ETV Bharat / state

୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବେଆଇନ ବାଣ ଜବତ, ୪ ଅଟକ

author img

By

Published : Oct 17, 2022, 2:37 PM IST

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ NAC ଅଞ୍ଚଳରେ ବେଆଇନ ବାଣ ଦୋକାନରେ ଚଢ଼ାଉ । ଲକ୍ଷାଧିକ ଟଙ୍କାର ବାଣ ଜବତ । ଅଧିକ ପଢ଼ନ୍ତୁ

illegal crackers seized in karanjia mayurbhanj
40 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବେଆଇନ ବାଣ ଜବତ, 4 ଅଟକ

ରାଇରଙ୍ଗପୁର: ଆଗକୁ ଆସୁଛି ଦୀପାବଳି । ସେଥିପାଇଁ ଗାଁ ଠାରୁ ଆରମ୍ଭ କରି ସହର ଚଳଚଞ୍ଚଳ ହୋଇଉଠିଛି । ବିଭିନ୍ନ ପ୍ରକାର ଆଲୋକ ମାଳା ଓ ବାଣ ଦୋକାନ ପାଇଁ ପ୍ରସ୍ତୁତ ହେଲେଣି ବ୍ୟବସାୟୀ । ବ୍ୟବସାୟୀମାନେ ବିଭିନ୍ନ ଜନବସତି ଅଞ୍ଚଳରେ ବେଆଇନଭାବେ ବାଣ ଗଚ୍ଛିତ କରିବା ଆରମ୍ଭ କଲେଣି । ଏହି ପରିପ୍ରେକ୍ଷୀରେ ବିଳମ୍ବିତ ରାତିରେ ବେଆଇନ ବାଣ ଗୋଦାମରେ ଚଢ଼ାଉ କରିଛି କରଞ୍ଜିଆ ଥାନା ପୋଲିସ । ଚଢ଼ାଉ ବେଳ ୪୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ବାଣ ଜବତ ହୋଇଛି ।

40 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବେଆଇନ ବାଣ ଜବତ

କୌଣସି ସୂତ୍ରରୁ ଖବର ପାଇ କରଞ୍ଜିଆ ଥାନା ପୋଲିସ NAC ଅଞ୍ଚଳରେ ଏକ ବଡ଼ ବେଆଇନ ବାଣ ଗୋଦାମ ଘରେ ଚଢ଼ାଉ କରିଥିଲେ । ବେଆଇନ ଗଚ୍ଛିତ ବାଣକୁ ଜବତ କରିବାରେ ସଫଳ ହେଇଥିଲେ । ଏହି ଚଢ଼ାଉ ସମୟରେ କୌଶଳ କ୍ରମେ ପ୍ରଦୀପ ସାହା ନାମକ ଜଣେ ବାଣ ବ୍ୟବସାୟୀ ଖସି ପଳାଇବାରେ ସଫଳ ହୋଇଥିଲା । ଅନ୍ୟପଟେ ଗୋଦାମ ଦାୟିତ୍ୱରେ ଥିବା ଚାରି ଜଣ କର୍ମଚାରୀଙ୍କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଚଳାଉଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ: ବାରିପଦାରେ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ମହିଳା ଗିରଫ

ତେବେ ଜବତ ବାଣର ଆନୁମାନିକ ମୂଲ୍ୟ ୪୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରିଛି କରଞ୍ଜିଆ ଥାନା ପୋଲିସ । ସମ୍ପୃକ୍ତ ବାଣ ବ୍ୟବସାୟୀଙ୍କ ଅନ୍ୟ କୌଣସି ଗୋଦାମରେ ବିପୁଳ ପରିମାଣର ବାଣ ଗଚ୍ଛିତ ଥିବା ପୋଲିସ ସନ୍ଦେହ କରୁଛି । ଏହି ଘଟଣାରେ ପ୍ରଦୀପ ସାହା ନାଁରେ କରଞ୍ଜିଆ ଥାନା ପୋଲିସ ପକ୍ଷରୁ ଏକ ମାମଲା ରୁଜୁ ହେଇଛି । ତେବେ କରଞ୍ଜିଆ ଅଞ୍ଚଳରେ ଯେତେସବୁ ବେଆଇନ ବାଣ ଗୋଦାମ ରହିଛି ତାହାରି ଉପରେ ଆଗାମୀ ଦିନରେ ଚଢ଼ାଉ ଜୋରଦାର କରାଯିବ ବୋଲି ସୂଚନା ଦେଇଛନ୍ତି କରଞ୍ଜିଆ ଥାନାଧିକାରୀ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.