ETV Bharat / state

ସିଏଏ ସପକ୍ଷରେ ବିଜେପିର ଜନଜାଗରଣ ପଦଯାତ୍ରା - support of CAA

ବିଜେପି ପକ୍ଷରୁ ନାଗରିକତା ସଂଶୋଧନ ଆଇନ ସପକ୍ଷରେ ବିଶାଳ ଜନଜାଗରଣ ପଦଯାତ୍ରା ଅନୁଷ୍ଠିତ ହୋଇଛି । ଏଥିରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଯୋଗଦେଇଥିଲେ । ଅଧିକ ପଢନ୍ତୁ...

janjagaran padajatra of bjp
ବିଜେପିର ଜନଜାଗରଣ ପଦଯାତ୍ରା
author img

By

Published : Jan 28, 2020, 6:19 PM IST

ବାରିପଦା: ବିଜେପି ପକ୍ଷରୁ ନାଗରିକତା ସଂଶୋଧନ ଆଇନ ସପକ୍ଷରେ ବିଶାଳ ଜନଜାଗରଣ ପଦଯାତ୍ରା ଅନୁଷ୍ଠିତ ହୋଇଛି । ଏଥିରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଯୋଗ ଦେଇଥିଲେ ।

ବିଜେପିର ଜନଜାଗରଣ ପଦଯାତ୍ରା

ଦେଶରେ ନାଗରିକତା ସଂଶୋଧନ ଆଇନ କେନ୍ଦ୍ର ସରକାର ଆଣିବା ପରେ କଂଗ୍ରେସ ଦଳ ସମେତ ବିଭିନ୍ନ ବାମପନ୍ଥୀ ଦଳ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଏହି ଆଇନ ଦେଶର ଶରଣାର୍ଥୀଙ୍କ ହିତ ଉଦ୍ଦେଶ୍ୟରେ ବୋଲି କହିଛି ବିଜେପି । ଏହି ଜନଜାଗରଣ ପଦଯାତ୍ରାରେ ହଜାର ହଜାର ବିଜେପି କର୍ମୀ ଏକ ବିରାଟ ଶୋଭାଯାତ୍ରା କରି ବାରିପଦା ମଧୁବନଠାରୁ ବାହାରି ଛଉପଡିଆଠାରେ ପହଞ୍ଚିଥିଲା ।

ଏହି ଶୋଭାଯାତ୍ରାରେ ବିଜେପି ରାଜ୍ୟସଭାପତି ସମୀର ମହାନ୍ତିଙ୍କ ସମତେ ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁ, ଜିଲ୍ଲାସଭାପତି କାନ୍ଦରା ସରେନ, ଜିଲ୍ଲାର ସମସ୍ତ 6 ବିଜେପି ବିଧାୟକ ଯୋଗ ଦେଇଥିଲେ । ଅନ୍ୟପକ୍ଷେ ବିଜେପିରେ ମିଶିଥିବା ବିଜେଡିର ପୂର୍ବତନ ମନ୍ତ୍ରୀ ରଘୁ ମହାନ୍ତି, ବିଜେଡିର ପୂର୍ବତନ ମୋରଡା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ପ୍ରମୁଖ ଯୋଗ ଦେଇଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ବାରିପଦା ରେ ବିଜେପି ପକ୍ଷରୁ ନାଗରିକ ସଂଶୋଧନ ଆଇନ-୨୦୧୯ ସପକ୍ଷରେ ବିଶାଳ ଜନଜାଗରଣ ପଦଯାତ୍ରା। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଯୋଗଦେଲେ। Body:ଭାରତ ସରକାରଙ୍କ ନାଗରିକ ସଂଶୋଧନ ଆଇନ -୨୦୧୯ ସପକ୍ଷରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବାରିପଦା ରେ ଜନ ଜାଗରଣ ପଦଯାତ୍ରା। ପଦଯାତ୍ରା ରେ ରାଜ୍ୟସଭାପତି ସମୀର ମହାନ୍ତି ଙ୍କ ସହ ଜିଲ୍ଲାର ବିଜେପି ନେତା ମାନେ ଯୋଗ ଦେଇଥିଲେ। ଦେଶରେ ନାଗରିକ ସଂଶୋଧନ ଆଇନ କେନ୍ଦ୍ର ସରକାର ଆଣିବା ପରେ କଂଗ୍ରେସ ଦଳ ସହ ବିଭିନ୍ନ ବାମପନ୍ଥୀ ଦଳ ପକ୍ଷରୁ ବିରୋଧ କରାଯାଇଥିଲା ତେବେ ଏଇ ଆଇନ ଦେଶରେ ଥିବା ନାଗରିକଙ୍କ ହିତ ପାଇଁ ବୋଲି କହିଛି ବିଜେପି। ବିଜେପି ପକ୍ଷରୁ ନାଗରିକ ସଂଶୋଧନ ଆଇନ -୨୦୧୯ ସପକ୍ଷରେ ଜନ ଜାଗରଣ ପଦଯାତ୍ରା ରେ ହଜାର ହଜାର ବିଜେପି କର୍ମୀ ଏକ ବିରାଟ ରାଲିରେ ବାରିପଦା ମଧୁବନ ଠାରୁ ବାହାରି ଛଉ ପଡିଆ ଠାରେ ପହଞ୍ଚିଥିଲା । ନାଗରିକ ସଂଶୋଧନ ଆଇନ -୨୦୧୯ ସପକ୍ଷରେ ବାରିପଦା ର ଛଉ ପଡିଆ ଠାରେ ବିଜେପି ପକ୍ଷରୁ ସାଧାରଣ ସଭା ର ଆୟୋଜନ କରାଯାଇଥିଲା। ବିଜେପି ରାଜ୍ୟସଭାପତି ସମୀର ମହାନ୍ତି ଙ୍କ ମୟୁରଭଞ୍ଜ ସାଂସଦ ବିଶ୍ବେଶ୍ୱର ଟୁଡୁ, ଜିଲ୍ଲାସଭାପତି କାନ୍ଦରା ସରେନ, ଜିଲ୍ଲାର ସମସ୍ତ ୬ ବିଜେପି ବିଧାୟକ ଯୋଗଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଜେପି ରେ ମିଶିଥିବା ବିଜେଡି ର ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ବିଜେଡି ର ପୂର୍ବତନ ମୋରଡ଼ା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞଦେଓ ପ୍ରମୁଖ ଯୋଗ ଦେଇଥିଲେ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.