ବାରିପଦା: ନିର୍ବାଚନ ଆଉ ଅଳ୍ପ ଦିନ ବାକିଥିଲା ବେଳେ ଏନେଇ ଜୋର ଧରିଛି ରାଜନୀତି। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ମିଶ୍ରଣ ପର୍ବ । ବାରିପଦା ସ୍ଥିତ ବିଜେଡ଼ି କାର୍ଯ୍ୟାଳୟରେ ଯୋଗଦେଲେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର କର୍ମୀ । ବିଜେଡ଼ି ଜିଲ୍ଲା ସଭାପତି ଦେବାଶିଷ ମହାନ୍ତି, ସାଂସଦ ପାର୍ଥି ଡ଼ଃ ଦେବାଶିଷ ମାରାଣ୍ଡି ଏବଂ ବାରିପଦା ବିଧାୟିକା ପ୍ରାର୍ଥୀ ସରୋଜିନୀ ହେମ୍ବ୍ରମଙ୍କ ଉପସ୍ଥିତିରେ କର୍ମୀମାନେ ବିଜେଡ଼ିରେ ଯୋଗ ଦେଇଥିଲେ ।
ସୂଚନାଅନୁସାରେ ଗଣେଶ ମିଶ୍ରଙ୍କ ତତ୍ବାବଧାନରେ ବାମନଘାଟି ଉପଖଣ୍ଡରେ ପତିଆରା ସୃଷ୍ଟି କରିଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ବାମନଘାଟି ସଭାପତି ହରେକୃଷ୍ଣ ମଣ୍ଡଳ ବିଗତ ଦିନର କିଛି କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ହୋଇ ଦଳ ଛାଡିଥିବା ଜଣାପଡିଛି ।
ସଭାପତି ହରେକୃଷ୍ଣ ମଣ୍ଡଳଙ୍କ ସହ ଆନ୍ଥ୍ରପୋଲୋଜି ଅଧ୍ୟାପକ ଡ଼ଃ ପ୍ରମୋଦ ମହାନ୍ତ, ବହଳଦା ବ୍ଲକ ସେକ୍ରେଟାରୀ ସୁମନ୍ତ ବେହେରା, ରାଇରଙ୍ଗପୁର ବ୍ଲକ ସାଧାରଣ ସମ୍ପାଦକ କାଳିଚରଣ ଟୁଡୁ, ତାଙ୍କ ସହିତ ସହ ସହ ଦଳୀୟ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ଏହା ଦଳ ପାଇଁ ଆଗାମୀ ଦିନରେ ଶୁଭ ସଙ୍କେତ ବୋଲି ଜିଲ୍ଲା ସଭାପତି ମତ ଦେଇଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ