ରାଇରଙ୍ଗପୁର: ନିଶାସକ୍ତ ଯୁବକଙ୍କ ଉନ୍ମୋକ୍ତ କାଣ୍ଡ । ନିଶାରେ ଥିବା ଜଣେ ଯୁବକ ଗୋଟିଏ ଗ୍ୟାସ ବୋଝେଇ ଅଟୋକୁ କରିଛନ୍ତି ଆକ୍ରମଣ । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧିନ ୱାର୍ଡନଂ10 ଅଁଳାଡୁବାରେ । ସୂଚନା ଅନୁଯାୟୀ ଆହାରବନ୍ଧ ଗ୍ରାମରେ ଥିବା ମା’ ତାରିଣୀ ଇଣ୍ଡିଆନ ଗ୍ୟାସ ଏଜେନ୍ସି ତରଫରୁ ଗ୍ରାହକ ବୁକ କରିଥିବା ଗ୍ୟାସ ବିତରଣ କରୁଥିଲେ । ଏହି ସମୟରେ ଜଣେ ଯୁବକ ଆସି ହଠାତ ଅଟୋକୁ ଆକ୍ରମଣ କରିବା ସହ ଅଟୋର ସମ୍ମୁଖ କାଚକୁ ବାଡେଇ ଭାଙ୍ଗିଦେଇଥିଲେ । ଏହାସହ ନିଜେ ମଧ୍ୟ ଚେତାଶୁନ୍ୟ ହୋଇ ସେଠି ପଡିଗଲେ ।
ଘଟଣା ସଂର୍ପକରେ ଖବର ପାଇ ରାଇରଙ୍ଗପୁର ପୋଲିସ ଆସି ଯୁବକଙ୍କୁ ହସ୍ପିଟାଲ ପଠାଇଛି । ତେବେ ଯୁବକ ଜଣକ ଅସନବଣି ଗ୍ରାମର ବୋଲି ଜଣାପଡିଛି । ଅଚେତ ଅବସ୍ଥାରୁ ଥିବାରୁ ଘଟଣା ସଂପର୍କରେ ସବିଶେଷ ଜଣାପଡିନାହିଁ ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ