ETV Bharat / state

ଝାମୁମୋ ରାଜ୍ଯ ଅଧ୍ଯକ୍ଷାଙ୍କୁ ପୋଲିସ ନଜର ବନ୍ଦୀ କରିବା ଘଟଣା; ପ୍ରତିବାଦ କଲା JMM

ଝାମୁମୋ ରାଜ୍ଯ ଅଧ୍ଯକ୍ଷାଙ୍କୁ ପୋଲିସ ନଜର ବନ୍ଦୀ କରିବା ଘଟଣା । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ମୁଖ୍ଯମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ । ଅଧିକ ପଢନ୍ତୁ...

author img

By

Published : Aug 26, 2021, 10:38 AM IST

ଝାମୁମୋ ରାଜ୍ଯ ଅଧ୍ଯକ୍ଷାଙ୍କୁ ପୋଲିସ ନଜର ବନ୍ଧି କରିବା ଘଟଣା ;ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରତିବାଦ

ରାଇରଙ୍ଗପୁର: ରାଉରକେଲାରେ ଝାମୁମୋ ରାଜ୍ଯ ଅଧ୍ଯକ୍ଷାଙ୍କୁ ପୋଲିସ ନଜର ବନ୍ଦୀ କରିବା ଘଟଣା । ଏନେଇ ରାଇରଙ୍ଗପୁର ସହରରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ଯମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

ସୂଚନାଯୋଗ୍ଯ ଯେ, ସୁନ୍ଦରଗଡ କୁଟ୍ରା ବ୍ଲକ ଠାରେ ଜିନ୍ଦଲ ଏବଂ ଓସିଏଲ ସିମେଣ୍ଟ କମ୍ପାନୀ ଦ୍ବାରା ଆଦିବାସୀଙ୍କ ଜମି ଅଧିଗ୍ରହଣ ବିରୋଧରେ ଜନଶୁଣାଣିରେ ସେମାନଙ୍କୁ ସମର୍ଥନ ଜଣାଇବା ପାଇଁ ରାଉରକେଲା ଗସ୍ତରେ ଯାଇଥିଲେ ଓଡିଶା ପ୍ରଦେଶ ଝାମୁମୋ ରାଜ୍ଯ ଅଧ୍ଯକ୍ଷା ଅଞ୍ଜନି ସୋରେନ । ସେଠାରେ ଅଞ୍ଜନି ସୋରେନ, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତିଙ୍କ ସମେତ ଦଳୀୟ କର୍ମୀଙ୍କୁ ରାଉରକେଲାର ଏକ ହୋଟେଲରେ ପୋଲିସ ନଜର ବନ୍ଦୀ କରି ରଖିଥିଲା ।

ଏହାକୁ ନେଇ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ଝାମୁମୋ ପକ୍ଷରୁ ସ୍ଥାନୀୟ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ କରାଯିବା ସହ ମୁଖ୍ଯମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ତୁରନ୍ତ ତାଙ୍କର ନେତୃବୃନ୍ଦମାନଙ୍କୁ ମୁକ୍ତ କରାଯାଉ ବୋଲି ଦାବି କରାଯାଇଥିଲା । ତେବେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ଉପସଭାପତି ମଙ୍ଗଲ ସିଂ ଟୁଡୁଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.