ETV Bharat / state

କରଞ୍ଜିଆ ବନଖଣ୍ଡରେ ଝାଡ଼ଖଣ୍ଡୀ ହାତୀ ଉପଦ୍ରବ, ଆତଙ୍କିତ ଅଞ୍ଚଳବାସୀ

author img

By

Published : Oct 29, 2021, 9:31 PM IST

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ଅଞ୍ଚଳରେ ଲାଗି ରହିଛି ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ । ପ୍ରତ୍ୟେକ ଦିନ ସନ୍ଧ୍ୟା ହେଲେ ବ୍ୟାପକ ଭାବେ କ୍ଷତି କରୁଛନ୍ତି ଧାନ ଫସଲ । ଅଧିକ ପଢନ୍ତୁ...

କରଞ୍ଜିଆ ବନଖଣ୍ଡରେ ଝାଡ଼ଖଣ୍ଡି ହାତୀ ଉପଦ୍ରବ, ଆତଙ୍କିତ ଅଞ୍ଚଳବାସୀ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ଅଞ୍ଚଳରେ ଲାଗି ରହିଛି ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ । ପ୍ରତ୍ୟେକ ଦିନ ସନ୍ଧ୍ୟା ହେଲେ ବ୍ୟାପକ ଭାବେ କ୍ଷତି କରୁଛନ୍ତି ଧାନ ଫସଲ ।

ବର୍ତ୍ତମାନ ଅମଳ ପାଇଁ ବିଲରେ ଧାନ ପ୍ରସ୍ତୁତ ହୋଇ ରହିଥିବା ବେଳେ, ଗତ କିଛି ଦିନ ହେବ ୨୫ ଟିକିଆ ଝଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବରେ ପାଚିଲା ଧାନ ମାଟିରେ ମିଶି ଯାଉଛି।

ଯାହାକୁ ନେଇ ପୁରୁଣା ଦେଓଗାଁ ଗ୍ରାମର ଲୋକମାନେ ଦୁଧିଆଣୀ ରେଞ୍ଜ ଅଫିସକୁ ଆସି ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ସହ ହାତୀପଲଙ୍କ ଦାଉରୁ ନିଜ ଫସଲକୁ ସୁରକ୍ଷା ଦେବା ନେଇ ଦାବି କରିଛନ୍ତି।

ସେହିପରି କିଛି ଚାଷୀଙ୍କ ବିଗତ ବର୍ଷରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କିଛି କ୍ଷତିପୂରଣ ପାଇନଥିବା ନେଇ କ୍ଷୋଭର ସହ ଅଭିଯୋଗ କରିଛନ୍ତି ଗାଁ ଲୋକେ।

ତେବେ ଉପଦ୍ରବ ଜାରି ରଖିଥିବା ୨୫ ଟିକିଆ ହାତୀପଲ ବର୍ତ୍ତମାନ ଦୁଧିଆଣି ରେଞ୍ଜ ଦରି ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଥିବା ନେଇ ସୂଚନା ମିଳିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.