ETV Bharat / state

ଡମ୍ଫରକୁ ଧକ୍କା ଦେଲା ବସ, ଡ୍ରାଇଭର ଗୁରୁତର - 2 injured

ମୟୂରଭଞ୍ଜ 18 ନମ୍ବର ଜାତୀୟ ରାଜପଥରେ ବସ -ଡମ୍ଫର ମୁହାଁମୁହିଁ ଧକ୍କା । ଅଳ୍ପକେ ବର୍ତ୍ତିଲେ 50 ରୁ ଅଧିକ ଯାତ୍ରୀ । ବସ ଡ୍ରାଇଭର ଗୁରୁତର ହୋଇଥିବାବେଳେ ହେଲପର ଆହତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ମୟୂରଭଞ୍ଜ
author img

By

Published : Aug 12, 2019, 6:50 PM IST

ବାରିପଦା: ମୟୂରଭଞ୍ଜ 18 ନମ୍ବର ଜାତୀୟ ରାଜପଥ ବୈଶିଙ୍ଗା ଥାନା ଜୁରୁକା ଛକରେ ବସ -ଡମ୍ଫର ମୁହାଁମୁହିଁ ଧକ୍କା । ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଲେ 50 ରୁ ଅଧିକ ଯାତ୍ରୀ । ଦୁର୍ଘଟଣାରେ ବସ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ହେଲପର ଆହତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ମୟୂରଭଞ୍ଜ

ସାହୁ ନାମକ ଏକ ଘରୋଇ ବସ ବାରିପଦାରୁ ବାଲେଶ୍ବର ଯାତ୍ରା କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦ୍ରୁତ ଗତିରେ ଯୁଗପୁରା ମେରଦା ରାସ୍ତାରୁ ଜାତୀୟ ରାଜପଥକୁ ଚଢ଼ୁଥିବା ସମୟରେ ଡ଼ମ୍ଫରକୁ ଧକ୍କା ଦେଇଥିଲା ବସ । ଫଳରେ ଡମ୍ପରଟି ରାସ୍ତା କଡ଼କୁ ଓଲଟି ପଡିଥିଲା ।

ଏପଟେ ବସ ଡ୍ରାଇଭର ଓ ହେଲପରଙ୍କୁ ଚିକିତ୍ସା ପାଇଁ ବୈସିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ବୈସିଙ୍ଗା ପୋଲିସ ପହଞ୍ଚି ଘଟଣାକୁ ଅନୁଧ୍ୟାନ କରୁଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ

Intro:Body:ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା 18 ନମ୍ବର ଜାତୀୟ ରାଜପଥ ବୈଶିଙ୍ଗା ଥାନା ର ଜୁରୁକା ଛକ ରେ ବସ ଦୁର୍ଘଟଣା। ଅଳ୍ପକେ ବର୍ତ୍ତିଲେ 50 ରୁ ଅଧିକ ଯାତ୍ରୀ ଦୁର୍ଘଟଣା ରେ ବସ ର ଡ୍ରାଇଭର ଗୁରୁତର ହୋଇଥିବା ବେଳେ ହେଲପର ଆହତ ହୋଇଅଛି। ସାହୁ ନାମକ ଏକ ଘରୋଇ ବାରିପଦା ରୁ ବାଲେଶ୍ୱର ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଅଛି। ସାହୁ ଵସ ଟି ଦ୍ରୁତ ଗତି ରେ ବାରିପଦା ରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ଯୁଗପୁରା ମେରଦା ରାସ୍ତା ରୁ ଜାତୀୟ ରାଜପଥକୁ ଚଢ଼ୁଥିବା ସମୟ ରେ ଏକ ଡ଼ମ୍ଫର କୁ ବାଡ଼େଇଥିଲା ଡମ୍ପର ଟି ରାସ୍ତା କଡ଼କୁ ଓଲଟିପଡିଛି। ଡ୍ରାଇଭର ଓ ହେଲପର କୁ ବୈସିଙ୍ଗା ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ଘଟଣା ସ୍ଥଳରେ ବୈସିଙ୍ଗା ପୋଲିସ ପହଁଚି ଘଟଣାକୁ ଅନୁଧ୍ୟାନ କରୁଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.