ETV Bharat / state

ଶିମିଳିପାଳ ନିଆଁକୁ ନେଇ ମହାରାଣୀଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର - mayurbhanj queen interview

ଜଙ୍ଗଲରେ ନିଆଁ ଲାଗିବା ପରେ ପ୍ରଥମେ ମୟୂରଭଞ୍ଜ ରାଜ ପରିବାର ପକ୍ଷରୁ ଟୁଇଟ କରି ସୂଚନା ଦେବା ସହ ନିଆଁ ଲିଭାଇବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଥିଲା। ଏନେଇ ମୟୂରଭଞ୍ଜ ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ସହ ସ୍ବତନ୍ତ୍ର ଆଲୋଚନା। ଅଧିକ ପଢ଼ନ୍ତୁ...

ଶିମିଳିପାଳ ଅଭୟାରଣ୍ୟରେ ନିଆଁକୁ ନେଇ ମହାରାଣୀଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

author img

By

Published : Mar 11, 2021, 7:32 PM IST

Updated : Mar 11, 2021, 10:59 PM IST

ବାରିପଦା: ଦୀର୍ଘ ଦୁଇ ସପ୍ତାହରୁ ଊର୍ଦ୍ଧ୍ବ ସମୟ ହେବ ଜଳୁଛି ଶିମିଳିପାଳ ଅଭୟାରଣ୍ୟ। ଜଙ୍ଗଲରେ ନିଆଁ ଲାଗିବା ପରେ ପ୍ରଥମେ ମୟୂରଭଞ୍ଜ ରାଜ ପରିବାର ପକ୍ଷରୁ ଟୁଇଟ କରି ସୂଚନା ଦେବା ସହ ନିଆଁ ଲିଭାଇବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଥିଲା। ମୟୂରଭଞ୍ଜ ମହାରାଣୀ ଓ ରାଜକୁମାର ଶିମିଳିପାଳ ପାଦଦେଶରେ ଥିବା ବାଙ୍ଗରିପୋଷି ରେଞ୍ଜର ବିଭିନ୍ନ ଗାଁକୁ ଯାଇ ନିଜେ ନିଆଁ ଲିଭାଇବା ସହ ଗ୍ରାମବାସୀଙ୍କୁ ସଚେତନ କରିଛନ୍ତି । ଏନେଇ ମୟୂରଭଞ୍ଜ ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ମୟୂରଭଞ୍ଜ ପ୍ରତିନିଧି ମୃତ୍ୟୁଞ୍ଜୟ ସେନାପତି।

ଶିମିଳିପାଳ ନିଆଁକୁ ନେଇ ମହାରାଣୀଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ନିଆଁ ଲାଗିଛି। ବନ କର୍ମଚାରୀମାନେ ନିଆଁ ଲିଭାଇବା ସହ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଥିବା ବନ କର୍ମଚାରୀଙ୍କ ସାହସିକତା ଓ ଉଦ୍ୟମକୁ ମହାରାଣୀ ପ୍ରଶଂସା କରିଛନ୍ତି। ଶିମିଳିପାଳ ଅଭୟାରଣ୍ୟରେ ନିଆଁକୁ ଆୟତ୍ତ କରିବା ପାଇଁ ଏଇ ଘଡ଼ିସନ୍ଧି ମୁହୂର୍ତ୍ତରେ ସଭିଏଁ ଏକ ହୋଇ କାର୍ଯ୍ୟ କରିବା ଦରକାର ବୋଲି କହିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Mar 11, 2021, 10:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.