ETV Bharat / state

ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶ୍ରମିକ - ରାଇରଙ୍ଗପୁର ନ୍ୟୁଜ

ଦୀର୍ଘ ଦୁଇ ବର୍ଷ ହେବ ପାରିଶ୍ରମିକ ନ ପାଇବାରୁ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ଶ୍ରମିକମାନେ ସହକାରୀ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ବାହାର ପଟୁ ତାଲା ପକାଇ ଦେଇଥିଲେ। ଅଧିକ ପଢନ୍ତୁ...

ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶ୍ରମିକ

author img

By

Published : Feb 19, 2021, 5:27 PM IST

ରାଇରଙ୍ଗପୁର: ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶ୍ରମିକ । ଦୀର୍ଘ ଦୁଇ ବର୍ଷ ହେବ ପାରିଶ୍ରମିକ ନ ପାଇବାରୁ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ଶ୍ରମିକମାନେ ସହକାରୀ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ବାହାର ପଟୁ ତାଲା ପକାଇ ଦେଇଥିଲେ।

ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶ୍ରମିକ

ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ବାଗଡେଗା ଗ୍ରାମର ପ୍ରାୟ ୮୩ ଜଣ ଶ୍ରମିକ ବିଜାତଳାରୁ ରାଇହରି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କାମ କରିଥିଲେ। ନଭେମ୍ବର ୨୦୧୮ ରୁ ନଭେମ୍ବର ୨୦୧୯ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଚାଲିଥିଲା। ତେବେ ସରକାରୀ ଧାର୍ଯ୍ୟ ମଜୁରୀରୁ ବହୁତ କମ୍ ମଜୁରୀ ଦିଆଯାଇଥିଲା।

ଏନେଇ ଶ୍ରମିକମାନେ ବାରମ୍ବାର ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଯାଇ ଫେରାଦ ଦେଇ ମଧ୍ୟ କିଛି ସୁଫଳ ପାଇନଥିଲେ। ଓଲଟି ଠିକାଦାର ଜଣକ ମଜୁରୀ ପ୍ରଦାନ କରିବେ ବୋଲି ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା।

ଏହାରି ଭିତରେ ଦୀର୍ଘ ଦୁଇ ବର୍ଷ ବିତିଯାଇଥିଲେ ସୁଦ୍ଧା ବକେୟା ମଜୁରୀ ନପାଇ ଶେଷରେ ଶ୍ରମିକମାନେ ରାଇରଙ୍ଗପୁର ସହରର ଅଁଳାଡୁବା ସ୍ଥିତ ସହକାରୀ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ।

ପରେ ଖବର ପାଇ ରାଇରଙ୍ଗପୁର ଟାଉନ ଥାନା ପୋଲିସ ପହଞ୍ଚିଥିଲେ ଏବଂ ସହକାରୀ ଶ୍ରମ ଅଧିକାରୀ ଉକ୍ତ ଠିକାଦାରଙ୍କ ବିରୁଦ୍ଧରେ ଆଇନଗତ ଆଶ୍ରୟ ନେବେ ବୋଲି ପ୍ରତିଶ୍ରୁତି ଦେବାରୁ ପରିସ୍ଥିତି ଶାନ୍ତ ପଡିଥିଲା। ତେବେ ଦେଖିବାକୁ ବାକି ରହିଲା କେବେ ଶ୍ରମିକ ମାନେ ତାଙ୍କ ହକ୍ ପାରିଶ୍ରମିକ ପାଉଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.