ETV Bharat / state

ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା

author img

By

Published : Feb 14, 2021, 3:03 PM IST

ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରେ ଘରୋଇ କଳିକୁ କେନ୍ଦ୍ର କରି ବେକରେ ଗାମୁଛା ଲଗାଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

hanging deadboy found rairangpur
ଘରୋଇ କଳିକୁ କେନ୍ଦ୍ରକରି ଯୁବକଙ୍କ ଆତ୍ମହତ୍ୟା

ରାଇରଙ୍ଗପୁର: ଘରୋଇ କଳିକୁ କେନ୍ଦ୍ରକରି ଆତ୍ମହତ୍ୟା । ଏ ଭଳି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅର୍ନ୍ତଗତ ଘରମାବେଡା ଗ୍ରାମରେ ମଦ ନିଶାର କରୁଣ ପରିଣତି ଦେଖିବାକୁ ମିଳିଛି। ଘରୋଇ କଳହକୁ କେନ୍ଦ୍ର କରି ବେକରେ ଗାମୁଛା ଲଗାଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି।

ଘରୋଇ କଳିକୁ କେନ୍ଦ୍ରକରି ଯୁବକଙ୍କ ଆତ୍ମହତ୍ୟା

ସୂଚନା ଅନୁଯାୟୀ ରରୁଆଁ ଥାନା ଘରମାବେଡା ଗାଁର ପୂର୍ଣ୍ଣ ମୁଣ୍ଡା ଗତ ରାତିରେ ପ୍ରଚୁର ମଦ୍ୟପାନ କରି ଘରେ ଝଗଡା କରି କୁଆଡେ ଚାଲି ଯାଇଥିଲେ । ଆଜି ସକାଳେ ତାଙ୍କ ଘର ପଛ ପଟ ଏକ ଗଛରେ ତାଙ୍କ ମୃତଦେହ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ରରୁଆଁ ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରି ମୃତ ଦେହକୁ ଉଦ୍ଧାର କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡ଼ାକ୍ତରଖାନାକୁ ପଠାଇଥିବା ଜଣାପଡିଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.