ରାଇରଙ୍ଗପୁର: ପରକୀୟା ପ୍ରୀତି ଉଜାଡି ଦେଲା ସଂସାର । ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହାଣିଲା ସ୍ବାମୀ । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଡୋଲାଜୋଡି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଡୋଲାଜୋଡି ଗ୍ରାମର ବୁଧୁନ ବାସ୍କେ ଓ ତାଙ୍କ ସ୍ତ୍ରୀ ଦେଓଲା ବାସ୍କେଙ୍କ ମଧ୍ୟରେ ଗତକାଲି ରାତିରେ ବଚସା ହୋଇଥିଲା । ସ୍ତ୍ରୀ ଦେଓଲା ବାସ୍କେ ଅନ୍ୟ କାହା ସହିତ ଫୋନରେ କଥା ହେଉଥିବା ନେଇ ଉଭୟେ ଝଗଡା କରିଥିଲେ । ଏଥିରେ ଉତିକ୍ଷିପ୍ତ ହୋଇ ସ୍ବାମୀ ଏକ କୁରାଢୀରେ ସ୍ତ୍ରୀକୁ ହାଣି ଦେଇଥିଲା ସ୍ବାମୀ । ତେବେ ଘଟଣାସ୍ଥଳରେ ହିଁ ଦେଓଲା ପ୍ରାଣ ହରାଇଥିଲେ । ଖବର ପାଇ ତିରିଂ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିବା ସହିତ ସ୍ବାମୀ ବୁଧୁନକୁ ଥାନାରେ ଅଟକ ରଖିଛି । ତେବେ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଡକାଇଥିବା ନେଇ ସୂଚନା ମିଳିଛି ।