ETV Bharat / state

Elephant Fear: ପୁଣି କରଞ୍ଜିଆ ବନଖଣ୍ଡକୁ ଫେରିଲେ ୨୫ ଟିକିଆ ଝାଡ଼ଖଣ୍ଡି ହାତୀପଲ

author img

By

Published : Nov 22, 2021, 6:58 PM IST

ରାଜ୍ୟରେ ଦିନକୁ ଦିନ ହାତୀ ଉପଦ୍ରବ ବଢିବାରେ ଲାଗିଛି । ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡକୁ ଲେଉଟିଛନ୍ତି ୨୫ ଟିକିଆ ହାତୀପଲ। ଯାହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

Elephant Fear : ପୁଣି କରଞ୍ଜିଆ ବନଖଣ୍ଡକୁ ଫେରିଲେ ୨୫ ଟିକିଆ ଝାଡ଼ଖଣ୍ଡି ହାତୀପଲ

ରାଇରଙ୍ଗପୁର : ରାଜ୍ୟରେ ଦିନକୁ ଦିନ ହାତୀ ଉପଦ୍ରବ ବଢିବାରେ ଲାଗିଛି । କେତେବେଳେ ଫସଲ ନଷ୍ଟ କରୁଛନ୍ତି ତ ଆଉ କେତେବେଳେ ଜନବସତି ଆଡକୁ ମାଡି ଆସୁଛନ୍ତି । ବୈତରଣୀ ନଦୀ ପାର ହୋଇ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡକୁ ଲେଉଟିଛନ୍ତି ୨୫ ଟିକିଆ ହାତୀପଲ। ଫଳରେ ରବିବାର ରାତିରେ ଏ ହାତୀପଲ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ବୋଲି ସୂଚନା ରହିଛି। ପାଣିଦେଉଳି, ଜାମୁତି ଗାଁ ଦେଇ ଶୁକୃଳି ବ୍ଲକର ହଳଦିଆ ଗାଁକୁ ପହଞ୍ଚିଥିଲେ ଏହି ୨୫ ଟିକିଆ ହାତୀପଲ।

ଏବେ ହାତୀପଲ କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଅନ୍ତର୍ଗତ ମାତ ଜଙ୍ଗଲରେ ଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ଧାନଫସଲ ଅମଳର ସମୟ ଥିବାରୁ ହାତୀପଲ ଧାନଫସଲ ଖାଇ ଦଳି ଚକଟି ନଷ୍ଟ କରୁଛନ୍ତି। ତେବେ ହାତୀପଲ ପୁଣି ଲେଉଟିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସେପଟେ ହାତୀପଲ ଦିନବେଳେ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ହୋଇଗଲା ପରେ ଗାଁ ଅଭିମୁଖେ ଆସି ଧାନଫସଲ ନଷ୍ଟ କରୁଛନ୍ତି। ଅନ୍ୟପଟେ ଏହି ହାତୀପଲଙ୍କୁ ଘଉଡେଇବାକୁ ବନବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.