ବାରିପଦା: ବୀଭତ୍ସ, ଅମାନୁଷିକ, ଅମାନବିକତାତାର ସବୁ ସୀମା ପାର କରି ସ୍ଵାମୀ ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ ତାକୁ ହତ୍ୟା କରିଛି। ଏଭଳି ଏକ ବର୍ବର ହତ୍ୟାକାଣ୍ଡ ଘଟିଛି ମୟୁରଭଞ୍ଜ ଜିଲ୍ଲା ମୋରଡ଼ାରେ ।
ମୋରଡ଼ା ଥାନା ଚିକିଟାମାଟିଆ ଲୋଧା ସାହିରେ ବିଦ୍ୟାଧର ନାୟକ ନିଜ ସ୍ତ୍ରୀ କମଳା ନାୟକକୁ ହତ୍ୟାକରିଛି । ଅତି ଅମାନୁଷିକ ଭାବେ ନିଜ ଘରେ ବନ୍ଦୀ କରି ପ୍ରଥମେ ନିର୍ଯ୍ୟାତନା ଦେବା ପରେ ହତ୍ୟା କରି ଘର ପଛ ପଟେ ଗାତ ଖୋଳି ପୋତି ଦେଇଥିବା ଅଭିଯୋଗ ହୋଇଛି ।
ଗତ ମେ ମାସ 22 ତାରିଖରୁ ସ୍ବାମୀ ବିଦ୍ୟାଧର ନାୟକ ନିଜ ସ୍ତ୍ରୀକୁ ଠେଙ୍ଗାରେ ପିଟିବା ପରେ ଘରେ ଗୋଡାହାତ ଭାଙ୍ଗି ପକାଇଦେଇଥିଲା। 8 ଦିନ କାଳ ଘରେ ନିର୍ଯ୍ୟାତନା ଦେବା ପରେ ଗତ 28 ତାରିଖରେ ସ୍ତ୍ରୀର ମୃତ୍ୟୁ ହେବାପରେ ଗାତ ଖୋଳି ପୋତିଦେଇଥିଲା ।
ମୃତକ କମଳା ନାୟକଙ୍କ ଖୁଡୀଙ୍କ ଅଭିଯୋଗ କ୍ରମେ ମୋରଡ଼ା ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖିଥିବା ବେଳେ ଅଭିଯୋଗକୁ ଆଧାର କରି ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ ଟିମ ଉପସ୍ଥିତିରେ ବିଦ୍ୟାଧରଙ୍କ ଘର ପଛପଟେ ଶବକୁ ପୋତିଥିବା ସ୍ଥାନରେ ଖୋଳି ବାହାର କରିଛି । ଏଥିସହ ଆଭିଯୁକ୍ତ ସ୍ବାମୀ ବିରୁଧରେ ମୋରଡ଼ା ଥାନାରେ କେସ ନମ୍ବର 45/2019 ଦଫା 302 ଓ 201 ଆଧାରରେ ମାମଲା ରୁଜୁ କରାଯାଇଛି ।
ମୟୁରଭଞ୍ଜରୁ ମୃତ୍ୟଞ୍ଜୟ ସେନାପତି, ଇଟିଭି ଭାରତ