ETV Bharat / state

ନବବିବାହିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସ୍ବାମୀ ଅଟକ

author img

By

Published : Jul 29, 2021, 9:15 PM IST

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ହାତୀଗୋଡ଼ା ଗ୍ରାମପଞ୍ଚାୟତରେ ନବବିବାହିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କାରଣ ଅସ୍ପଷ୍ଟ, ଅପମୃତ୍ୟୁ ମାମଲା ଦାୟର କରି ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ...

ନବ ବିବାହିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସ୍ବାମୀ ଅଟକ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ହାତୀଗୋଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ହାତୀଗୋଡ଼ା ହୁଣ୍ଡୁରୁକଚା ସାହିରେ ଜଣେ ନବ ବିବାହିତାଙ୍କ ମୃତଦେହ ଘରୁ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଛି । ମୃତ ମହିଳାଙ୍କ ନାଁ ମାନୁ ସିଂ ଓ ସେ ଦୁଇମାସ ପୂର୍ବରୁ ସ୍ଥାନୀୟ ଅଞ୍ଚଳର ସମ୍ବରୁ ଜଙ୍କଙ୍କୁ ପ୍ରେମବିବାହ କରିଥିଲେ। ତେବେ ଏହା ଆତ୍ମହତ୍ୟା କି ହତ୍ୟା ସ୍ପଷ୍ଟ ହୋଇନଥିବାବେଳେ, ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାରିପଦାରୁ ସାଇଣ୍ଟିଫିକ ଟିମ ଡାକି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ବ୍ରହ୍ମପୁର ଥାନା ଅଞ୍ଚଳର ମାନୁ ସିଂଙ୍କୁ ୨ ମାସ ପୁର୍ବରୁ ହୁଣ୍ଡୁରୁକଚା ସାହିର ସମ୍ବରୁ ଜଙ୍କଙ୍କୁ ପ୍ରେମ ବିବାହ କରିଥିଲେ। ଗତ ସୋମବାର ଦିନ ବାପଘର ଲୋକ ଝିଅ ଘରକୁ ବୁଲି ଆସି ଫେରିଯିବା ପରେ ସେହି ଘରୁ ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ବର୍ତ୍ତମାନ ସୁଦ୍ଧା କାରଣ ଅସ୍ପଷ୍ଟ ଥିବାବେଳେ ଏକ ଅପମୃତ୍ୟୁ ମାମଲା ଦାୟର କରି ମୃତ ମହିଳାଙ୍କ ସ୍ବାମୀ ଓ ପଡୋଶୀଙ୍କୁ ପଚରାଉଚରା ଜାରି ରଖିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.