ETV Bharat / state

2 ଦିନିଆ ମୟୂରଭଞ୍ଜ ଗସ୍ତରେ ଆଇନ ମନ୍ତ୍ରୀ

2 ଦିନିଆ ମୟୂରଭଞ୍ଜ ଗସ୍ତରେ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଏହି ଅବସରରେ ସେ ହରିବଳଦେବ ଜୀଉ ମନ୍ଦିର ପରିଦର୍ଶନ କରିବା ସହ ବିଭିନ୍ନ ଅସୁବିଧାକୁ ନେଇ ସେବାୟତଙ୍କ ସହ ଆଲୋଚନା କରିଥିଲେ ।

author img

By

Published : Aug 14, 2019, 10:40 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ଦୁଇ ଦିନିଆ ବାରିପଦା ଗସ୍ତରେ ଆସିଛନ୍ତି ପଞ୍ଚାୟତିରାଜ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା । ଏହି ଗସ୍ତ ଅବସରରେ ମନ୍ତ୍ରୀ ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିର ପରିଦର୍ଶନ କରିଛନ୍ତି । ସେ ମନ୍ଦିର ଦର୍ଶନ କରିବା ସହ ମନ୍ଦିରରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଯଥାଶୀଘ୍ର ମନ୍ଦିରର ସମସ୍ତ ସମସ୍ୟାର ସମାଧାନ କ୍ଷେତ୍ରରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ । ତେବେ ସ୍ବାଧୀନତା ଦିବସ ଉପଲକ୍ଷେ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି ମନ୍ତ୍ରୀ । ନିକଟରେ ମନ୍ତ୍ରୀଙ୍କୁ ଜିଲ୍ଲାର ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ଦ୍ଵିତୀୟ ଶ୍ରୀକ୍ଷେତ୍ର ରୂପେ ପରିଚିତ ବାରିପଦା ର ଶ୍ରୀ ହରିବଳ ଦେବ ଜୀଉ ମନ୍ଦିର ର ବିଭିନ୍ନ ଅସୁବିଧାକୁ ନେଇ ସେବାୟତଙ୍କ ସହ ଆଲୋଚନା କଲେ ଆଇନ ମନ୍ତ୍ରୀ। Body:ସ୍ୱାଧୀନତା ଦିବସ ଉପଲକ୍ଷେ ଦୁଇ ଦିନିଆ ବାରିପଦା ଗସ୍ତରେ ଆସିଛନ୍ତି  ପଞ୍ଚାୟତିରାଜ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା। ତେବେ ନିକଟରେ ସେ ମୟୂରଭଞ୍ଜ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଭାବେ ମନୋନୀତ ମଧ୍ୟ ହୋଇଛନ୍ତି। ମୟୁରଭଞ୍ଜ ଗସ୍ତରେ ଆସି ଆଜି ସନ୍ଧ୍ୟାରେ ୨ୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀ ଶ୍ରୀ ହରିବଳଦେବଜୀଉ ମନ୍ଦିର ପରିଦର୍ଶନ କରିଛନ୍ତି ମନ୍ତ୍ରୀ। ମନ୍ଦିରରେ ଚତୁର୍ଦ୍ଧା ମୁର୍ତ୍ତିଙ୍କ ଦର୍ଶନ  କରିବା ସହ  ମନ୍ଦିରରେ ଲାଗିରହିଥିବା ବିଭିନ୍ନ ସମସ୍ୟା କୁ ନେଇ ପୂର୍ବରୁ ଉପସ୍ଥାପନ କରା ଯାଇଥିବା ଦାବି ଗୁଡିକ ସମ୍ପର୍କରେ ଜିଲ୍ଲା ପ୍ରଶାସନ ତଥା ମନ୍ଦିର ସେବାୟତ ମାନଙ୍କ ସହ ଅଲୋଚନା କରିଥିଲେ। ଯଥାଶୀଘ୍ର ମନ୍ଦିର ର ସମସ୍ତ ସମସ୍ୟା ର ସମାଧାନ କ୍ଷେତ୍ରରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି  ମନ୍ତ୍ରୀ।ଜିଲ୍ଲା ପ୍ରଶାସନ ମନ୍ଦିରରେ ଲାଗିରହିଥିବା ବିଭିନ ସମସ୍ୟା ଗୁଡିକ ବିଷୟରେ ଅବଗତ ହେବ ସହ ଯଥାଶୀଘ୍ର ଏହାର ସମାଧାନ ପାଇଁ ପଦକ୍ଷେପ ନିଆ ଯିବ ବୋଲି କହିଥିଲ।
ବାଇଟ୍ - ପ୍ରତାପ ଜେନା-ଆଇନ ମନ୍ତ୍ରୀ-ଓଡିଶା ସରକାରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.