ETV Bharat / state

କାଠଫାଳିଆରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ସ୍ବାମୀ ଜେନା ଭକ୍ତା ନିଜ ସ୍ତ୍ରୀ ଗୋଲାପୀ ଭକ୍ତାଙ୍କୁ ଏକ କାଠଫାଳିଆରେ ପିଟି ପିଟି ହତ୍ୟା କରିଛି । ପରେ ଗାଁ ପାଖ ଜଙ୍ଗଲରେ ଫୋପାଡ଼ି ଦେଇଛି ।

ଫଟୋ ସୌଜନ୍ୟ- ପ୍ରତିନିଧି ରାଇରଙ୍ଗପୁର
author img

By

Published : Aug 26, 2019, 3:00 PM IST

ରାଇରଙ୍ଗପୁର: ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ । ପରେ ଘର ପାଖରେ ଥିବା ଜଙ୍ଗଲରେ ଫୋପାଡ଼ି ଦେଲା । ଏହି ହୃଦୟ ବିଦାରକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ । ଘଟଣାଟି ଘଟିଛି ରବିବାର ବିଳମ୍ବିତ ରାତ୍ରିରେ ।

ଭିଡିଓ ସୌଜନ୍ୟ- ପ୍ରତିନିଧି ରାଇରଙ୍ଗପୁର

ତେବେ କୌଣସି ଏକ କଥାକୁ ନେଇ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା । ସ୍ବାମୀ ଜେନା ଭକ୍ତା ନିଜ ସ୍ତ୍ରୀ ଗୋଲାପୀ ଭକ୍ତାଙ୍କୁ ଏକ କାଠଫାଳିଆରେ ପିଟି ପିଟି ହତ୍ୟା କରିଛି । ସୂଚନା ଅନୁଯାୟୀ ସ୍ବାମୀ ଜେନା ଭକ୍ତା ପାରାଦୀପରେ ଶ୍ରମିକ ଭାବେ କାମ କରନ୍ତି । 5 ବର୍ଷ ପୂର୍ବରୁ ସେ ଗୋଲାପୀଙ୍କୁ ବିବାହ କରିଥିଲେ । ଗତକାଲି ରାତିରେ ସ୍ତ୍ରୀ ସହ ଝଗଡା ପରେ ସ୍ତ୍ରୀକୁ ପିଟି ପିଟି ମାରିବା ପରେ ଗାଁ ପାଖ ଜଙ୍ଗଲରେ ଫୋପାଡ଼ି ଦେଇଥିଲା ।

ସୋମବାର ଗ୍ରାମବାସୀ ଜଙ୍ଗଲକୁ ଯାଇଥିବା ବେଳେ ମୃତ ଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ମୋରଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ସ୍ବାମୀକୁ ଗିରଫ ରଖିଛି । ଏଥି ସହିତ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଣ୍ଡିତ ରଘୁନାଥ ମୂର୍ମୁ ମେଡିକାଲ କଲେଜକୁ ପଠାଇଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ସ୍ତ୍ରୀ କୁ ପିଟି ପିଟି ହତ୍ୟା କଲା ସ୍ୱାମୀ, ସ୍ତ୍ରୀ କୁ ହତ୍ୟା ପରେ ଘର ପାଖ ଜଙ୍ଗଲରେ ଫୋପାଡ଼ି ଦେଲା ସ୍ୱାମୀ

Body:ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ପୂର୍ଣ୍ଣଚନ୍ଦ୍ରପୁର ଗାଁରେ ଅଭାବନୀୟ ଘଟଣା। ଗତକାଲି ବିଳମ୍ବିତ ରାତ୍ରିରେ କୌଣସି ଏକ କଥାକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା। ସ୍ୱାମୀ ଜେନା ଭକ୍ତା ନିଜ ସ୍ତ୍ରୀ ଗୋଲାପୀ ଭକ୍ତା କୁ ଏକ ବାଡିରେ ପିଟି ପିଟି ହତ୍ୟା କରିଛି। ସୂଚନା ଅନୁଯାୟୀ ସ୍ୱାମୀ ଜେନା ଭକ୍ତା ପାରାଦୀପ ରେ ଲେବର କାମ ପାଇଁ ଯାଇ 5 ବର୍ଷ ପୂର୍ବରୁ ଗୋଲାପୀ କୁ ବିବାହ କରିଥିଲେ। ଗତକାଲି ରାତିରେ ସ୍ତ୍ରୀ ସହ ଝଗଡା ପରେ ନିଜ ସ୍ତ୍ରୀ କୁ ପିଟି ପିଟି ମାରିବା ପରେ ଗାଁ ପାଖ ଜଙ୍ଗଲ ରେ ଫୋପାଡ଼ି ଦେଇଥିଲା ଆଜି ଗ୍ରାମବାସୀ ଜଙ୍ଗଲ କୁ ଯାଇଥିବା ବେଳେ ମୃତ ଦେହ ଦେଖି ପୋଲିସ କୁ ଖବର ଦେଇଥିଲେ। ମୋରଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୋରଡ଼ା ପୋଲିସ ଅଭିଯୁକ୍ତ ସ୍ୱାମୀ କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ପୋଲିସ ପ୍ରାଥମିକ ତଦନ୍ତରୁ ସ୍ୱାମୀ ତାର ସ୍ତ୍ରୀ କୁ ପିଟି ପିଟି ହତ୍ୟା କରିଛି ବୋଲି କହିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତ ଦେଖ କୁ ବ୍ୟବଚ୍ଛେଦ ପାଇଁ ପଣ୍ଡିତ ରଘୁନାଥ ମୂର୍ମୁ ମେଡିକାଲ କଲେଜ କୁ ପଠାଇଛି।
ବାଇଟ- ଜେନା ଭକ୍ତା-ଅଭିଯୁକ୍ତ ସ୍ୱାମୀ
ବାଇଟ-ଯୋଗେନ୍ଦ୍ର ମଲ୍ଲିକ- ଥାନା ଅଧିକାରୀ-ମୋରଡ଼ା

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.