ETV Bharat / state

ମୟୂରଭଞ୍ଜରେ କଙ୍ଗାରୁ କୋର୍ଟ: ଟ୍ରାକ୍ଟର ବ୍ୟାଟେରୀ ଚୋରି ଅଭିଯୋଗରେ ନିସ୍ତୁକ ପିଟିଲେ ଗ୍ରାମବାସୀ

author img

By ETV Bharat Odisha Team

Published : Oct 15, 2023, 10:30 PM IST

ଟ୍ରାକ୍ଟରରୁ ବ୍ୟାଟେରୀ ଚୋରି କରିବା ପଡ଼ିଲା ଭାରି । ଟ୍ରାକ୍ଟରରୁ ବ୍ୟାଟେରୀ ଚୋରି ଅଭିଯୋଗରେ ଗ୍ରାମବାସୀଙ୍କ ପ୍ରଜାକୋର୍ଟରେ ନିର୍ଦ୍ଧୁମ ଛେଚା ଖାଇଲା ଚୋର । ଅଧିକ ପଢ଼ନ୍ତୁ

ମୟୂରଭଞ୍ଜରେ କଙ୍ଗାରୁ କୋର୍ଟ
ମୟୂରଭଞ୍ଜରେ କଙ୍ଗାରୁ କୋର୍ଟ
ମୟୂରଭଞ୍ଜରେ କଙ୍ଗାରୁ କୋର୍ଟ

ରାଇରଙ୍ଗପୁର: ଟ୍ରାକ୍ଟରରୁ ବ୍ୟାଟେରୀ ଚୋରି କରିବା ପଡ଼ିଲା ଭାରି । କଙ୍ଗାରୁ କୋର୍ଟରେ ନିସ୍ତୁକ ମାଡ଼ ଖାଇଲା ଚୋର । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ମହୁଲଡ଼ିହା ଥାନା ଅଞ୍ଚଳରେ । ଟ୍ରାକ୍ଟରରୁ ବ୍ୟାଟେରୀ ଚୋରି ଅଭିଯୋଗରେ ଗ୍ରାମବାସୀଙ୍କ ପ୍ରଜାକୋର୍ଟରେ ନିର୍ଦ୍ଧୁମ ଛେଚା ଖାଇଲା ଚୋର ।

ସୂଚନା ଅନୁଯାୟୀ, ମହୁଲଡ଼ିହା ଥାନା ଅନ୍ତର୍ଗତ ଜରକ ଗ୍ରାମର କିଶୋର କାରୁଆଙ୍କ ଥିବା ଏକ ଟ୍ରାକ୍ଟରକୁ ରାତିରେ ତାଙ୍କ ଘର ସମ୍ମୁଖରେ ଛିଡା କରିଥିଲେ । ଗତକାଲି ରାତି ପ୍ରାୟ ୧୧ଟା ସମୟରେ କିଛି ଚୋର ଟ୍ରାକ୍ଟରରୁ ବ୍ୟାଟେରୀ ଚୋରି କରିବା ପାଇଁ ଆସିଥିଲେ । ତେବେ ଚୋରମାନେ ଟ୍ରାକ୍ଟରରୁ ବ୍ୟାଟେରୀ ଚୋରି କରୁଥିବା ସମୟରେ ପାଖ ପଡେ଼ାଶୀଙ୍କ ନଜରକୁ ଆସିଥିଲା । ଚୋରି କରୁଥିବା ବେଳେ ଗୋଟିଏ ଚୋରକୁ ଧରିବାରେ ସଫଳ ହୋଇଥିଲେ ପଡୋଶୀ । ସେହି ସମୟରେ ସେଠାରେ ଥିବା ଅନ୍ୟ ଚୋରମାନେ ସେଠାରୁ ଖସି ପଳାଇ ଯାଇଥିଲେ । ପରେ ଏସମ୍ପର୍କରେ ଗ୍ରାମବାସୀଙ୍କୁ ଖବର ଦେବାରୁ ଗାଁ ଲୋକେ ଆସି ଚୋରକୁ ଧରି ଗାଁରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....ମାଛ ଚୋରି ପାଇଁ ଗାଁରେ ବସିଲା କଙ୍ଗାରୁ କୋର୍ଟ, ଅପମାନ ସହିନପାରି ଜୀବନ ହାରିଲେ ଯୁବକ !

କେବଳ ଏତିକି ନୁହେଁ ବରଂ ଚୋରମାନେ ଆଣିଥିବା ଏକ ବାଇକକୁ ମଧ୍ୟ ଅଟକ ରଖିଥିଲେ ଗ୍ରାମବାସୀ । ଚୋରି କରି ଲୋକଙ୍କ ହାତରେ ଧରା ପଡିଥିବା ଯୁବକ ଜଣକ ଠାକୁରମୁଣ୍ଡା ବନ୍ଧସାହିର ସୁଶୀଲ ପାତ୍ର ବୋଲି ଜଣାପଡିଛି । ଆଜି ସକାଳେ ଟ୍ରାକ୍ଟର ମାଲିକ ଜଣକ ମହୁଲଡ଼ିହା ଥାନା ପୋଲିସକୁ ଖବର ଦେବା ପରେ ମହୁଲଡ଼ିହା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଟକ ଥିବା ଚୋର ସହିତ ଚୋରି ବ୍ୟାଟେରୀ ଓ ବ୍ୟବହୃତ ଏକ ବାଇକକୁ ଥାନାକୁ ନେଇ ଥିବାର ଜଣାଯାଇଛି । ମହୁଲଡ଼ିହା ଥାନା ପୋଲିସ ଧରା ପଡିଥିବା ଚୋରକୁ ଥାନାରେ ଅଟକ ରଖି ଏହି ଚୋରି ସହିତ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି । ଏଠାରେ ସୂଚନା ଥାଉ କି, ଠାକୁରମୁଣ୍ଡା ଓ ମହୁଲଡ଼ିହା ଥାନା ଅଞ୍ଚଳରୁ ବିଭିନ୍ନ ସମୟରେ ରାତିରେ ଗାଡି ଗୁଡିକରୁ ବ୍ୟାଟେରୀ ଚୋରୀ ରାକେଟ୍ ସକ୍ରିୟ ହେବା ସହିତ ଏହି ଅଞ୍ଚଳରେ ଚୋରି ଘଟଣା ବୃଦ୍ଧି ପାଉଥିବା ବେଳେ ଚୋର ମାନଙ୍କୁ ଧରିବାରେ ପୋଲିସର ହାତ ଖାଲି ରହିଛି ।

ପୂର୍ବରୁ ଛେଳି ଚୋରି ଅଭିଯୋଗରେ ମଧ୍ୟ ମୟୂରଭଞ୍ଜ ଜିଲ୍ଲାରେ କଙ୍ଗାରୁ କୋର୍ଟ ବସିଥିଲା । ଦୁଇ ଜଣ ଚୋର ଏକ ବାଇକରେ ଆସି ଛେଳିକୁ ଚୋରି କରି ନେଉଥିବା ସମୟରେ ସ୍ଥାନୀୟ ଲୋକେ ଏହା ଦେଖି ପାଟି କରିଥିଲେ । ଚୋର ଦୁହେଁ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିବା ବେଳେ ସ୍ଥାନୀୟ ଲୋକେ ବାଙ୍ଗରା ଛକ ନିକଟରେ ଉଭୟଙ୍କୁ ଅଟକ ରଖିଥିଲେ । ଉତ୍ୟକ୍ତ ଲୋକେ ଆଇନ୍‌କୁ ହାତକୁ ନେଇ ଦୁଇ ଜଣ ଚୋରଙ୍କୁ ନିର୍ଦ୍ଧୁମ ଛେଚିଥିଲେ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.