ETV Bharat / state

ଗଣମାଧ୍ୟମ ପ୍ରତିନିଧିଙ୍କୁ କରଞ୍ଜିଆ ଏସଡିଏମଓଙ୍କ ଦୁର୍ବ୍ୟବହାର ଅଭିଯୋଗ

କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟର ଏସଡିଏମଓ ଅକ୍ଷୟ ରଥ ଓଡିଶାର ଏକ ୱେବ ଚ୍ୟାନେଲର ସ୍ଥାନୀୟ ପ୍ରତିନିଧି ବିନ୍ଦୁସାର ଦାସଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ଗଣମାଧ୍ୟମ ପ୍ରତିନିଧିଙ୍କୁ କରଞ୍ଜିଆ ଏସଡିଏମଓଙ୍କ ଦୁର୍ବ୍ୟବହାର

author img

By

Published : Aug 10, 2020, 10:00 PM IST

ରାଇରଙ୍ଗପୁର: ଗଣମାଧ୍ୟାମ ପ୍ରତିନିଧିଙ୍କୁ ଦୁର୍ବ୍ୟବାହାର । ତଥ୍ୟ ମାଗିବାରୁ ନାଲି ଆଖି । ଏମିତି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ । ଡାକ୍ତରଖାରନାର ଏସଡିଏମଓ ଅକ୍ଷୟ ରଥ ଓଡିଶାର ଏକ ୱେବ ଚ୍ୟାନେଲର ସ୍ଥାନୀୟ ପ୍ରତିନିଧି ବିନ୍ଦୁସାର ଦାସଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ଗଣମାଧ୍ୟମ ପ୍ରତିନିଧିଙ୍କୁ କରଞ୍ଜିଆ ଏସଡିଏମଓଙ୍କ ଦୁର୍ବ୍ୟବହାର

ଆଜି(ସୋମବାର) ସପୃକ୍ତ ଚ୍ୟାନେଲର ପ୍ରତିନିଧି ଜଣଙ୍କ କରଞ୍ଜିଆ ଡାକ୍ତରଖାନାରେ ଦେଖା ଯାଉଥିବା ବିଭିନ୍ନ ସମସ୍ୟାକୁ ନେଇ ସେଠାକୁ ଏକ ରିପୋର୍ଟିଂ ପାଇଁ ଯାଇଥିଲେ । ତେବେ ଡାକ୍ତରଖାନାରେ ଡାକ୍ତର, ନର୍ସଙ୍କ ଅଭାବ ଏବଂ ଅନ୍ୟାନ୍ୟ ଅସୁବିଧା ସମ୍ପର୍କରେ ମେଡ଼ିକାଲ ଅଫିସରଙ୍କୁ ସୂଚନା ମାଗିଥିଲେ । ମାତ୍ର ସୂଚନା ଦେବା ବଦଳରେ ଉକ୍ତ ମେଡ଼ିକାଲ ଅଫିସର ଜଣଙ୍କ ଉତକ୍ଷିପ୍ତ ହୋଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିବା ସହିତ ଅତି କଦର୍ଯ୍ୟ ଭାଷାରେ ଗାଳି ଗୁଲଜ କରିଥିବାର ଅଭିଯୋଗ ହୋଇଛି।

ଉକ୍ତ ଘଟଣା ପରେ ଗଣମାଧ୍ୟମ ପ୍ରତିନିଧି ଜଣକ କରଞ୍ଜିଆ ଥାନା, ଉପଜିଲ୍ଲାପାଳ କରଞ୍ଜିଆ, ମୟୂରଭଞ୍ଜ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ତେେବ ଏହାର ତଦନ୍ତ କରି ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ କରଞ୍ଜିଆ ସାମ୍ବାଦିକ ସଂଘ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ ବୋଲି ଚେତବନୀ ଦେଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.