ETV Bharat / state

ବିଦେଶୀ ମଦ ସହ ଦୁଇ ମଦ ମାଫିଆ ଗିରଫ

author img

By

Published : Jun 2, 2021, 9:03 PM IST

ଲକଡାଉନର ସୁଯୋଗ ନେଇ ମଦ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ରରୁଆଁ ଥାନା ଅଞ୍ଚଳରେ । ଅଧିକ ପଢନ୍ତୁ...

illegal-foreign-liquor-seized-two-arrested
ବିଦେଶୀ ମଦ ସହ ଦୁଇ ମଦ ମାଫିଆ ଗିରଫ

ରାଇରଙ୍ଗପୁର: ଲକଡାଉନର ସୁଯୋଗ ନେଇ ମଦ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ରରୁଆଁ ଥାନା ଅଞ୍ଚଳରେ । ବୁଧବାର ଝାଡଖଣ୍ଡ ରାଜ୍ୟର ଦୁଇ ଯୁବକ ଏକ ବାଇକରେ ଝାଡଖଣ୍ଡରୁ ବିଦେଶୀ ମଦ ନେଇ ଓଡିଶାରେ ବିକ୍ରି ପାଇଁ ଆସିଥିଲେ । ତେବେ ରରୁଆଁ ଥାନା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଦୁଇ ଯୁବକଙ୍କୁ କାବୁ କରିଥିଲେ । ତାଙ୍କ ନିକଟରୁ ବିଦେଶୀ ମଦ ଜବତ କରିବା ସହିତ ବ୍ୟବହୃତ ବାଇକକୁ ମଧ୍ୟ ଜବତ କରିଛି ପୋଲିସ ।

ବିଦେଶୀ ମଦ ସହ ଦୁଇ ମଦ ମାଫିଆ ଗିରଫ

ମଦ କାରବାରରେ ସଂପୃକ୍ତ ଦୁଇ ଯୁବକଙ୍କୁ ମଧ୍ୟ ଗିରଫ କରି ବିଦେଶୀ ମଦ କେଉଁଠିକୁ ଆସୁଥିଲା, ସେ ନେଇ ଅଧିକ ତଦନ୍ତ କରୁଛି ରରୁଆଁ ଥାନା ପୋଲିସ । ତେବେ ଯୁବକ ଦୁଇ ଜଣ ଝାଡଖଣ୍ଡର ବୋଲି ଜଣାପଡ଼ିବା ପରେ ଓଡ଼ିଶା ଝାଡ଼ଖଣ୍ଡ ସୀମାରେ ପୋଲିସ ପକ୍ଷରୁ ଚେକିଂ କଡାକଡି କରାଯାଉଥିବା ରରୁଆଁ ଥାନା ଅଧିକାରିଣୀ ସୂଚନା ଦେଇଛନ୍ତି ।

ରାଇରଙ୍ଗପୁର ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.