପିକା ଜଣକ ଭାଉଜଙ୍କ ଭାଇ ଙ୍କ ଦ୍ବାରା ଦୁଷ୍କର୍ମ ର ଶିକାର ହୋଇଥିବା ଜଣା ପଡିଥିଲା।
ତେବେ କଲେଜ ପରିସରରେ ଥିବା ଛାତ୍ରୀ ନିବାସ ରୁ ଅଧ୍ୟାପିକା ଙ୍କ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ରାଇରଙ୍ଗପୁର ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। କଲେଜ ପରିସରରେ ଛାତ୍ରଛାତ୍ରୀ ମାନେ ଶ୍ରେଣୀ ଗୃହ ବର୍ଜନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତା ସହିତ ପୋଲିସ ଓ ସରକାର ଙ୍କ ର ବିରୋଧରେ ନାରା ଦେଇ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ।ଝାରପୋଖରିଆ ପୋଲିସ ର କାର୍ଯ୍ୟରେ ଶିଥିଳତା ଓ ତଦନ୍ତ ରେ ଅବହେଳା ଯୋଗୁଁ ଗୋଟିଏ ନିରୀହ ଜୀବନ ଅକାରଣ ରେ ଚାଲିଯିବା ନେଇ ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିବା ସହିତ ସରକାର ଙ୍କ 5T ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। କଲେଜ ପରିସରରେ ଶାନ୍ତି ଶୃଙ୍ଖଳା ଯେପରି ଭଙ୍ଗ ନହୁଏ ସେ ନେଇ ମୟୁରଭଞ୍ଜ ଏସପି ରାଇରଙ୍ଗପୁର କଲେଜ କୁ ଆସି ଛାତ୍ରଛାତ୍ରୀ ମାନଙ୍କ ସହିତ ବୁଝାସୁଝା କରିଥିଲେ। ଛାତ୍ରଛାତ୍ରୀ ମାନେ ଯଥାଶୀଘ୍ର ଏହି ଘଟଣାର ରହସ୍ୟ ଉନ୍ମୋଚନ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୟୁରଭଞ୍ଜ ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ପରେ ଏସପି ଛାତ୍ରୀ ନିବାସ କୁ ଯାଇ ମୃତ ଅଧ୍ୟାପିକା ଙ୍କ ରୁମ୍ ଅନୁଧ୍ୟାନ କରିବା ସହ ରାଇରଙ୍ଗପୁର ଟାଉନ ଥାନା ଫେରି ଏସଡିପିଅ ଙ୍କ ସହ ଘଟଣା ସମ୍ପର୍କରେ ଅଧିକ ଆଲୋଚନା କରିଥିଲେ।
ବାଇଟ ୧ - ଛାତ୍ର
ବାଇଟ ୨ - ଛାତ୍ରୀ

Body:x

Conclusion:x
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.