ETV Bharat / state

ସ୍ବପ୍ନ ହୋଇ ରହିଯିବକି ରାଇରଙ୍ଗପୁରର ଜିଲ୍ଲା ଗଠନ ଦାବି, ଅଙ୍କୁଶ ଲଗାଇଲେ ହାଇକୋର୍ଟ

author img

By ETV Bharat Odisha Team

Published : Dec 22, 2023, 3:58 PM IST

High Court On New District Formation: ରାଜ୍ୟରେ ନୂଆ ଜିଲ୍ଲା ଗଠନ ଉପରେ ଲାଗିଲା ରୋକ । ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ଦାବି କରି ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ରୋକ ଲଗାଇଛନ୍ତି ହାଇକୋର୍ଟର । ଅଧିକ ପଢ଼ନ୍ତୁ

ରାଇରଙ୍ଗପୁରକୁ ନୂତନ ଜିଲ୍ଲା ଘୋଷଣା ନେଇ ଅଙ୍କୁଶ ଲଗେଇଲେ ହାଇକୋର୍ଟ

ରାଇରଙ୍ଗପୁର: ରାଜ୍ୟରେ ନୂଆ ଜିଲ୍ଲା ଗଠନ ଉପରେ ଲାଗିଲା ରୋକ । ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ଦାବି କରି ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ରୋକ ଲଗାଇଛନ୍ତି ହାଇକୋର୍ଟ । ଯଦି ରାଜ୍ୟ ସରକାର ଜିଲ୍ଲା ପୁନର୍ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଚାହାନ୍ତି, ତାହେଲେ ଏହି ପ୍ରକ୍ରିୟାରେ ଜାରି ରଖିପାରିବେ । ହେଲେ ହାଇକୋର୍ଟଙ୍କ ଅନୁମତି ବିନା ଜିଲ୍ଲା ଗଠନ ସମ୍ପର୍କରେ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି ଗୁରୁବାର ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ।

ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନକୁ ରାଜ୍ୟ ସରକାରଙ୍କ ଉପେକ୍ଷା ପରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି । ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରୁ ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ପାଇଁ ଦାବି ହୋଇ ଆସୁଅଛି । ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଦୀର୍ଘ ବର୍ଷରୁ ନୂତନ ଜିଲ୍ଲା ଦାବି ନେଇ ରାଇରଙ୍ଗପୁର ଉପଖଣ୍ଡ ବନ୍ଦ, ଦୀର୍ଘ ଦିନ ଧରି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ସହ ଭାରତର ରାଷ୍ଟ୍ରପତି, ଓଡ଼ିଶାର ରାଜ୍ୟପାଳ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ଦ୍ବାରସ୍ତ ହେବା ସହ ଦାବି ପତ୍ର ପ୍ରଦାନ କରି ଜିଲ୍ଲା ଗଠନ ଦାବି ଜଣାଇ ଆସୁଛନ୍ତି ।

ତେବେ ରାଜ୍ୟ ସରକାର ପଦ୍ମପୁର ଜିଲ୍ଲା ଗଠନ ନେଇ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ରାଇରଙ୍ଗପୁର ଜିଲ୍ଲା ଗଠନକୁ ଉପେକ୍ଷା କରିଥିବାରୁ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲା ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି । ନୂତନ ଜିଲ୍ଲା ପୁନର୍ଗଠନକୁ ନେଇ ବିଭିନ୍ନ ଅଞ୍ଚଳରୁ ଦାବି ହୋଇ ଆସୁଥିବା ବେଳେ ଏହି ପ୍ରସଙ୍ଗରେ ହାଇକୋର୍ଟ ଏକ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି । ଯଦି ରାଜ୍ୟ ସରକାର ଜିଲ୍ଲା ପୁନର୍ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଚାହାନ୍ତି, ତାହେଲେ ଏହି ପ୍ରକ୍ରିୟାରେ ଜାରି ରଖିପାରିବେ । ହେଲେ ହାଇକୋର୍ଟଙ୍କ ଅନୁମତି ବିନା ଜିଲ୍ଲା ଗଠନ ସମ୍ପର୍କରେ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି ଗୁରୁବାର ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଡ. ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ୍.ଏସ୍.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକ ତଥା ରାଇରଙ୍ଗପୁର ବାର୍ ଆସୋସିଏସନ ସଭାପତି ଅକ୍ଷୟ କୁମାର ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥନୈତିକ ସ୍ଥିତି, ଜନସଂଖ୍ୟା, ଅଞ୍ଚଳର ପରିସୀମା, ପଛୁଆ ପ୍ରସଂଗକୁ ବିଚାରକୁ ନିଆଯାଉ ନଥିବା ଅଭିଯୋଗ କରି ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ଵର ସହିତ ଗ୍ରହଣ କରିଛନ୍ତି । ଏହି ପ୍ରସଙ୍ଗରେ ସରକାରଙ୍କୁ ଜବାବ ତଲବ କରିଛନ୍ତି ଖଣ୍ଡପୀଠ ।

ଏଠାରେ ସୂଚନାଯୋଗ୍ୟ ଯେ, ଦୀର୍ଘ ବର୍ଷ ଧରି ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ନେଇ ଦାବି ହୋଇ ଆସୁଛି । ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଭାପତି ଅକ୍ଷୟ ମହାନ୍ତିଙ୍କ ସଭାପତିତ୍ବରେ ବିଭିନ୍ନ ସମୟରେ ରାଇରଙ୍ଗପୁର ନୂତନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବୈଠକ ଅନୁଷ୍ଠିତ ହେଉଛି । ରାଇରଙ୍ଗପୁର ଉପଖଣ୍ଡର ବରିଷ୍ଠ ବୁଦ୍ଧିଜୀବୀ, ବରିଷ୍ଠ ଆଇନଜୀବି, ଓକିଲ ସଂଘର ସଦସ୍ୟ, ଡ୍ରାଇଭର ମହାସଂଘ, ବଣିକ ସଂଘ, ବିଭିନ୍ନ ସଂଗଠନ, ଗଣମାଧ୍ୟମ ପ୍ରତିନିଧି ଓ ରାଇରଙ୍ଗପୁର ବାସୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ହେବା ନେଇ ସହଯୋଗ କରି ଆସୁଛନ୍ତି । ଏନେଇ ପୂର୍ବରୁ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର ପ୍ରଦାନ କରା ଯାଇଛି । ଏହାସହ ରାଇରଙ୍ଗପୁର ଉପଖଣ୍ଡ ବନ୍ଦ ଡାକରା ଓ ରାଇରଙ୍ଗପୁରରେ ଗଣ ଧାରଣା ମଧ୍ୟ ପ୍ରଦର୍ଶନ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ.......ନୂତନ ଜିଲ୍ଲା ଗଠନ ଦାବି: ରାଷ୍ଟ୍ରପତି, ଓଡ଼ିଶାର ରାଜ୍ୟପାଳ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ତେବେ ମୟୂରଭଞ୍ଜ ଜିଲ୍ଲା ଓଡ଼ିଶାର ସର୍ବବୃହତ ଜିଲ୍ଲା ଭାବେ ବେଶ୍ ପରିଚିତ । ମୟୂରଭଞ୍ଜ ଜିଲ୍ଲାର ଚାରୋଟି ଉପଖଣ୍ଡ ମଧ୍ୟରୁ ରାଇରଙ୍ଗପୁର (ବାମନଘାଟି) ଉପଖଣ୍ଡ ଅନ୍ୟତମ । ରାଇରଙ୍ଗପୁର ଉପଖଣ୍ଡରେ ରହିଛି ପୌରପାଳିକା ଅଞ୍ଚଳ ସମେତ ସାତଗୋଟି ବ୍ଲକ ଓ ଆଠ ଗୋଟି ପୋଲିସ ଷ୍ଟେସନ । ରାଇରଙ୍ଗପୁର ଉପଖଣ୍ଡର କିଛି ବ୍ଲକ ଗୁଡ଼ିକରୁ ଜିଲ୍ଲା ମୁଖ୍ୟାଳୟ ବାରିପଦା ୧୦୦ କିଲୋମିଟରରୁ ଅଧିକ ଥିବାରୁ ଯାତାୟାତ ପାଇଁ ଏହି ଅଞ୍ଚଳର ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ମୟୂରଭଞ୍ଜ ଜିଲ୍ଲାର ସଦରମହକୁମା ବାରିପଦା ଯିବା ପାଇଁ ବିପଦଜନକ ଭାବରେ ଦୁଆରଶୁଣୀ ଘାଟି ଦେଇ ଯିବାକୁ ପଡିଥାଏ । ଘାଟିରେ ଅଧିକାଂଶ ସମୟରେ ହଜାର ହଜାର ଟ୍ରକ ସବୁ ଜାମ୍ ହୋଇ ରହୁଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବାପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗୁରୁତର ରୋଗୀ । ଅନେକ ସମୟରେ ଗୁରୁତର ରୋଗୀମାନଙ୍କର ଜୀବନ ଯାଉ ଥିବାର ନଜିର ରହିଛି । ତେବେ ଏହିପରି ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ନୂତନ ରାଇରଙ୍ଗପୁର ଜିଲ୍ଲା ଗଠନ ନେଇ ଦୀର୍ଘ ବର୍ଷରୁ ଦାବି ହୋଇ ଆସୁଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.