ETV Bharat / state

ଅଂଶୁଘାତରେ ଶ୍ରମିକ ମୃତ - sunstroke

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ବୋଡାଦର ଗ୍ରାମ ନିକଟରେ ଥିବା ଏକ ପାହାଡ଼ରେ କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Jun 7, 2019, 2:11 PM IST

ରାଇରଙ୍ଗପୁର: ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ପାହାଡ଼ରେ କାମ କରୁଥିବା ଜଣେ ଶ୍ରମିକଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ବୋଡାଦର ଗ୍ରାମ ନିକଟରେ ଥିବା ଏକ ପାହାଡ଼ରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ମୃତକ ଯୁବକ ଜଣେ ହେଲେ ବୋଡାଦର ଗ୍ରାମର ସନ୍ତୋଷ ମହାନ୍ତ(୪୫)। ସୂଚନା ଅନୁଯାୟୀ ଉକ୍ତ ପାହାଡରେ ସନ୍ତୋଷ ପଥର ଫଟାଇବା କାମ କରନ୍ତି । ତେବେ ପ୍ରବଳ ଖରାରେ ସେଠାରେ କାମ କରୁଥିବା ସମୟରେ ହଠାତ୍ ଅସୁସ୍ଥତା ଅନୁଭବ କରି ଅଚେତ ହୋଇ ଯାଇଥିଲେ । ତୁରନ୍ତ ତାଙ୍କ ସହଯୋଗୀମାନେ ଉଦ୍ଧାର କରି ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ହେଲେ ପରିବାର ଲୋକେ ଏହା ଅଂଶୁଘାତ ଜନିତ ମୃତ୍ୟୁ ବୋଲି ଅଭିଯୋଗ କରିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:Body:

gsds

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.