ETV Bharat / state

ଅବସରପ୍ରାପ୍ତ ଶିକ୍ଷକଙ୍କଠୁ ଲୁଟ ଘଟଣାରେ କରଞ୍ଜିଆ ପୋଲିସକୁ ସଫଳତା, ଜଣେ ଗିରଫ - police succeed in looting from retired teachers

ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଲକ୍ଷେ ଟଙ୍କା ଲୁଟ ଘଟଣାରେ ସାମିଲ ଜଣେ ଦୁର୍ବୃତ୍ତକୁ ଗିରଫ କଲା କରଞ୍ଜିଆ ପୋଲିସ । ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତକୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବା ନେଇ ସୂଚନା ଦେଇଛନ୍ତି ଉପଖଣ୍ଡ ପୋଲିସ ଅଧିକାରୀ । ଅଧିକ ପଢନ୍ତୁ...

ଅବସରପ୍ରାପ୍ତ ଶିକ୍ଷକଙ୍କଠୁ ଲୁଟ ଘଟଣାରେ କରଞ୍ଜିଆ ପୋଲିସର ସଫଳତା, ଜଣେ ଗିରଫ

author img

By

Published : Nov 4, 2020, 11:27 AM IST

ରାଇରଙ୍ଗପୁର: କରଞ୍ଜିଆ ପୋଲିସର ବଡ ସଫଳତା । ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଲକ୍ଷେ ଟଙ୍କା ଲୁଟ ଘଟଣାରେ ସଂପୃକ୍ତ ଦୁର୍ବୃତ୍ତକୁ କାବୁ କଲା ପୋଲିସ । ଅଭିଯୁକ୍ତ ଜଣକ ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ଅଞ୍ଚଳର ଗୋପୀ ଦାସ । ଯାଜପୁର ରୋଡ ନିକଟରୁ ଅଭିଯୁକ୍ତକୁ କରଞ୍ଜିଆ ପୋଲିସ ଗିରଫ କରିଛି । ତା' ନିକଟରୁ 70 ହଜାର ଟଙ୍କା ଜବତ କରାଯାଇଛି । ଏହି ଲୁଟରେ ଜଡିତ ଅନ୍ୟ ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବା ନେଇ ସୂଚନା ଦେଇଛନ୍ତି ଉପଖଣ୍ଡ ପୋଲିସ ଅଧିକାରୀ ସତ୍ୟବିକାଶ ଭୁଆଁ ।

ଅବସରପ୍ରାପ୍ତ ଶିକ୍ଷକଙ୍କଠୁ ଲୁଟ ଘଟଣାରେ କରଞ୍ଜିଆ ପୋଲିସର ସଫଳତା, ଜଣେ ଗିରଫ

ସୂଚନା ଅନୁଯାୟୀ, ଗତ 29 ତାରିଖରେ ଷ୍ଟେଟବ୍ୟାଙ୍କ ଶାଖାରୁ ଅବସରପ୍ରାପ୍ତ ଶିକ୍ଷକ ରହିଣା ମହାନ୍ତ ଲକ୍ଷେ ଟଙ୍କା ଉଠାଇ ଘରକୁ ଯାଉଥିବା ବେଳେ ମୟୂରଭଞ୍ଜ କରଞ୍ଜିଆ ସହରର କଲେଜ ଛକ ନିକଟରେ ମଟର ସାଇକେଲ ରଖି କ୍ଷୀର କିଣିଥିଲେ । କ୍ଷୀରକୁ ଡିକିରେ ରଖିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଡିକି ମଧ୍ୟରୁ ସମସ୍ତ ଟଙ୍କା ନେଇ ଚମ୍ପଟ ମାରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା । ପରେ ଟିମ୍ ଲୁଟରେ ସଂପୃକ୍ତ ଜଣେ ଅଭିଯୁକ୍ତର ସନ୍ଧାନ ପାଇ ଘଟଣାସ୍ଥଳରେ ଚଢାଉ କରି ତାକୁ ଗିରଫ କରିଛି । ଅନ୍ୟ ଜଣେ ଅଭିଯୁକ୍ତ କଲିକତା ଅଞ୍ଚଳର ହୋଇଥିବା ବେଳେ ଖୁବଶୀଘ୍ର ତାଙ୍କୁ ମଧ୍ୟ ଗିରଫ କରାଯିବା ନେଇ ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ପୋଲିସ ଅଧିକାରୀ ସତ୍ୟବିକାଶ ଭୁଆଁ ସୂଚନା ଦେଇଛନ୍ତି । କିଛି ଦିନ ହେବ କରଞ୍ଜିଆ ଅଞ୍ଚଳରେ ଲୁଟ ଓ ଡକାୟତି ଭଳି ମାମଲା ମୁଣ୍ଡ ଟେକିଥିବା ବେଳେ କରଞ୍ଜିଆ ପୋଲିସ ଏଭଳି ଏକ ବଡ ସଫଳତା ହାସଲ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.