ETV Bharat / state

ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ବୋଝେଇ ଭ୍ୟାନ ଜବତ

ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବିଶୋଇ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ,ମହିନ୍ଦ୍ରା ଭ୍ୟାନ ଓ ଚାରୋଟି ବାଇକ ଜବତ କରାଯାଇଛି । କୌଣସି ସୁତ୍ରରୁ ଖବର ପାଇ ବିଶୋଇ ବନବିଭାଗର ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ବରେ ଚଢାଉ କରାଯାଇଛି ।

author img

By

Published : Sep 12, 2019, 7:08 PM IST

ଫଟୋ ସୌଜନ୍ୟ : ପ୍ରତିନିଧି,ରାଇରଙ୍ଗପୁର

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବିଶୋଇ ବନବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ କରାଯାଇଛି । ଏହା ସହିତ ବନବିଭାଗ ଚାରୋଟି ବାଇକ ଓ ଏକ ମହିନ୍ଦ୍ରା ଭ୍ୟାନକୁ ଜବତ କରିଛି । ବିଶୋଇ ରେଞ୍ଜର ବନାଞ୍ଚଳ ଅଧିକାରୀ ତପନ କୁମାର ମିଶ୍ରଙ୍କ ନେତୃତ୍ବରେ ଏକ ଦଳ ଦୁଇ ଦିନରେ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ କରିଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ରାଇରଙ୍ଗପୁର

ସୂଚନା ଅନୁଯାୟୀ କୌଣସି ସୁତ୍ରରୁ ଖବର ପାଇ ମଙ୍ଗଳବାର ବିଳମ୍ବିତ ରାତିରେ ବିଶୋଇ ବନବିଭାଗ ପକ୍ଷରୁ ବିଶୋଇ ରେଞ୍ଜ ଅଧିନସ୍ଥ ନଙ୍ଗଳବେଣ୍ଟା ପୋଖରିଆ ଗାଁ ନିକଟରୁ ଏକ କେନ୍ଦୁପତ୍ର ବୋଝେଇ ଭ୍ୟାନ ଜବତ କରାଯାଇଛି । ଚୋରାରେ କେନ୍ଦୁପତ୍ର ବୋଝେଇ କରି ଯାଉଥିବା ସମୟରେ ଚଢ଼ାଉ କରାଯାଇଥିଲା । ତେବେ ଭ୍ୟାନ ଚାଳକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଭ୍ୟାନରେ ଅଢେ଼ଇ କୁଇଣ୍ଟାଲ କେନ୍ଦୁପତ୍ର ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୫୦୦୦୦ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ବନବିଭାଗ ସୂଚନା ଦେଇଛି ।

ରାତି ପ୍ରାୟ ୧୨.୩୦ ସମୟରେ ବିଶୋଇ ରେଞ୍ଜ ଅଧିନସ୍ଥ ପୁଣ୍ଡିଦା ଗାଁ ନିକଟ ହେନସାବେଡା ଛକ ନିକଟରୁ ବନବିଭାଗ ପକ୍ଷରୁ ପୁଣି ଚାରୋଟି ବାଇକ୍ ରେ କେନ୍ଦୁପତ୍ର ଚୋରା ଚାଲାଣ ବେଳେ ଧରାପଡିଛନ୍ତି । ସୂଚନା ଅନୁଯାୟୀ ଖବର ପାଇ ଚାରୋଟି ବାଇକ ରେ ଥିବା ପ୍ରାୟ ଚାରି କୁଇଣ୍ଟାଲ କେନ୍ଦୁପତ୍ର ବନବିଭାଗ ଜବତ କରିଛି । ବାଇକ ଚାଳକ ମାନେ ଫେରାର ହୋଇଯାଇଛନ୍ତି । ଜବତ କେନ୍ଦୁପତ୍ରର ଆନୁମାନିକ ମୂଲ୍ୟ ୭୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବନବିଭାଗ ସୂଚନା ଦେଇଛି । ଏ ନେଇ ବିଶୋଇ ବନବିଭାଗ ଏକ ମାମଲା ରୁଜୁ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଦୁଇ ଦିନରେ ବିଶୋଇ ବନବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ କରିବା ସହିତ ଚାରୋଟି ବାଇକ ଓ ଏକ ମହିନ୍ଦ୍ରା ଭ୍ୟାନ କୁ ଜବତ କରିଛି।ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅଧିନ ବିଶୋଇ ରେଞ୍ଜ ର ରେଞ୍ଜର ତପନ କୁମାର ମିଶ୍ର ଙ୍କ ନେତୃତ୍ବରେ ଏକ ଦଳ ଦୁଇ ଦିନରେ ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଜବତ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ କୌଣସି ସୁତ୍ରରୁ ଖବର ପାଇ ମଙ୍ଗଳବାର ବିଳମ୍ବିତ ରାତିରେ ବିଶୋଇ ବନବିଭାଗ ପକ୍ଷରୁ ବିଶୋଇ ରେଞ୍ଜ ଅଧିନ ନଙ୍ଗଳବେଣ୍ଟା ପୋଖରିଆ ଗାଁ ନିକଟରୁ ଏକ କେନ୍ଦୁପତ୍ର ବୋଝେଇ ଭ୍ୟାନ ଜବତ କରାଯାଇଥିଲା। ତେବେ ଭ୍ୟାନ ଚାଳକ ଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଚୋରାରେ କେନ୍ଦୁପତ୍ର ବୋଝେଇ କରି ଯାଉଥିବା ସମୟରେ ଚଢ଼ାଉ ହୋଇଥିଲା। ଭ୍ୟାନ ରେ ଅଢେ଼ଇ କୁଇଣ୍ଟାଲ କେନ୍ଦୁପତ୍ର ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୫୦୦୦୦ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ବନବିଭାଗ ସୂଚନା ଦେଇଛି।
ସେପଟେ ଆଜି ରାତି ପ୍ରାୟ ୧୨.୩୦ ସମୟରେ ବିଶୋଇ ରେଞ୍ଜ ଅଧିନ ପୁଣ୍ଡିଦା ଗାଁ ନିକଟସ୍ଥ ହେନସାବେଡା ଛକ ନିକଟରୁ ବନବିଭାଗ ପକ୍ଷରୁ ପୁଣି ଚାରୋଟି ବାଇକ୍ ରେ କେନ୍ଦୁପତ୍ର ଚୋରା ଚାଲାଣ ହେଉଥିବା ଖବର ପାଇ ଚାରୋଟି ବାଇକ ରେ ଥିବା ପ୍ରାୟ ଚାରି କୁଇଣ୍ଟାଲ କେନ୍ଦୁପତ୍ର ବନବିଭାଗ ଜବତ କରିଥିବା ବେଳେ ବାଇକ ଚାଳକ ମାନେ ଫେରାର ହୋଇ ଯାଇଥିଲେ। ଯାହାର ଆନୁମାନିକ ମୂଲ୍ୟ ୭୦୦୦୦ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ବନବିଭାଗ ସୂଚନା ଦେଇଛି। ଏ ନେଇ ବିଶୋଇ ବନବିଭାଗ ଏକ ମାମଲା ରୁଜୁ କରିଛି।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.