ETV Bharat / state

ଗୁରୁ ଦର୍ଶନ ଦିବସରେ ପ୍ରବଳ ଗହଳି, ପଡୋଶୀ ରାଜ୍ୟରୁ ଛୁଟିଲେ ଶ୍ରଦ୍ଧାଳୁ

author img

By

Published : Feb 27, 2021, 6:40 PM IST

Updated : Feb 27, 2021, 7:34 PM IST

ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁ ଙ୍କୁ ସ୍ମରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ଆଦିବାସୀ ସମ୍ପ୍ରଦାୟର ଲୋକେ ବେଶ ଧୁମଧାମରେ ପାଳନ କରିଛନ୍ତି। ଏହି ଅବସରରେ ପଡୋଶୀ ରାଜ୍ୟ ତଥା ଓଡିଶାର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାରେ ଆଦିବାସୀ ସମ୍ପ୍ରଦାୟର ଲୋକେ ଛୁଟି ଆସିଛନ୍ତି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ସ୍ଥଳକୁ ଦର୍ଶନ କରିବା ସହିତ ଆଶୀର୍ବାଦ ପ୍ରାପ୍ତି ପାଇଁ।

ଅଲଚିକି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଗୁରୁ ଦର୍ଶନ ଦିବସ

ରାଇରଙ୍ଗପୁର: ପଣ୍ଡିତ ରଘୁନାଥ ମୁର୍ମୁ ସାନ୍ତାଳୀ ସମ୍ପ୍ରଦାୟର ଲୋକଙ୍କ ପାଇଁ ଭଗବାନ ସଦୃଶ୍ୟ। ଆଦରରେ ତାଙ୍କୁ ସାନ୍ତାଳୀ ସମ୍ପ୍ରଦାୟର ଲୋକେ "ଗୁରୁ ଗୋମକେ" ବୋଲି ମଧ୍ୟ ଡାକିଥାନ୍ତି। ୧୯୦୫ ମସିହା ମଇ ୧୮ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ପୁରୁଣାପାଣି ପଞ୍ଚାୟତ ଅଧିନ ଦାଣ୍ଡବୋଷ ଗ୍ରାମରେ ପଣ୍ଡିତ ରଘୁନାଥ ମୁର୍ମୁ ଜନ୍ମ ଗ୍ରହଣ କରିଥିଲେ। ସେ ସାନ୍ତାଳୀ ଭାଷା ଓ ଲିପିର ଗବେଷକ ମଧ୍ୟ ଥିଲେ। ସେ ପ୍ରଥମେ ଅଲଚିକି ଲିପି ତିଆରି କରିଥିବାରୁ ଅଲଚିକି ଲିପିର ଜନକ ଭାବେ ବେଶ ପରିଚିତ। ୧୯୨୫ ମସିହାରୁ ଅଲଚିକି ଲିପି ସାନ୍ତାଳୀ ଭାଷାରେ ଲେଖିବା ନିମନ୍ତେ ଭାରତ ଓ ଅନ୍ୟାନ୍ୟ କେତୋଟି ଦେଶରେ ବ୍ୟବହାର କରାଯାଇଥିଲା।

ସାନ୍ତାଳୀ ଜନଜୀବନ ରେ ଉନ୍ନତି ଆଣିବା ନିମନ୍ତେ ଓଡ଼ିଶା, ପଶ୍ଚିମ ବଙ୍ଗ, ବିହାର ରାଜ୍ୟର ସାନ୍ତାଳୀ ସମ୍ପ୍ରଦାୟ ପାଇଁ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିଥିଲେ। ସ୍ବର୍ଗତ ମୁର୍ମୁ ଙ୍କ ସ୍ମୃତି ରେ ପଶ୍ଚିମବଙ୍ଗ ର ବାଙ୍କୁଡା ଜିଲ୍ଲା ଜାମବଣୀ ଠାରେ ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି ମହାବିଦ୍ୟାଳୟ ଓ ମୁର୍ଶିଦାବାଦ ଠାରେ କଲ୍ୟାଣୀ ବିଶ୍ବ ବିଦ୍ୟାଳୟ ଅଧିନରେ ଏକ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପଶ୍ଚିମବଙ୍ଗ ସରକାରଙ୍କ ଦ୍ଵାରା ପ୍ରତିଷ୍ଠା କରାଯାଇଛି। ଓଡିଶା ସରକାର ମଧ୍ୟ ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ରାଜ୍ୟର ପଞ୍ଚମ ମେଡିକାଲ କଲେଜ କୁ ତାଙ୍କ ନାଁରେ ନାମିତ କରି "ପଣ୍ଡିତ ରଘୁନାଥ ମୁର୍ମୁ ଆଣ୍ଡ ମେଡିକାଲ କଲେଜ" ରଖିଛନ୍ତି।

ଗୁରୁ ଦର୍ଶନ ଦିବସରେ ପ୍ରବଳ ଗହଳି, ପଡୋଶୀ ରାଜ୍ୟରୁ ଛୁଟିଲେ ଶ୍ରଦ୍ଧାଳୁ

୧୯୮୨ ମସିହା ମାଘ ସପ୍ତମୀ ରେ ତାଙ୍କର ତିରୋଧାନ ପରେ ୧୯୮୩ ମସିହା ପାଖରୁ ମାଘ ମାସ ଅଷ୍ଟମୀ ତିଥିରୁ ମାଘ ମାସ ପୂର୍ଣ୍ଣିମା ପର୍ଯ୍ୟନ୍ତ ଗୁରୁ ଦର୍ଶନ ଦିବସ ପାଳିତ ହୋଇ ଆସୁଥିଲା କିନ୍ତୁ ଦୀର୍ଘ ୩୮ ବର୍ଷ ହେବ ମାଘ ମାସର ପୂର୍ଣ୍ଣିମା ତିଥିରେ ସାନ୍ତାଳୀ ସମ୍ପ୍ରଦାୟର ଲୋକେ ଗୁରୁ ଦର୍ଶନ ଦିବସ କୁ ପାଳନ କରି ଆସୁଛନ୍ତି। ସେପଟ କୋଭିଡ୍ ଗାଇଡ଼ଲାଇନ କୁ ପାଳନ କରି ମାସ୍କ ସାନିଟାଇଜର ବ୍ୟବହାର କରି ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦାଣ୍ଡବୋଷ ଗ୍ରାମ କପିଡୁଙ୍ଗୁରି ଠାରେ ସାନ୍ତାଳୀ ସମ୍ପ୍ରଦାୟର ଲୋକେ ତାଙ୍କୁ ସ୍ମୃତିଚାରଣ କରି ସମାଧି ପୀଠରେ ପୂଜାର୍ଚ୍ଚନା କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ନାତି ତଥା "ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ ମାହାଲ ମାଡୱା" ଅନୁଷ୍ଠାନ ସଭାପତି ଭୀମୱାର ମୁର୍ମୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସକାଳ ୬.୦୦ ସମୟରୁ ସନ୍ଧ୍ୟା ୬.୦୦ ସମୟ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ସାନ୍ତାଳୀ ପରମ୍ପରା ଅନୁସାରେ ଧାର୍ମିକ କାର୍ଯ୍ୟକ୍ରମ ସହିତ ପାରମ୍ପରିକ ନୃତ୍ୟ ଗୀତ ପରିବେଷଣ ହୋଇଥିଲା।

ଏହି ଗୁରୁ ଦର୍ଶନ ଦିବସ ସାନ୍ତାଳୀ ଭାଷା ରେ "ମାଘ ବୋଙ୍ଗା ବୁରୁ କୁନାମି ବୁରୁ ହିରି ବୁରୁ ନେପେଲ" ନାମରେ ମଧ୍ୟ ସୁପରିଚିତ। ଜାମଶେଦପୁର ଟାଟା ଷ୍ଟିଲ ର ଟ୍ରାଇବାଲ କଲଚୁରାଲ ସୋସାଇଟି ର ସହଯୋଗ ରେ ଅନୁଷ୍ଠିତ ଗୁରୁ ଦର୍ଶନ ଦିବସ ରେ ଓଡିଶା, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ରୁ ବହୁ ସଂଖ୍ୟାରେ ସାନ୍ତାଳୀ ସମ୍ପ୍ରଦାୟର ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ସ୍ବର୍ଗତ ମୁର୍ମୁ ଙ୍କ ସମାଧି ପୀଠ ଦର୍ଶନ କରି ଆଶିର୍ବାଦ ପ୍ରାପ୍ତି ପାଇଁ ଯୋଗ ଦେଇଥିଲେ। ତେବେ ଚଳିତ ବର୍ଷ କୋରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି କମ୍ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

ସାନ୍ତାଳୀ ଭାଷା ଅଲଚିକି ଲିପି ର ସ୍ରଷ୍ଟା ତଥା ସାନ୍ତାଳୀ ସମାଜର ଭାଷା, ଶିକ୍ଷା, ସାହିତ୍ୟ ଓ ସଂସ୍କୃତି ର ସର୍ବାଙ୍ଗୀନ ବିକାଶ ପାଇଁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅତୁଳନୀୟ ତ୍ୟାଗ, ଅବଦାନ ଓ ସ୍ମୃତି ଉଦ୍ଦେଶ୍ୟରେ ସେହି ମାର୍ଗରେ ଅଗ୍ରସର ହେବା ପାଇଁ ରାଜ୍ୟ, ଦେଶ ଓ ବିଦେଶରୁ ଶ୍ରଦ୍ଧାଳୁ ମାନେ ଆସନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Feb 27, 2021, 7:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.