ରାଇରଙ୍ଗପୁର: କାଠ ଚୋରି ଅଭିଯୋଗରେ 65 ବର୍ଷୀୟ ବୃଦ୍ଧା ଓ ଗର୍ଭବତୀଙ୍କୁ ମାଡ ମରା ଘଟଣା। ଅଭିଯୁକ୍ତ ମହିଳା ଫରେଷ୍ଟ ଗାର୍ଡଙ୍କୁ ଗିରଫ କରିବାର 24 ଘଣ୍ଟା ନ ପୂରଣୁ ଜାମିନ ମିଳିଯାଇଛି । ବିନା କୌଣସି ସର୍ଚ୍ଚ ୱାରେଣ୍ଟ କିମ୍ବା ବନାଞ୍ଚଳ ଅଧିକାରୀଙ୍କ ଠାରୁ କୌଣସି ନିର୍ଦ୍ଦେଶ ନ ନେଇ ରାତ୍ରି ସମୟରେ ବୃଦ୍ଧା, ଗର୍ଭବତୀ ମହିଳାଙ୍କ ସମେତ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ମାଡ ମାରିବା ଅଭିଯୋଗରେ ଗତକାଲି ତାଙ୍କୁ ନିଲମ୍ବନ କରିବା ସହଗିରଫ କରିଥିଲା କରଞ୍ଜିଆ ପୋଲିସ ।
ଗତ ଶନିବାର ନ୍ୟାୟ ଦାବି ଓ କ୍ଷତିପୂରଣ ଦାବିରେ 220 ଜାତୀୟ ରାଜପଥକୁ ଦୀର୍ଘ 5 ଘଣ୍ଟା ଧରି ରାସ୍ତା ଅବରୋଧ କରିବା ସହ ରେଞ୍ଜ କାର୍ଯ୍ୟାଳୟ ମଧ୍ୟ ଘେରାଉ କରାଯାଇଥିଲା। କିନ୍ତୁ ଓଲଟା ମହିଳା ଫରେଷ୍ଟ ଗାର୍ଡ ଜଣକ ସେମାନଙ୍କ ଉପରେ ଅଭିଯୋଗ ଆଣି କହିଥିଲେ ଚଢାଉ ବେଳେ ସେମାନେ ତାଙ୍କୁ ଅଶାଳୀନ ବ୍ୟବହାର କରିଥିଲେ । ଏପରିକି ଅଫିସ କାର୍ଯ୍ୟରେ ବାଧାସୃଷ୍ଟି କରିବା ସହ ତାଙ୍କୁ ପ୍ରଥମେ ମାଡ ମାରି ମାରିଥିଲେ । ସେପଟେ ପୀଡିତାଙ୍କୁ ନ୍ୟାୟ ଦେବା ବଦଳରେ ସେମାନଙ୍କ ବିରୋଧରେ ମାମଲାରେ ରୁଜୁ କରିବା କରଞ୍ଜିଆ ପୋଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଏଠି ପ୍ରଶ୍ନ ଉଠୁଛି, କାହିଁକି ଫରେଷ୍ଟ ଗାର୍ଡ ଜଣକ ଘଟଣା ଘଟିବାର ଦିନକ ପରେ ଆତ୍ମରକ୍ଷା କରିବା ପାଇଁ ମାମଲା ରୁଜୁ କଲେ । କାହା ନିର୍ଦ୍ଦେଶରେ ମିଥ୍ୟା ମାମଲାର ଆଶ୍ରୟ ନେଇଛନ୍ତି ? ପୋଲିସ ଠିକ ଭାବେ ଘଟଣାର ତଦନ୍ତ କରୁଛି ତ ? ନା ଜାଣିଶୁଣି ଏପରି ତଦନ୍ତ କରୁଛି ?
ଗତ 20 ତାରିଖ ରାତିରେ ଜଣେ ଦୁଧିଆଣି ରେଞ୍ଜର ଏହି ମହିଳା ଫରେଷ୍ଟଗାର୍ଡଙ୍କ ସହିତ କିଛି ଯୁବକ କାଠ ଚୋରି ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବାର୍ହାପାଣପୋଷି ଗାଁର ଜଣେ ଆଦିବାସୀଙ୍କ ଘରେ ରାତି ଅଧିଆ ଅତର୍କିତ ଚଢାଉ କରିଥିଲେ । ଏପରିକି ଗର୍ଭବତୀ ମହିଳାଙ୍କୁ ନିସ୍ତୁକ ମାଡ ମାରି ତାଙ୍କ ହାତ ଭାଙ୍ଗିବା ସହ ତାଙ୍କୁ ଉଠବସ କରାଇଥିଲେ ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ