ETV Bharat / state

ଜଙ୍ଗଲରୁ ନିଖୋଜ କଲେଜ ଛାତ୍ରୀଙ୍କ ଗଳିତ ମୃତଦେହ ଉଦ୍ଧାର

author img

By

Published : Apr 9, 2023, 8:43 AM IST

Updated : Apr 9, 2023, 9:04 AM IST

କାଜୁ ଜଙ୍ଗଲରୁ ନିଖୋଜ କଲେଜ ଛାତ୍ରୀଙ୍କ ଗଳିତ ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା ସେନେଇ ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ

student dead body found from jungle in mayurbhanj

student dead body found from jungle

ରାଇରଙ୍ଗପୁର: କାଜୁ ଜଙ୍ଗଲରୁ କଲେଜ ଛାତ୍ରୀଙ୍କ ଗଳିତ ମୃତଦେହ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ପାରାଭାଡି ଗ୍ରାମର ଜଙ୍ଗଲରୁ ଛାତ୍ରୀଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ମୃତକ ଜଣଙ୍କ ହେଉଛନ୍ତି ପାରାଭାଡି ଗ୍ରାମର ସୁଗଦା ମାରାଣ୍ଡିଙ୍କ ୨୨ ବର୍ଷର ଝିଅ ପାନପତି ମାରାଣ୍ଡି । ସେ ଯୁକ୍ତ ୩ ଶେଷ ବର୍ଷର କଳା ବିଭାଗର ଛାତ୍ରୀ ।

ଗତ ମାର୍ଚ୍ଚ ମାସ ୨୫ ତାରିଖରୁ ଘରୁ ନିଖୋଜ ହୋଇଯାଇଥିଲେ ପାନପତି । ଏହାପରେ ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ଝିଅର କିଛି ସନ୍ଧାନ ପାଇ ନଥିଲେ । ଏନେଇ ଗତ ଏପ୍ରିଲ ୪ ତାରିଖରେ ବିଶୋଇ ଥାନାରେ ଝିଅ ନିଖୋଜ ହେବା ନେଇ ସୁଗଦା ମାରାଣ୍ଡି ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲା ।

କିନ୍ତୁ ପାନପତିଙ୍କର କୌଣସି ଖୋଜ ଖବର ପାଇ ନଥିଲା ପୋଲିସ । ତେବେ ପାରାଭାଡି ଗାଁ ନିକଟସ୍ଥ କାଜୁ ଜଙ୍ଗଲ ମଧ୍ୟରୁ ଦୁର୍ଗନ୍ଧ ବାହିରବାରୁ ଗ୍ରାମବାସୀ ଜଙ୍ଗଲ ମଧ୍ୟକୁ ଯାଇଥିଲେ । ଏହାପରେ ଜଙ୍ଗଲ ଭିତରେ ପାନପତିଙ୍କ ମୃତଦେହ ଦେଖିବାକୁ ପାଇଥିଲେ ଗ୍ରାମବାସୀ । ଏ ସମ୍ପର୍କରେ ବିଶୋଇ ଥାନା ପୋଲିସ ଓ ସୁଗଦା ମାରାଣ୍ଡିଙ୍କୁ ମଧ୍ୟ ଖବର ଦେଇଥିଲେ । ମୃତକଙ୍କ ମୁହଁଟି ସମ୍ପୂର୍ଣ୍ଣ ଭାବେ ସଢ଼ି ଯାଇଥିବା ବେଳେ ଝିଅ ପିନ୍ଧିଥିବା ପୋଷାକୁ ଚିହ୍ନି ପାରିଥିଲେ ପରିବାର ଲୋକେ ।

ସେପଟେ ଖବର ପାଇ ବିଶୋଇ ଥାନା ପୋଲିସ ଓ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି । ପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ମେଡିକାଲକୁ ପଠାଇ ଯାଇଥିବା ସୂଚନା ମିଳିଛି । ଏନେଇ ବିଶୋଇ ଥାନା ଅଧିକାରିଣୀ ମିନି ଭୋଈ କେସ୍ ନମ୍ବର ୬/୨୩ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି । ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଗ୍ରାମରେ ଚର୍ଚ୍ଚା ହେଉଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସର ଛାନଭିନ ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରିବ । ଯଦି ଛାତ୍ରୀ ଜଣଙ୍କୁ ହତ୍ୟା କରାଯାଇଛି ତେବେ କିଏ ଓ କାହିଁକି ଏପରି କାମ କଲା ସେନଇ ତଦନ୍ତ କରିବ ପୋଲିସ । ଯଦି ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ତେବେ ଏହା ପଛରେ କ'ଣ କାରଣ ରହିଛି ସେନେଇ ଏବେ ସନ୍ଦେହ ଉପୁଜିଛି ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Apr 9, 2023, 9:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.