ETV Bharat / state

ଜେଲ କର୍ମଚାରୀଙ୍କ ଆମରଣ ଅନଶନ: ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି କର୍ମଚାରୀ

author img

By ETV Bharat Odisha Team

Published : Sep 27, 2023, 9:18 AM IST

5 ଦଫା ନେଇ ଆମରଣ ଅନଶନ ଜାରି ରଖିଛନ୍ତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ କାରାଗାରର ଜେଲ କର୍ମଚାରୀ । ଅଧିକ ପଢ଼ନ୍ତୁ

jail employees association
jail employees association
jail employees association

ରାଇରଙ୍ଗପୁର: 5 ଦଫା ନେଇ ଜାରି ରହିଛି ଜେଲ କର୍ମଚାରୀଙ୍କ ଆମରଣ ଅନଶନ । କାର୍ଯ୍ୟ ବନ୍ଦ ନକରି ଭୋକ ଓପାସରେ ଜାରି ରଖିଛନ୍ତି ଧାରଣା । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ କାରାଗାରର ଜେଲ କର୍ମଚାରୀମାନେ କାରାଗାର ସମ୍ମୁଖରେ ଶାନ୍ତି ପୁର୍ଣ୍ଣ ଧାରଣାରେ ବସିଛନ୍ତି । ଦୀର୍ଘ ଦିନ ଧରି ନିଜର ଦାବି ଉପସ୍ଥାପନ କରିବା ସତ୍ତ୍ବେ ରାଜ୍ୟ ସରକାର ଶୁଣୁନଥିବା ଅଭିଯୋଗରେ ଆମରଣ ଅନଶନରେ ବସି ରହିଛନ୍ତି ଜେଲ କର୍ମଚାରୀ । କାରାଗାରର ୧୨ ଜଣ ପୁରୁଷ ଓ ୨ ଜଣ ମହିଳା ଜେଲ କର୍ମଚାରୀ ଆମରଣ ଅନଶନରେ ବସିଛନ୍ତି ।

ତେବେ ୧୪ ଜଣ ଜେଲ କର୍ମଚାରୀଙ୍କ ମଧ୍ୟରୁ ଗତ ସୋମବାର ଦିନ ରାଇରଙ୍ଗପୁର ଉପଖଣ୍ଡ କାରାଗାରଙ୍କ ବରିଷ୍ଠ କାରାରକ୍ଷୀ ଇଶ୍ଵର ଚନ୍ଦ୍ର ବିଶ୍ବାଳଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ପ୍ରଥମେ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ବାରିପଦା ପିଆରଏମ ସ୍ଥାନାନ୍ତରିତ କରିଥିଲେ। ସେହିପରି ଗତକାଲି ଆଉ ଦୁଇ ଜଣ ଜେଲ କର୍ମଚାରୀ ଗୁରୁତର ହୋଇ ପଡିଛନ୍ତି। ସେମାନେ ହେଲେ ଶ୍ରୀକାନ୍ତ ମାଝୀ ଓ କାଳି ଚରଣ ମୁର୍ମୁ । ଉଭୟଙ୍କୁ ଚିକିତ୍ସା ନିମନ୍ତେ ରାଇରଙ୍ଗପୁର ମେଡିକାଲ ରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- 5 ଦଫା ଦାବିରେ ଆମରଣ ଅନଶନରେ ଜେଲ କର୍ମଚାରୀ

ସୂଚନାଯୋଗ୍ୟ ଯେ, ଗତ ୧୩ ତାରିଖରୁ ଜେଲ କର୍ମଚାରୀ ମାନେ କଳା ବ୍ୟାଚ ଧାରଣ କରି ପ୍ରତିବାଦ ଆରମ୍ଭ କରିଥିଲେ। ହେଲେ ଦୀର୍ଘ ଦିନ ଧରି ସେମାନଙ୍କ ପାଞ୍ଚଟି ଦାବି ପ୍ରତି ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବାରୁ ବାଧ୍ୟ ହୋଇ ୨୫ ତାରିଖ ଠାରୁ ଜେଲ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି ଜେଲ କର୍ମଚାରୀ। ରାଜ୍ୟ ସରକାରଙ୍କ ନିକଟରେ ରଖିଥିବା ସେମାନଙ୍କର ପାଞ୍ଚ ଦଫା ଦାବି ଗୁଡ଼ିକ ହେଲା ୱାର୍ଡ଼ର ମାନଙ୍କ ଗ୍ରେଡ ପେ ୧୯୦୦ ରୁ ୨୦୦୦ ଓ ଚିଫ ୱାର୍ଡ଼ର ମାନଙ୍କ ଗ୍ରେଡ଼ ପେ ୨୦୦୦ ରୁ ୨୪୦୦ ଟଙ୍କା କୁ ବୃଦ୍ଧି, କାରାରକ୍ଷୀ ରୁ ମୁଖ୍ୟ କାରାରକ୍ଷୀ ପଦବୀ ପାଇଁ ପୁରୁଣା ପଦୋନ୍ନତୀ ନିୟମ ୨୦୧୨ କୁ ଲାଗୁ, ଉପଖଣ୍ଡ ସ୍ତରକୁ ବଦଳି ନିୟମ କହଳ କରିବାକୁ ଦାବି, ଖାଦ୍ୟ ଭତ୍ତା ୪୦୦ ଟଙ୍କା ରୁ ୧୪୦୦ ଟଙ୍କାକୁ ବୃଦ୍ଧି କରାଯିବା ଓ ୧୩ ମାସିଆ ଦରମା ବୃଦ୍ଧି, ଏହି ପାଞ୍ଚ ଗୋଟି ଦାବି ରହିଛି । ତେବେ ଯେ ପର୍ଯ୍ୟନ୍ତ ତାଙ୍କ ଦାବି ପୂରଣ ନହୋଇଛି ସେପର୍ଯ୍ୟନ୍ତ ଜୀବନ ଚାଲିଗଲେ ମଧ୍ୟ ଆମରଣ ଅନଶନରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ରାଇରଙ୍ଗପୁର ଉପଖଣ୍ଡ କାରାଗାରର ଚିଫ୍ ୱାର୍ଡର ଶ୍ରୀକାନ୍ତ କୁମାର ରାଉତ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.