ETV Bharat / state

ରେଳ ସଂଯୋଗୀକରଣ ଦାବିରେ କପ୍ତିପଦା ଉପଖଣ୍ଡ ବନ୍ଦ ସଫଳ - ମୟୁରଭଞ୍ଜ ମୁକ୍ତି ମୋର୍ଚ୍ଚା ପକ୍ଷରୁ ବନ୍ଦ ଡାକରା

କପ୍ତିପଦା ଉପଖଣ୍ଡକୁ ରେଳ ସଂଯୋଗୀ କରଣ ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ସଫଳ । ଅଧିକ ପଢନ୍ତୁ

kaptipada strike for rail connectivity
ରେଳ ସଂଯୋଗୀକରଣ ଦାବିରେ କପ୍ତିପଦା ଉପଖଣ୍ଡ ବନ୍ଦ ସଫଳ
author img

By

Published : Aug 26, 2022, 8:01 PM IST

ବାରିପଦା: କପ୍ତିପଦା ଉପଖଣ୍ଡକୁ ରେଳ ସଂଯୋଗୀ କରଣ ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ସଫଳ । ସ୍ବାଧୀନତାର 75ବର୍ଷ ପରେ ବି କପ୍ତିପଦା ଉପଖଣ୍ଡ ରେଳର ଛାଇ ଦେଖି ନଥିବା ବେଳେ ଆଜି ପ୍ରତିବାଦ କରି ମୟୁରଭଞ୍ଜ ମୁକ୍ତି ମୋର୍ଚ୍ଚା କପ୍ତିପଦା ଉପଖଣ୍ଡ ବନ୍ଦ ରଖିଛି । ଏନେଇ ଉପଖଣ୍ଡର ସଦର ମହକୁମା ଉଦଳା ସକାଳ 6ରୁ ସମ୍ପୁର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

ରେଳ ସଂଯୋଗୀକରଣ ଦାବିରେ କପ୍ତିପଦା ଉପଖଣ୍ଡ ବନ୍ଦ ସଫଳ

ସୂଚନା ଅନୁସାରେ, ଆଜି ମୟୁରଭଞ୍ଜ ମୁକ୍ତି ମୋର୍ଚ୍ଚାର ସମର୍ଥକ ମାନେ ବାଇକ ରାଲି କରି କରିବା ସହିତ ପିକେଟିଂ କରୁଥିବା ଲକ୍ଷ କରାଯାଇଥିଲା । ଏହି ବାଇକ ରାଲିରେ ବହୁ ସଂଖ୍ୟାରେ ଯୁବକମାନେ ହାତରେ ବ୍ୟାନର ଧରି ସହର ପରିକ୍ରମା କରିଥିଲେ । ଏହି ବ୍ୟାନରରେ କପ୍ତିପଦା ଉପଖଣ୍ଡକୁ ରେଳ ସଂଯୋଗୀ କରଣ କରିବା ନେଇ ଦାବୀ କରାଯାଇଛି । ମୟୁରଭଞ୍ଜ ମୁକ୍ତି ମୋର୍ଚ୍ଚାର ୧୨ ଘଣ୍ଟିଆ ବନ୍ଦ ଡାକରାକୁ ବିଭିନ୍ନ ସଂଗଠନ ପକ୍ଷରୁ ସମର୍ଥନ କରାଯାଇଛି । ଏଥିଯୋଗୁଁ ସମସ୍ତ ଯାନବାହନ ଓ ବସ ଚଳାଚଳ ବନ୍ଦ ରହିଥିବା ବେଳେ ସହରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । କପ୍ତିପଦା ଓ ଖୁଣ୍ଟା ଆଦି ବଜାର ମଧ୍ୟ ସମ୍ପୁର୍ଣ୍ଣ ବନ୍ଦ ରହିଛି । ତେବେ ଉଦଳା ସହରର ସମସ୍ତ ଦୋକାନ ୪ଘଣ୍ଟା ସମର୍ଥନ କରିବାକୁ ସମ୍ମତି ଦେଇଥିବା ବେଳେ ୧୦ଟାରୁ ରୁ ଖୋଲିବ ବୋଲି ବଣିକ ସଙ୍ଘ ସଭାପତି ରବୀନ୍ଦ୍ର ପରିଡା ସୂଚନା ଦେଇଥିଲେ । ତେବେ ଏନେଇ ସମସ୍ତ ସରକାରୀ କାର୍ଯ୍ୟାଳୟ , ବେସରକାରୀ କାର୍ଯ୍ୟାଳୟ , ଶିକ୍ଷା ଅନୁଷ୍ଠାନ , ଯାନବାହନ ତଥା ଅନ୍ୟାନ୍ୟ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଥିଲା ।

ବନ୍ଦକୁ ଦୃଷ୍ଟିରେ ରଖି ଉଦଳା ଉପଖଣ୍ଡ ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୃତୟନ କରାଯାଇଥିଲା । ତେବେ ଶାନ୍ତି ଶୃଙ୍ଖଳାର ସହ ବନ୍ଦ ପାଳିତ ହୋଇଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ମୟୁରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.