ETV Bharat / state

ଘରୋଇ କଳିରୁ ଜଘନ୍ୟକାଣ୍ଡ, ସ୍ତ୍ରୀକୁ କଟୁରୀରେ ହାଣି ସ୍ବାମୀ ଚମ୍ପଟ

author img

By

Published : Jul 30, 2023, 10:28 PM IST

ଘରୋଇ କଳିରୁ ତୁମୂଳକାଣ୍ଡ । ସାମାନ୍ୟ ବଚସା ପାଇଁ ସ୍ତ୍ରୀକୁ କଟୁରୀରେ ଆକ୍ରମଣ କଲା ସ୍ବାମୀ । ଅଧିକ ପଢନ୍ତୁ

ଘରୋଇ କଳିରୁ ତୁମୂଳକାଣ୍ଡ
ଘରୋଇ କଳିରୁ ତୁମୂଳକାଣ୍ଡ

ରାଇରଙ୍ଗପୁର: ଘରୋଇ କଳିକୁ ନେଇ ଅମାନବୀୟ ଘଟଣା । ସ୍ତ୍ରୀକୁ କଟୁରୀରେ ଆକ୍ରମଣ କଲା ସ୍ବାମୀ । ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ତ୍ରୀକୁ ଛାଡ଼ି ଫେରାର ହୋଇଗଲା ଅଭିଯୁକ୍ତ ସ୍ବାମୀ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ସିଲଟିଆ ଗ୍ରାମରେ ।

ସୂଚନା ଅନୁଯାୟୀ, ଚନ୍ଦ୍ର ଗାଗରାଇ ଓ ସୋମବାରୀ ଗାଗରାଇ ଦୁହେଁ ଯଶିପୁର ଥାନା ଅନ୍ତର୍ଗତ ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ସ୍ଥିତ ସିଲଟିଆ ଗ୍ରାମର ବାସିନ୍ଦା ଅଟନ୍ତି । ଗତକାଲି(ଶନିବାର) ସନ୍ଧ୍ୟା ସମୟରେ ଦୁହେଁ ସ୍ୱାମୀ ଓ ସ୍ତ୍ରୀ ନିଜ ଘରେ ଥିବା ବେଳେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ତେବେ ସାଧାରଣ ବଚସା ଏତେ ଉଗ୍ରରୂପ ନେଇଥିଲା ଯେ, ଚନ୍ଦ୍ର ଗାଗରାଇ ଉତ୍ୟକ୍ତ ହୋଇ ଘରେ ଥିବା ଏକ ଧାରୁଆ କଟୁରୀ ସାହାଯ୍ୟରେ ସ୍ତ୍ରୀ ସୋମବାରୀକୁ ଆକ୍ରମଣ କରିଥିଲେ ।

ସୋମବାରୀର ବେକକୁ କଟୁରୀରେ ଆକ୍ରମଣ କରିବା ପରେ ସୋମବାରୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେହିଠାରେ ହିଁ ପଡ଼ି ରହିଥିଲେ। ସ୍ତ୍ରୀକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାଡ଼ି ସ୍ବାମୀ ଚନ୍ଦ୍ର ସେଠାରୁ ଫେରାର ହୋଇ ଯାଇଥିଲେ । ପରେ ପରିବାରର ଅନ୍ୟ ସଦସ୍ୟମାନେ ସୋମବାରୀକୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ପାଖ ପଡୋଶୀଙ୍କୁ ଖବର ଦେଇଥିଲେ । ପଡୋଶୀଙ୍କ ସହାୟତାରେ ସୋମବାରୀଙ୍କୁ ଉଦ୍ଧାର କରି ଯଶିପୁର ମେଡିକାଲକୁ ଆଣିଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ଡାକ୍ତର କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । ତେବେ ଅତ୍ୟନ୍ତ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୋମବାରୀଙ୍କ ଚିକିତ୍ସା ଜାରି ରହିଛି ।

ଅଧିକ ପଢନ୍ତୁ: ସଂସାର ଉଜାଡିଲା ପରକୀୟା ପ୍ରୀତି: ସନ୍ଦେହ କରୁଥିଲା ସ୍ବାମୀ, ସ୍ତ୍ରୀ ପୋଛିଲା ନିଜ ମଥା ସିନ୍ଦୁର

ତେବେ ପରିବାର ଲୋକଙ୍କ ସୂଚନା ଅନୁଯାୟୀ, କୌଣସି କଥାକୁ ନେଇ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଚନ୍ଦ୍ର ନିକଟରେ ଥିବା ଏକ କଟୁରୀରେ ସୋମବାରୀକୁ ଆକ୍ରମଣ କରି ଫେରାର ହୋଇଯାଇଥିଲା । ଘରୁ ଚିତ୍କାର ଶବ୍ଦଶୁଣିବା ପରେ ସୋମବାରୀକୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଗତକାଲି(ଶନିବାର) ସନ୍ଧ୍ୟା ସମୟରୁ ଘଟଣା ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଯଶିପୁର ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା ସୂଚନା ମିଳିଛି । ଅନ୍ୟପଟେ ଅଭିଯୁକ୍ତ ସ୍ବାମୀ ଚନ୍ଦ୍ର ଗାଗରାଇ ଗାଁରୁ ଫେରାର ହୋଇ ଯାଇଥିବା ଗାଁ ଲୋକେ କହିଛନ୍ତି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.