ରାଇରଙ୍ଗପୁର: ଏକ ନିଆରା ବିବାହ । ଯେଉଁଠି ବାଜା ବଜାଇ ବରଯାତ୍ରୀ ବି ଆସିଛନ୍ତି । ହେଲେ ଏଠି କନ୍ୟା ସାଜିଛି କୁକୁର । କଥାଟା ଆଖି-କାନକୁ ଅଡୁଆ ଲାଗୁଥିଲେ ବି ସତ । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସୁକୃଳି ବ୍ଲକ ଗମ୍ଭାରୀଆପାଳ ଗ୍ରାମ ଡାଡୁସାହିରେ ଦେଖିବାକୁ ମିଳିଛି ଏମିତି ଏକ ନିଆରା ବିବାହ ।
ଏ ବିବାହରେ ଛୋଟଛୋଟ ପିଲା ବର ବେଶରେ ନଜର ଆସୁଥିବାବେଳେ କୁକୁରକୁ କନିଆଁ ବେଶରେ ସଜାଯାଇ ରୀତିନୀତିରେ ବାହାଘର କରାଯାଏ । ଆଦିବାସୀମାନେ ମକର ପରେ ପରମ୍ପରା ଅନୁସାରେ, ମାଘ ପର୍ବ ପାଳନ କରିଥାନ୍ତି l
ହିନ୍ଦୁଧର୍ମରେ ନିଜର ଗ୍ରହ ଶାନ୍ତି ଓ ରିଷ୍ଟ ଖଣ୍ଡନ ପାଇଁ ଅନେକ ଉପାୟ ଆପଣାଇଥାନ୍ତି । ଆଦିବାସୀଙ୍କ କହିବା କଥା, ରିଷ୍ଟ ଖଣ୍ଡନ ପାଇଁ ଆମେ ପିଲାଙ୍କର ବାହାଘର କୁକୁର ସହିତ କରିଥାନ୍ତି ।
ଓଡ଼ିଆ ରୀତିନୀତିରେ ଯେପରି ନାଚଗୀତ ପ୍ରସେସନ କରି ବଡ ଧୂମଧାମରେ ବାହାଘର ହୁଏ, ଠିକ ସେହିପରି, ଏମାନେ ମଧ୍ୟ ତାଙ୍କ ପରମ୍ପରା ଅନୁଯାୟୀ ବାହାଘର କରିଥାନ୍ତି l ତେବେ ଆଦିବାସୀମାନେ ଏଭଳି ଅନ୍ଧବିଶ୍ବାସକୁ ମାନି ବଜାୟ ରଖିଛନ୍ତି ନିଜ ପରମ୍ପରା ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ