ETV Bharat / state

ଝରକା ତାଡ଼ି ଘରେ କଳାକନା ବୁଲେଇଲେ ଚୋର, ୧୭ଲକ୍ଷର ସୁନାଗହଣା ସହ ଟଙ୍କା ଚୋରି - 17lakhs jewellery and 3lakhs money loot

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ମୂଲ୍ୟର ଗହଣା ସହ ନଗଦ 3 ଲକ୍ଷ ଟଙ୍କା ନେଇଗଲେ ଚୋର । ଛାନଭିନ୍‌ କରୁଛି ପୋଲିସ । ଅଧିକ ପଢ଼ନ୍ତୁ

କଳାକନା ବୁଲେଇଲେ ଚୋର
କଳାକନା ବୁଲେଇଲେ ଚୋର
author img

By

Published : Aug 15, 2023, 7:43 AM IST

କଳାକନା ବୁଲେଇଲେ ଚୋର

ମୟୂରଭଞ୍ଜ: ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଚୋର । ଝରକା ତଡ଼ି ନେଇ ଗଲେ ପାଖାପାଖି ୧୭ଲକ୍ଷ ଟଙ୍କାର ସୁନାଗହଣା ଓ ନଗଦ ୩ଲକ୍ଷ ଟଙ୍କା । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବଢ଼େଇଭୋଳ ମାର୍କେଟ ନିକଟରେ ଥିବା ନୁରୁଲ ଇସଲାମ ନାମକ ଜଣେ ବ୍ୟବସାୟୀଙ୍କ ଘରେ । ତେବେ ରରିବାର ପାଖାପାଖି ସନ୍ଧ୍ୟା ୭ଟା ସମୟରେ ଘରେ କେହି ନଥିବା ବେଳେ ଚୋରମାନେ ଆସି ଏହି ଲୁଟ୍‌ପାଟ୍‌ କରିଛନ୍ତି ।

ବ୍ୟବସାୟୀ ଜଣକ ଘରକୁ ଆସି ଘରର ଝରକା ତଡ଼ା ହୋଇଥିବା ଦେଖିବାକୁ ପାଇ ଭୟଭୀତ ହୋଇ ଯାଇଥିଲେ । ଏହାପରେ ସେ ଘରର ଅନ୍ୟ ରୁମ୍ ଭିତରକୁ ଯାଇ ଘର ଭିତରେ ଥିବା ଆଲମିରା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ । ତେବେ ଆଲମିରାରେ ରଖିଥିବା ନଗଦ ୩ଲକ୍ଷ ଟଙ୍କା ଓ ପାଖାପାଖି ୧୭ ଲକ୍ଷ ଟଙ୍କାର ସୁନା ରୂପା ଗହଣା ସବୁ ଚୋରି ହୋଇ ଯାଇଥିବା ଦେଖିଥିଲେ । ତୁରନ୍ତ ଏନେଇ ଚଢେଇଭୋଳ ଫାଣ୍ଡି ଅଧିକାରୀଙ୍କୁ ଖବର ଦେବା ସହିତ କରଞ୍ଜିଆ ଥାନା ଅଧିକାରୀଙ୍କୁ ମଧ୍ୟ ଖବର ଦେଇଥିଲେ । ତେବେ ଚଢେଇଭୋଳ ମାର୍କେଟ ଓ ଚଢେଇଭୋଳ ଫାଣ୍ଡି ନିକଟରୁ ମାତ୍ର ୧୦୦ ମିଟର ଦୂରରେ ଥିବା ବ୍ୟବସାୟୀ ନୂରୂଲ ଇସ୍‌ଲାମଙ୍କ ଘର ଝରକା ଭାଙ୍ଗି ଏକ ବଡ଼ ଧରଣର ଚୋରି କରି ଦୁର୍ବୃତ୍ତ ମାନେ ଫେରାର ହୋଇ ଯାଇଥିବା ବେଳେ କେହି ଘଟଣାର ଟେର୍ ମଧ୍ୟ ପାଇ ପାରିନାହାଁନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...କନିଷ୍ଠ ଯନ୍ତ୍ରୀଙ୍କ ସରକାରୀ ବାସଭବନରୁ ଚୋରି ଅଭିଯୋଗ

ସେପଟେ ଖବର ପାଇ କରଞ୍ଜିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥି ସହିତ ଅଧିକ ତଦନ୍ତ ପାଇଁ ଆଜି ବାରିପଦାରୁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏବାସହ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଆଧାର କରି ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି ।

ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲାର ଅଧିକାଂଶ ଥାନା ଅଧିନସ୍ଥ ଅଞ୍ଚଳରେ ଦିନକୁ ଦିନ ଚୋରି, ଲୁଟ, ଡକାୟତି ଇତ୍ୟାଦି ଘଟଣା ସବୁ ବଢ଼ିବାରେ ଲାଗିଛି । ଏହାସହ ପୋଲିସର ନିଷ୍କ୍ରିୟତା ଯୋଗୁଁ ଗୋଟିଏ ବି କେସ୍‌ର ପର୍ଦ୍ଦାଫାଶ ହୋଇ ପାରୁନାହିଁ । ଏଥି ସହିତ ପୋଲିସ ପକ୍ଷରୁ ରାତ୍ରୀକାଳୀନ ପାଟ୍ରୋଲିଂ ପ୍ରତ୍ୟେକ ଦିନ ହେଉ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ଇଟିଭି ଭାରତ,ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.